ବଲିଉଡ୍‌ର ଦାମୀ ହିରୋ

ମୁମ୍ବାଇ: ସଲ୍‌ମାନ ଖାନ୍‌ ହୁଅନ୍ତୁ ବା ଶାହରୁଖ୍‌ ଖାନ୍‌, ଆମୀର ଖାନ୍‌ ହୁଅନ୍ତୁ ବା ହ୍ରିତିକ୍‌ ରୋଶନ, ଏହି ହିରୋମାନେ ଦଶନ୍ଧି ଧରି ବଲିଉଡ୍‌ରେ ନିଜର ଦବ୍‌ଦବା ବଜାୟ ରଖିଛନ୍ତି। ହେଲେ ବଲିଉଡ୍‌ ସୁପର୍‌ଷ୍ଟାର ଅକ୍ଷୟ କୁମାରଙ୍କ କଥା ଟିକେ ଅଲଗା। ଅକ୍ଷୟଙ୍କର ରହିଛି ଏକ ସ୍ବତନ୍ତ୍ର ଫ୍ୟାନ୍‌ ଫଲୋଇଂସ୍‌। ସେ ଜଣେ ଏଭଳି ଅଭିନେତା, ଯିଏ ଯେକୌଣସି ଚରିତ୍ରକୁ ନିଜର ଏକ ସ୍ବତନ୍ତ୍ର ଅଭିନୟ ଶୈଳୀରେ ପରଦାରେ ଫୁଟାଇପାରନ୍ତି। ଖାସ୍‌ ଏଥିପାଇଁ ବର୍ଷରେ ସର୍ବାଧିକ ଫିଲ୍ମରେ ନଜର ଆସିଥାନ୍ତି ଅକ୍ଷୟ। ଗୋଟିଏ ବର୍ଷରେ ତାଙ୍କର ପ୍ରାୟ ୪-୫ ଟି ଫିଲ୍ମ ରିଲିଜ୍‌ ହୋଇଥାଏ। ଆକ୍ସନ, କମେଡ଼ି, ଇନ୍‌ଟେନ୍ସ ଲଭ୍‌, ରୋମାଣ୍ଟିକ୍‌, ଦେଶଭକ୍ତି ଉପରେ ଆଧାରିତ ହେଉ ବା କୌଣସି ସାମାଜିକ ସମସ୍ୟାକୁ ନେଇ ପ୍ରସ୍ତୁତ ଫିଲ୍ମ ହେଉ ସବୁଥିରେ ଅକ୍ଷୟ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଏଥିପାଇଁ ସେ ଫିଲ୍ମ ପାଇ ଚାଲିଛନ୍ତି ଆଉ ତାଙ୍କ ବଜେଟ୍‌ ମଧ୍ୟ ବଢ଼ି ଚାଲିଛି।
ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଅକ୍ଷୟଙ୍କ ୩ଟି ଫିଲ୍ମ ରିଲିଜ୍‌ ହୋଇସାରିଛି। କେସରୀ, ମିଶନ୍‌ ମଙ୍ଗଲ୍‌ ଓ ହାଉସ୍‌ଫୁଲ୍‌-୪ ରିଲିଜ୍‌ ହୋଇସାରିଥିବାବେଳେ ଡିସେମ୍ବର ୨୭ରେ ଗୁଡ୍‌ ନ୍ୟୁଜ୍‌ ଫିଲ୍ମ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି। ସେହିପରି ଆସନ୍ତା ବର୍ଷ ଅର୍ଥାତ ୨୦୨୦ରେ ସୂର୍ଯ୍ୟବଂଶୀ, ବଚ୍ଚନ ପାଣ୍ଡେ, ପୃଥ୍ବୀରାଜ୍‌ ଏବଂ ଲକ୍ଷ୍ମୀ ବମ୍ବ ଫିଲ୍ମ ରିଲିଜ୍‌ ହେବ। ତେବେ ଏହାରି ଭିତରେ ଅକ୍ଷୟ ପୁଣି ଏକ ଫିଲ୍ମ ସାଇନ୍‌ କରିଥିବା ଜଣାପଡ଼ିଛି। ଏୟାର ଲିଫ୍‌ଟ ଫିଲ୍ମର ନିର୍ଦ୍ଦେଶକ ନିଖିଲ୍‌ ଆଡ୍‌ଭାନୀ ଓ ବାସୁ ଭାଗନାନୀଙ୍କ ସହ ଅକ୍ଷୟ ଏହି ଆକ୍ସନ ଫିଲ୍ମରେ କାମ କରିବେ। ଏହା ଏକ ହାଇ-ବଜେଟ୍‌ ଫିଲ୍ମ ହେବ, ଯାହାର ଅଧିକାଂଶ ଶୁଟିଂ ଲୋକେଶନ୍‌ ଲଣ୍ଡନ ରହିଛି। ଫିଲ୍ମରେ ଭରପୂର ମନୋରଞ୍ଜନ ସହ ଆକ୍ସନ ଡ୍ରାମା ଦେଖିବାକୁ ମିଳିବ, ଯାହା ବାସ୍ତବିକ କାହାଣୀ ସହ ଜଡ଼ିତ। ତେବେ ଅକ୍ଷୟ ତ ଫିଲ୍ମ ପାଇଁ ରାଜି ଅଛନ୍ତି। ହେଲେ ଫିଲ୍ମ ପାଇଁ ସେ ୧୦୦ କୋଟି ପାଉଣା ନେଇଥିବା ଜଣାପଡ଼ିଛି। ଏବେ ଅକ୍ଷୟ କୁମାର ବଲିଉଡ୍‌ର ସବୁଠାରୁ ଦାମୀ ଅଭିନେତା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri