ବର୍ଷେ ପରେ ଦୂର ହୋଇନି ସୁଜାତାନଗରବାସୀଙ୍କ ଦୁଃଖ

ପୁରୀ ଅଫିସ, ୧୦ା୮: ସାମାନ୍ୟ ବର୍ଷା ହେଲେ ପୁରୀ ପୌରସଂସ୍ଥା ୧ ନଂ. ୱାର୍ଡର ମାଟିତୋଟା ଏବଂ ସୁଜାତାନଗର ଅଞ୍ଚଳବାସୀଙ୍କ ଦୁଃଖ ବଢିଯାଏ। ଜଳବନ୍ଦୀ ଜୀବନ ଅତିବାହିତ କରିବାକୁ ପଡେ ସେମାନଙ୍କୁ। ଘର ବାହାରକୁ ପାଦ ବଢାଇବା ମାତ୍ରେ ଖାଲି ପାଣି ଆଉ ପାଣିି। ବିଶେଷକରି ବର୍ଷା ଋତୁରେ ଦୀର୍ଘଦିନ ଧରି ପାଣି ଜମି ରହୁଥିବାରୁ ଲୋକମାନଙ୍କ ଜୀବନ ବ୍ୟତିବ୍ୟସ୍ତ ହୋଇପଡେ। ବେଳେ ବେଳେ କୃତ୍ରିମ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ। ଗତବର୍ଷ ଏଭଳି ସମସ୍ୟାରେ ଜର୍ଜରିତ ଅଞ୍ଚଳବାସୀ ବହୁବାର ପ୍ରଶାସନକୁ ଅବଗତ କରାଇଥିଲେ ବି ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରି ନ ଥିଲା। ଇତିମଧ୍ୟରେ ବର୍ଷେ ଅତିକ୍ରାନ୍ତ ହୋଇଯାଇଛିି। ପୁଣି ଆସିଛି ବର୍ଷା ରୁତୁ। ସାମାନ୍ୟ ବର୍ଷାରେ ପୁଣି ଜଳବନ୍ଦୀ ହୋଇଛନ୍ତି ମାଟିତୋଟା ଏବଂ ସୁଜାତାନଗର ଅଞ୍ଚଳବାସୀ। ଏହି ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ବାଇପାସ୍‌ ରୋଡରେ କଲଭର୍ଟ ତିଆରି କରାଯାଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରି ନ ଥିବାରୁ ଏହି ସମସ୍ୟା ଉପୁଜିଛିି।
ସମ୍ପୃକ୍ତ ଅଞ୍ଚଳର ବାସିନ୍ଦା ଶରତ ମିଶ୍ର କହିଛନ୍ତି, ସାମାନ୍ୟ ବର୍ଷା ହେଲେ ମାଟିତୋଟାର ପଞ୍ଚମ ଲେନ୍‌ ଏବଂ ସୁଜାତା ନଗର ବାସିନ୍ଦାଙ୍କ ଦୁଃଖ ବଢିଯାଉଛିି। ସେହିପରି ପ୍ରଶାସନର କରିଥିବା ଡ୍ରେନ୍‌ କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତିି। କଲଭର୍ଟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ଜମୁଛିି। ଏହି ପାଣି ନିଷ୍କାସନ ହୋଇପାରୁ ନାହିଁ। ବେଳେ ବେଳେ ଘର ଭିତରେ ବର୍ଷା ଓ ନଳାପାଣି ପଶି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛିି। ସ୍କୁଲ ପିଲା ପାଠ ପଢିବାକୁ ଯାଇପାରୁନାହାନ୍ତିି। କେହି ରୋଗରେ ପଡିଲେ ଡାକ୍ତରଖାନାକୁ ଯିବାକୁ ହଇରାଣ ହେଉଛନ୍ତିି। ରାସ୍ତାରେ ନଳାପାଣି ଜମିବା ଦ୍ୱାରା କ୍ଷୀର ବ୍ୟବସାୟୀ, ପରିବା ବ୍ୟବସାୟୀ କେହି ବି ଆସୁନାହାନ୍ତିି। ଏକପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ। ଦୀର୍ଘଦିନ ଧରି ପାଣି ଜମି ରହିବାରୁ ଘର ଭୁଶୁଡିବା ଭୟ ମଧ୍ୟ ରହୁଛିି। ଏମିତି କି ବିଭିନ୍ନ ପ୍ରକାର ଚର୍ମରୋଗ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛିି। ସ୍ଥିତି ଏମିତି ରହିଛି ଯେ, ଦିନରେ ମଶାରୀ ଟାଣି ଲୋକେ ରହୁଛନ୍ତିି। ତେଣୁ ଏହାର ସ୍ଥାୟୀ ପ୍ରତିକାର କରିବା ଲାଗି ଅଞ୍ଚଳବାସୀ ଜିଲାପାଳଙ୍କୁ ଗୁହାରି କରିଛନ୍ତିି। ଅନ୍ୟପକ୍ଷରେ ପ୍ରବୀର ରାୟ ମଧ୍ୟ ସମାନ ପ୍ରକାର ଅଭିଯୋଗ କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri