ବଲାଙ୍ଗୀର ଜିଲା ଚିଠି: ମରୁଡ଼ି ପରେ ବନ୍ୟା ଚିନ୍ତା

ବଲାଙ୍ଗୀର ଏକ ମରୁଡ଼ିପ୍ରବଣ ଜିଲା ଭାବେ ପରିଚିତ। ସ୍ବଳ୍ପ ବୃଷ୍ଟିପାତ କାରଣରୁ ଜିଲାରେ କ୍ରମାଗତ ମରୁଡ଼ି ଓ ଜଳସଙ୍କଟ ଏକ ସାଧାରଣ କଥା। ଖରାଦିନରେ ଗାଁ ଓ ସହର ଉତ୍ତପ୍ତ କଡ଼େଇରେ ପରିଣତ ହୋଇଯାଏ। ଲୋକେ ଅସହ୍ୟ କଷ୍ଟ ଭୋଗନ୍ତି। ଟିଟିଲାଗଡ଼ ଓ ବଲାଙ୍ଗୀରର ତାପମାତ୍ରାକୁ କିଏ ନ ଜାଣେ। ଅସ୍ବାଭାବିକ ବର୍ଷା, ଜଳସଙ୍କଟ ଓ କ୍ରମାଗତ ମରୁଡ଼ି ଜିଲାର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଆସିଛି। ଏହି କାରଣରୁ ଜିଲାର ପ୍ରଧାନ ଅବଲମ୍ବନ କୃଷିକ୍ଷେତ୍ର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଆସିଛି। ସରକାରୀ ତଥ୍ୟ ଅନୁସାରେ ୧୯୭୪ରୁ ୨୦୧୭ ମସିହା ଗତ ୪୩ ବର୍ଷ ମଧ୍ୟରେ ଜିଲାରେ ୧୬ ବର୍ଷ ମରୁଡ଼ି ଓ ୪ ବର୍ଷ ବନ୍ୟା ବିତ୍ପାତ ଦେଖାଦେଇଛି। ବେସରକାରୀ ଆକଳନ ଅନୁସାରେ ଏହି ତଥ୍ୟ ଆହୁରି ସାଂଘାତିକ। ୧୯୬୧ ମସିହାରୁ ଜିଲାରେ ପ୍ରାୟ ପ୍ରତି ଦୁଇବର୍ଷରେ ଥରେ ମରୁଡ଼ି ଦେଖାଯାଉଛି। ଏହା ସହିତ ବନ୍ୟା, ରୋଗପୋକ ଉପଦ୍ରବ ଓ ପ୍ରାକୃତିକ ବିପର୍ଯ୍ୟୟରୁ ଫସଲହାନି ମଧ୍ୟ ଏକ ସାଧାରଣ କଥା ହୋଇଛି। କ୍ରମାଗତ ମରୁଡ଼ି, ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ଜିଲାର ଦାରିଦ୍ର୍ୟ, ଦାଦନ ସମସ୍ୟା ଓ ଅର୍ଥନୈତିକ ପଛୁଆପଣର ମୁଖ୍ୟ କାରଣ ବୋଲି ଚର୍ଚ୍ଚିତ ହୋଇଆସିଛି। ତେବେ ଜିଲାରେ ମରୁଡ଼ି ଓ ପ୍ରାକୃତିକ ବିପର୍ଯ୍ୟୟର ଏକ ଦୀର୍ଘ ଇତିହାସ ରହିଥିଲେ ମଧ୍ୟ ଜଳସେଚନ ମାତ୍ର ୩ ପ୍ରତିଶତରେ ସୀମିତ ରହିଛି। ଏଭଳି କାହିଁକି ହୋଇଛି ଏହାରି ଉତ୍ତର କାହାରି ପାଖରେ ନାହିଁ। ମରୁଡ଼ି ସମସ୍ୟାରୁ ନିସ୍ତାର ମିଳି ନ ଥିବାବେଳେ ବଲାଙ୍ଗୀର ଜିଲାରେ ଏବେ ଅସ୍ବାଭାବିକ ବର୍ଷା ଓ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଜିଲାବାସୀଙ୍କୁ ଏକ ନୂଆ ଅନୁଭୂତି ଆଣି ଦେଇଛି। ପ୍ରସିଦ୍ଧ ହରିଶଙ୍କର ପୀଠର ସେଲାପଥର ଝରଣାରେ ଅତଡା ଖସିବା ଭିଡିଓ ଭାଇରାଲ ହୋଇଛି। ମଠଖାଇ ପାହାଡରୁ ମାଟି ଅତଡା ଖସିବା ଦେଖାଯାଇଛି। ବିଶେଷକରି ନଦୀବିହୀନ ବଲାଙ୍ଗୀର ସହର ଓ ଆଖପାଖ ଅଞ୍ଚଳରେ ଅଗଷ୍ଟ ୧୨, ୧୩ ଓ ୧୪ ତାରିଖରେ ଅତି ପ୍ରବଳ ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଦେଖାଯାଇଥିଲା। ଗୋଟିଏ ଦିନରେ କେବଳ ବଲାଙ୍ଗୀରରେ ୫୫୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା। ସୀମିତ ସମୟରେ ଏକ ବୃହତ୍‌ ଅଞ୍ଚଳରେ ଅତିପ୍ରବଳ ବର୍ଷା କାରଣରୁ ଏଠାରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବନ୍ୟାରେ ବଲାଙ୍ଗୀର ସହର ଓ ଆଖପାଖ ବ୍ଲକ୍‌ର ଶତାଧିକ ଗଁାରେ ସାଂଘାତିକ କ୍ଷୟକ୍ଷତି ହୋଇଛି। ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ମଧ୍ୟ ଏଭଳି ଅତିପ୍ରବଳ ବର୍ଷା ଜାରି ରହିଛି। ବଲାଙ୍ଗୀର ଭଳି ମରୁଡ଼ିପ୍ରବଣ ଓ ଅତ୍ୟନ୍ତ ଉତ୍ତପ୍ତ ଜିଲାରେ ଏଭଳି ଅପ୍ରତ୍ୟାଶିତ ବର୍ଷା ଓ ଆକସ୍ମିକ ବନ୍ୟାର କାରଣ ସମ୍ପର୍କରେ ଏଯାଏ ଠୋସ୍‌ କିଛି କୁହାଯାଇନାହିଁ। କିଛି ତଥ୍ୟାଭିଜ୍ଞ ଲୋକେ ଏହାକୁ ଜଳବାୟୁ ପରିବର୍ତ୍ତନର ସାଂଘାତିକ ରୂପ କହୁଛନ୍ତି। ବନ୍ୟା ପରେ ରାଜସ୍ବ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ଜିଲାର ଏମ୍‌ପି ଓ ବିଧାୟକମାନେ ଏକାଧିକ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ୧ ହଜାର କୋଟିର ସହାୟତା ଓ କେନ୍ଦ୍ର ସରକାରଙ୍କଠାରୁ ସ୍ବତନ୍ତ୍ର ପ୍ୟାକେଜ ଦାବି କରିଛନ୍ତି। ତେବେ ବନ୍ୟା କ୍ଷତିଗ୍ରସ୍ତମାନେ ଠିକ୍‌ ଭାବେ ରିଲିଫ୍‌ ଓ ସହାୟତା ପାଇନାହାନ୍ତି। ଅରେଞ୍ଜ ଆଲର୍ଟ ସତ୍ତ୍ୱେ ସରକାର ଆକସ୍ମିକ ବନ୍ୟା ମୁକାବିଲାରେ ଫେଲ୍‌ ମାରିଛନ୍ତି। ତେବେ ଆକସ୍ମିକ ବନ୍ୟା ପରଠାରୁ ବଲାଙ୍ଗୀରରେ ତୁ ତୁ ମେ ମେ ରାଜନୀତି ଜୋର ଧରିଛି। ବନ୍ୟାର ଅସଲ କାରଣ ଖୋଜି ସରକାରଙ୍କଠାରୁ କ୍ଷତିଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ସହାୟତା ଆଣିବା, ଜିଲାର ଭିତ୍ତିିଭୂମି ସଜାଡିବା ଓ ଭବିଷ୍ୟତ ପାଇଁ ଦୃଢ଼ ପ୍ରତିକାର ବ୍ୟବସ୍ଥା କରିବା ଛାଡି କିଛି ସହରୀ ତୋଷାମଦକାରୀ ଚଷୁକୁଟା ରାଜନୀତିରେ ମାତିଛନ୍ତି। ସେମାନେ ଜିଲାବାସୀଙ୍କୁ ଭୁଅଁା ବୁଲାଉଛନ୍ତି। ଏଭଳି ତତ୍ତ୍ୱମାନଙ୍କ କାରଣରୁ କ୍ରମାଗତ ମରୁଡ଼ିର ଦୀର୍ଘ ଇତିହାସ ସତ୍ତ୍ୱେ ଜିଲାରେ ଯେଭଳି ସଫଳ ମରୁଡ଼ି ମୁକାବିଲା ହୋଇପାରିନାହିଁ, ଠିକ୍‌ ସେହିଭଳି ଦଶା ଏବେ ଆକସ୍ମିକ ବନ୍ୟା ପରେ ବି ହେବ ତାହା ଜଳଜଳ ଦେଖାଗଲାଣି।
– ବୀରେନ୍ଦ୍ର କୁମାର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri