ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ୫-ଟି ସଚିବ

ବଲାଙ୍ଗୀର ଅଫିସ, ୭।୧୧- ଓଡ଼ିଶା ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ, ୫-ଟି ସଚିବ ଭି କେ ପାଣ୍ଡିଆନ, ଏନଆର୍‌ଏଚ୍‌ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ ଗୁରୁବାର ଅଚାନକ ବଲାଙ୍ଗୀର ଜିଲା ଗସ୍ତରେ ଆସି ଭୀମଭୋଇ ମେଡିକାଲ କଲେଜ ହସପିଟାଲ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ବିଭିନ୍ନ ଓ୍ବାର୍ଡର ରୋଗୀଙ୍କ ସହ ଆଲୋଚନା କରିଛନ୍ତି। ରୋଗୀଙ୍କୁ ରନ୍ଧା ଖାଦ୍ୟ ଯୋଗାଣ, ହସ୍‌ପିଟାଲ ଭିତରେ ବିଭିନ୍ନ ରୋଗର ପରୀକ୍ଷା, ନିରାମୟରୁ ମାଗଣା ଔଷଧ, ହସପିଟାଲ ସଫେଇ ବିଷୟରେ ଆଲୋଚନା କରିଛନ୍ତି। ଏହାପରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହି ପରିଦର୍ଶନ ସମୟରେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ, ସମ୍ବଲପୁର ଡ଼ିଆଇଜି ହିମାଂଶୁ ଲାଲ, ବଲାଙ୍ଗୀର ଏସପି ସନ୍ଦୀପ ମାଡକର, ଭୀମଭୋଇ ମେଡିକାଲ କଲେଜ ଡିନ ଡା ଲଳିତ କୁମାର ମେହେର, ହସପିଟାଲ ସୁପରିଟେଣ୍ଡେଣ୍ଟ ଡା ମହେନ୍ଦ୍ର ନାୟକ, ସିଡିଏମ୍‌ଓ ଡା ଦୈତାରୀ ସାହୁ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ବଲାଙ୍ଗୀରରେ ପରିଦର୍ଶନ ପରେ ଏହି ଟିମ୍‌ ସୋନପୁର ଅଭିମୁଖେ ଗସ୍ତ କରିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ୟୁଏଇ ଆଣବିକ ପ୍ଲାଣ୍ଟକୁ ଟାର୍ଗେଟ, ବଢ଼ିଲା ଚିନ୍ତା…

ଦୁବାଇ,୧୭ା୫: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ବାରାକାହ ଆଣବିକ ବିଦ୍ୟୁତ୍‌ ପ୍ଲାଣ୍ଟକୁ ଟାର୍ଗେଟ କରି ରବିବାର ଡ୍ୟୋନ୍‌ ଆକ୍ରମଣ ହୋଇଛି। ଫଳରେ ପ୍ଲାଣ୍ଟ ପରିସରରେ ଥିବା ବିଦ୍ୟୁତ୍‌…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ମସ୍କୋରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଭାରତୀୟଙ୍କ ସମେତ ଚାଲିଗଲା ୪ ଜଣଙ୍କ ଜୀବନ

ମସ୍କୋ,୧୭ା୫: ରୁଷିଆ ରାଜଧାନୀ ମସ୍କୋ ନିକଟରେ ୟୁକ୍ରେନ୍‌ ରବିବାର ଜୋର୍‌ଦାର ଡ୍ରୋନ୍‌ ଆକ୍ରମଣ କରିଛି। ଏଥିରେ ଜଣେ ଭାରତୀୟଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri