Posted inଖେଳ

ବର୍ଷେ ପରେ ଟୋକିଓ ଅଲିମ୍ପିକ୍ସ: ପଦକ ଉନ୍ମୋଚିତ

ଟୋକିଓ,୨୫।୭(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ଗୋଟିଏ ବର୍ଷ ବାକି ରହିଛି। ଏହି ଅବଗଣନା ଆରମ୍ଭ କରିବା ଅବସରରେ ଅଲିମ୍ପିକ୍ସର ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ୍‌ ପଦକ ଉନ୍ମୋଚନ କରାଯାଇଛି। ଜାପାନର ପ୍ରଶଂସକ, ପ୍ରାୟୋଜକ ଓ ରାଜଧାନୀ ଟୋକିଓରେ ଏହି ଦିନକୁ ଅବଗଣନା ଉତ୍ସବ ହିସାବରେ ବ୍ୟାପକଭାବେ ପାଳନ କରିଛନ୍ତି। ଏହି କ୍ରୀଡ଼ା ମହାକୁମ୍ଭ ୨୦୨୦ ଜୁଲାଇ ୨୪ ତାରିଖରେ ଆରମ୍ଭ ହେବ। ଅଲିମ୍ପିକ୍ସ ଆରମ୍ଭ ହେବାକୁ ୩୬୫ ଦିନ ବାକିଥିବାକୁ ସୂଚାଉଥିବା ଘଣ୍ଟାକୁ ପ୍ଲାକାର୍ଡ ମାଧ୍ୟମରେ ପ୍ରଶଂସକମାନେ ପ୍ରଦର୍ଶନ କରିଥିବାର ଲକ୍ଷ୍ୟ କରାଯାଇଛି। ୧୯୭୬ ମଣ୍ଟ୍ରିଲ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଆଥଲେଟ୍‌ ତଥା ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଅଧ୍ୟକ୍ଷ ଥୋମାସ ବାକ୍‌ ସ୍କୁଲ ପିଲାମାନଙ୍କ ସହ ପଦକ ପ୍ରଦର୍ଶନ କରିଥିଲେ। ଜାପାନ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ପଦକ ଉନ୍ମୋଚନ ଉତ୍ସବରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିଲା।
ଅଲିମ୍ପିକ୍ସ ଆୟୋଜନ ଓ ଏହାର ପ୍ରସ୍ତୁତି ପାଇଁ ଟୋକିଓ ୨୦ ବିଲିୟନ ଆମେରିକୀୟ ଡଲାର ବ୍ୟୟ କରୁଛି। ଆୟୋଜକ ସହର ହିସାବରେ ଟୋକିଓର ପ୍ରସ୍ତୁତି ପାଇଁ ଏହି ପରିମାଣ ଅର୍ଥ ଖର୍ଚ୍ଚ ହେବା ଚାଲୁ ରହିଛି। ତେବେ ଠିକ୍‌ ରୂପେ କେତେ ପରିମାଣର ଅର୍ଥ ଖର୍ଚ୍ଚ ହେବ ତାହା ଆକଳନ କରିବା କଷ୍ଟକର। ୮ଟିରୁ ୫ଟି ଭେନ୍ୟୁର ପ୍ରସ୍ତୁତି କାର୍ଯ୍ୟ ସରିଛି। ଅଲିମ୍ପିକ୍ସର କେନ୍ଦ୍ର କୁହାଯାଉଥିବା ନ୍ୟାଶନାଲ ଷ୍ଟାଡିୟମ ପ୍ରସ୍ତୁତି ପାଇଁ ପାଖାପାଖି ୧.୨୫ ବିଲିୟନ ଡଲାର ଅର୍ଥ ଖର୍ଚ୍ଚ କରାଯିବ। ଚଳିତ ବର୍ଷ ଶେଷରେ ଏହି ଷ୍ଟାଡିୟମ ଖୋଲାଯିବ।
ଅଲିମ୍ପିକ୍ସ ନେଇ ସାରା ଦେଶରେ ଉତ୍ସାହ ବଢ଼ିବାରେ ଲାଗିଛି ବୋଲି ଟୋକିଓ ପାଇଁ ନିଯୁକ୍ତ ଆଇଓସି ପରିଦର୍ଶକ ଦଳର ମୁଖ୍ୟ ଜନ କୋଟ୍ସ କହିଛନ୍ତି। ଟିକେଟ ବିକ୍ରିରେ ଅଭୂତପୂର୍ବ ବୃଦ୍ଧି ପରିଲକ୍ଷିତ ହୋଇଛି। ଜାପାନ ଅଧିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଟିକେଟ ସଂଖ୍ୟାର ଦଶଗୁଣ ଏବେ ଆବଶ୍ୟକ ହେଉଛି। ଆଗକୁ ଏଥିରେ ଆହୁରି ବୃଦ୍ଧି ଘଟିବ। ଅନଧିକୃତ ଟିକେଟ ବିକ୍ରିକୁ ରୋକିବା ପାଇଁ ଏକ ଆଇନ୍‌ ମଧ୍ୟ ଜାରି ହୋଇଛି। ଏହା ଟିକେଟର କଳାବଜାରକୁ ରୋକିବାରେ ସମର୍ଥ ହେବ ବୋଲି ଆଶା କରାଯାଉଛି। ଟୋକିଓର ସାଧାରଣତଃ ଦେଖାଯାଉଥିବା ଉଷ୍ଣ ଓ ଗ୍ରୀଷ୍ଣ ପାଣିପାଗ ପାଇଁ ଆୟୋଜକମାନେ ଆବଶ୍ରକ ପ୍ରସ୍ତୁତି ଚଳାଇଛନ୍ତି। ଜାପାନ ତଥା ରାଜଧାନୀ ଟୋକିଓ ଭୂମିକମ୍ପ ପ୍ରବଣ ହୋଇଥିବାରୁ ଟ୍ରାଫିକ ଓ ମେଟ୍ରୋ ଯାତାୟାତ ନେଇ ଆୟୋଜକମାନେ ଚିନ୍ତିତ ଅଛନ୍ତି।
ଏବର୍ଷ ଟୋକିଓ ଉଷ୍ଣ ହେବା ବଦଳରେ ଟିକିଏ ଥଣ୍ଡା ମନେ ହେଉଛି। ଗତବର୍ଷ ତୁଳନାରେ ଏଥର ଅଲଗା ପ୍ରକାର ପାଗ ଅନୁଭୂତ ହେଉଛି ବୋଲି ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି କହିଛନ୍ତି। ଜାପାନ ସମ୍ରାଟ ନାଉରହିଟୋ ଅଲିମ୍ପିକ୍ସ ଓ ପାରାଅଲମ୍ପିକ୍ସର ସମ୍ମାନଜନକ ଆବାହକ ହେବା ପାଇଁ ସମ୍ମତି ପ୍ରକାଶ କରିଥିବା କଥା ମୋରି କହିଛନ୍ତି। ଉଭୟ ଅଲିମ୍ପିକ୍ସ ଓ ପରାଅଲମ୍ପିକ୍ସର ଉଦ୍‌ଘାଟନ ନେଇ ସେ ଘୋଷଣା କରିବେ ଆଶା କରାଯାଉଛି। କିଛିଦିନ ତଳେ ଟୋକିଓ ଗଭର୍ନର ୟୁରିକୋ କୋଇକେଙ୍କୁ ଅଲିମ୍ପିକ୍ସ ପ୍ରସ୍ତୁତି ନେଇ ଏତେ ଅର୍ଥ ବ୍ୟୟ କରାଯିବାନେଇ କାରଣ ସ୍ପଷ୍ଟ କରିବାକୁ କୁହାଯାଇଥିଲା। ଆୟୋଜକମାନେ ଖର୍ଚ୍ଚା କାଟ କରିବା ପାଇଁ ଚାପର ସମ୍ମୁଖୀନ ହୋଇଥିଲେ ଓ ସେମାନେ ବହୁ ପରିମାଣର ଅର୍ଥ ଖର୍ଚ୍ଚ କାଟ କରିବାରେ ସକ୍ଷମ ମଧ୍ୟ ହୋଇଛନ୍ତି। ଟୋକିଓରେ ୮ଟି ନୂଆ ଭେନ୍ୟୁର ନିର୍ମାଣ ହେଉଛି। ତେବେ ୩୫ଟି ଅସ୍ଥାୟୀ ଓ ପୁରୁଣା ଭେନ୍ୟୁର ଅଲିମ୍ପିକ୍ସରେ ବ୍ୟବହାର ହେବ।
ନୂଆ ଭେନ୍ୟୁ ଓ ଅନ୍ୟାନ୍ୟ ଜିନିଷ ପ୍ରସ୍ତୁତି କରିବାରେ ଅଲିମ୍ପିକ୍ସ ଓ ପାରାଅଲମ୍ପିକ୍ସ ଏବେ ତ୍ୱରକ ସାବ୍ୟସ୍ତ ହୋଇଛି ବୋଲି ୟୁରିକୋ କହିଛନ୍ତି। ୨୦୨୦ ଅଲିମ୍ପିକ୍ସ କ୍ରୀଡ଼ାରେ ଏକ ବିପ୍ଳବ ଆଣିବ ଓ ଲୋକଙ୍କ ଚିନ୍ତାଧାରାକୁ ବଦଳାଇବ । ୨୦୨୦ ଅଗଷ୍ଟ ୨୫ ତାରିଖରେ ଆରମ୍ଭ ହେବାକୁ ଥିବା ପାରାଲିମ୍ପିକ୍ସ ଦିବ୍ୟାଙ୍କ ପାଇଁ ନୂଆ ଆଶା ସଂଚାର କରିବ ବୋଲି ସେ କହିଛନ୍ତି। ୧୯୬୪ ଅଲିମ୍ପିକ୍ସ ତୁଳନାରେ ଏଥର ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ଲକ୍ଷ୍ୟ କରାଯିବ। ଏଥର ଲୋକେ ବୁଲେଟ ଟ୍ରେନ୍‌ ସେବା ପାଇବେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଜାପାନ ହାସଲ କରିଥିବା ପ୍ରଗତି ଓ ଉନ୍ନତିର ଝଲକ ଏଥର ଦେଖିବାକୁ ମିଳିବ।
ଇତିମଧ୍ୟରେ ଅଲିମ୍ପିକ୍ସକୁ ବିରୋଧକରି କେତେଜଣ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ବିପୁଳ ଅର୍ଥ ବ୍ୟୟ କରାଯିବାକୁ ଏମାନେ ବିରୋଧ କରୁଛନ୍ତି। ଏ ଅର୍ଥକୁ ସମାଜ ମଙ୍ଗଳକାର୍ଯ୍ୟରେ ଲଗା ଯାଇପାରିବ ବୋଲି ବିକ୍ଷୋଭକାରୀମାନେ ଯୁକ୍ତି ବାଢିଛନ୍ତି। ଗତ ଅଲିମ୍ପିକ୍ସ ତୁଳନାରେ ଆୟୋଜକମାନେ ୩ ଗୁଣ ଅଧିକ ୩ ବିଲିୟନ ଆମେରିକୀୟ ଡଲାରର ଲୋକାଲ ସ୍ପୋନ୍ସରଶିପ୍‌ ରେଭିନ୍ୟୁ ହାସଲ କରିପାରିଛନ୍ତି।
ଟୋକିଓ ଅଲିମ୍ପିକ୍ସରେ ଏଥର ୪ଟି ନୂଆ କ୍ରୀଡ଼ା ସାମିଲ କରାଯାଇଛି। ସେଗୁଡିକ ହେଲା କରାଟେ, ସ୍କେଟବୋର୍ଡିଂ, ସ୍ପୋଟର୍‌ସ କ୍ଲାଇମ୍ବିଂ ଓ ସଫ୍ଟବଲ୍‌। ଏହି କ୍ରୀଡ଼ାଗୁଡିକ ଏଥର ଅଲିମ୍ପିକ୍ସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତ ଇତିହାସର ସର୍ବଶ୍ରେଷ୍ଠ ବୋଲି ଆଇଓସି ମୁଖ୍ୟ ଥୋମାସ ବାକ କହିଛନ୍ତି। ଅବଶ୍ୟ ଆୟୋଜନ ପ୍ରକ୍ରିୟାରେ କେତେକ ଅନିମିୟତତା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଆୟୋଜକମାନେ କେତୋଟି ଅଭିଯୋଗ ଆସିବାପରେ ସେମାନଙ୍କର ଲୋଗୋରେ ପରିବର୍ତ୍ତନ ଆଣିଥିଲେ। ବ୍ରିଟିଶ ଆର୍କିଟେକ୍ସ ଜାହା ହଦିଦ୍‌ ନୂଆ ଷ୍ଟାଡିୟମର ଡିଜାଇନ କରିଥିଲେ। ତେବେ ଖର୍ଚ୍ଚ ୨ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହେବାରୁ ଏହି ଡିଜାଇନ୍‌କୁ ବାତିଲ କରାଯାଇଥିଲା। ବଦଳରେ ଜାପାନିଜ ଆର୍କିଟେକ୍ଟ କେନଗୋ କୁମାଙ୍କୁ ଏହି ଷ୍ଟାଡିୟମର ଡିଜାଇନ ଦାୟିତ୍ୱ ଦିଆଯାଇଥିଲା। ସେ କାଠ ଓ କାଠର ଜାଲି ସହିତ ସବୁଜିମା ଦ୍ୱାରା ଷ୍ଟାଡିୟମର ଡିଜାଇନ୍‌ କରିବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…

ଓ୍ବାଶିଂଟନ୍‌,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri