ବର୍ଷାରେ ଦବିଲା ରାସ୍ତା, ଇନ୍ଦ୍ରଦ୍ୟୁମ୍ନରେ ପଶିଲା ମଇଳା ପାଣି

ପୁରୀ ଅଫିସ, ୨୫ା୭: ବିପର୍ଯ୍ୟସ୍ତ ହୋଇପଡ଼ିିଛି ଶ୍ରୀକ୍ଷେତ୍ରର ଏକାଧିକ ଐତିହ୍ୟ ପୁଷ୍କରିଣୀ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଗୋଟିଏ ପରେ ଗୋଟିଏ ପୁଷ୍କରିଣୀର ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ସବୁଠୁ ପରିତାପର ବିଷୟ ହେଉଛି ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ଇନ୍ଦ୍ରଦ୍ୟୁମ୍ନ ଅବସ୍ଥା ଅଧିକ ଦୟନୀୟ ହୋଇପଡ଼ିଛି। ତିନି ପାର୍ଶ୍ୱରେ ପାଚେରି ଭୁଶୁଡି ଏହା ଅସୁନ୍ଦର ଲାଗୁଥିବାବେଳେ ଏଥିରେ ରାସ୍ତାରୁ ବୋହି ଆସୁଥିବା ମଇଳା ପାଣି ପଶୁଛି। ଭାଙ୍ଗି ଯାଇଥିବା ପାଚେରି ତିଆରି ହୋଇ ନ ଥିବାବେଳେ ଅସ୍ଥାୟୀ ଭାବେ ବାଲିବସ୍ତା ଓ ସିମେଣ୍ଟ କାନ୍ଥ ବାଡ଼ା କରାଯାଇଛି। ଗୁରୁବାର ହୋଇଥିବା ବର୍ଷାରେ ପୂର୍ବପାର୍ଶ୍ୱ ରାସ୍ତା ଦବିଯାଇ ମଇଳା ପାଣି ପବିତ୍ର ଇନ୍ଦ୍ରଦ୍ୟୁମ୍ନରେ ପଶୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କେବଳ ଇନ୍ଦ୍ରଦ୍ୟୁମ୍ନରେ ଏହି ମଇଳା ପାଣି ପଶୁଛି ତାହା ନୁହେଁ ଦବି ଯାଇଥିବା ସ୍ଥାନ ଖାଇଯାଉଥିବାରୁ ନିକଟସ୍ଥ ଘର ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି। ଏଥିସହ ସେହି ରାସ୍ତା ଦେଇ ଯା’ଆସ କରୁଥିବା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି।
ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ତୀର୍ଥ ହେଉଛି ଇନ୍ଦ୍ରଦ୍ୟୁମ୍ନ। ହିନ୍ଦୁଧର୍ମାଲମ୍ବୀମାନେ ପବିତ୍ର ପଞ୍ଚତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ ହୁଏ ବୋଲି ବିଶ୍ୱାସ ରହିଛି। ତେବେ ତୀର୍ଥଯାତ୍ରୀଙ୍କ ଭାବାବେଗ ସହ ଜଡ଼ିତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଉନାହିଁ। ବିପଦପୂର୍ଣ୍ଣ ହୋଇପଡ଼ିଛି ପାଚେରି, ପ୍ରଦୂଷିତ ହୋଇଛି ଏହାର ପାଣି। ଗତବର୍ଷ ଅଗଷ୍ଟ ୬ରେ ଏହାର ପୂର୍ବ ପାର୍ଶ୍ୱ ପାଚେରି ପ୍ରାୟ ୫୬ ଫୁଟ ଏବଂ ଦକ୍ଷିଣ ପାର୍ଶ୍ୱରେ ପ୍ରାୟ ୫୦ ଫୁଟରୁ ଊର୍ଦ୍ଧ୍ୱ ପାଚେରି ଭୁଶୁଡ଼ି ପଡ଼ିିଥିଲା। ସେହିପରି ଗତବର୍ଷ ଅକ୍ଟୋବର ୧୧ତାରିଖ ରାତିରେ ହୋଇଥିବା ବର୍ଷାରେ ଉତ୍ତର ପାର୍ଶ୍ୱ ପାଚେରି ପ୍ରାୟ ୪୦ରୁ ୫୦ ଫୁଟ ପୁଷ୍କରିଣୀ ମଧ୍ୟକୁ ଭୁଶୁଡି ପଡ଼ିିଥିଲା। ପ୍ରାୟ ବର୍ଷେ ହେବ ପାଚେରି ତିଆରି କରାଯାଉନାହିଁ। ପୂର୍ବ ପାର୍ଶ୍ୱରେ ଭାଙ୍ଗିଥିବା ପାଚେରି କଡ଼ରେ ଶ୍ରୀମନ୍ଦିର ପ୍ରଶାସନ ସିମେଣ୍ଟ କାନ୍ଥବାଡ଼ା ତିଆରି କରିଥିବାବେଳେ ଉତ୍ତର ପାର୍ଶ୍ୱରେ ଇଟା ଯୋଡ଼େଇ କାନ୍ଥ କରିଛି। ଏହା ପାଚେରିଠାରୁ ପଛକୁ କରାଯାଇଛି ଏବଂ ଆଗରେ ବାଲିବସ୍ତା ପ୍ୟାକ୍‌ ଦିଆଯାଇଛି, ଯାହାକି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ସୌନ୍ଦର୍ଯ୍ୟକୁ ନଷ୍ଟ କରୁଛି। ବାଲିବସ୍ତା ମଧ୍ୟରୁ ଅଧିକାଂଶ ଫାଟିଗଲାଣି। ସେହିପରି ପୂର୍ବପଟେ ରାସ୍ତା ତଳେ ଯାଇଥିବା ସ୍ବେରେଜ ବୋର୍ଡ ନଳାର ଗୋଟିଏ ଜଏଣ୍ଟ ସ୍ଥାନ ଫାଟିଯିବାରୁ ଏଠାରୁ ମଇଳା ପାଣି ବାହାରି ବାଲିବସ୍ତା ଉପରଦେଇ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ମିଶୁଥିଲା। ଏ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିବା ପରେ କିଛିଦିନ ତଳେ ସ୍ବେରେଜ ବୋର୍ଡ ପକ୍ଷରୁ ଏହାର ମରାମତି କରାଯାଇଥିଲା। ରାସ୍ତା ଖୋଳି ଓ ପୁଷ୍କରିଣୀ କଡ଼ରେ ପଡିଥିବା ବାଲିବସ୍ତା ଉଠାଇ ମରାମତି କରାଗଲା, କିନ୍ତୁ ରାସ୍ତାର ସ୍ଥାୟୀ ମରାମତି ନ କରି କେବଳ ବାଲି ପକାଇ ଛାଡ଼ିଦିଆଗଲା। ସ୍ଥାନୀୟ ବାସିନ୍ଦା ବିଭୂତି ଭୂଷଣ ରଥ କହିଛନ୍ତି, ଗୁରୁବାର ବର୍ଷା ଯୋଗୁ ଏହି ସ୍ଥାନରେ ରାସ୍ତା ଦବିଯାଇ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ଘଳିଆ ପଡ଼ିଥିଲା। ଫଳରେ ରାସ୍ତାର ମଇଳା ପାଣି ଇନ୍ଦ୍ରଦ୍ୟୁମ୍ନରେ ମିଶିବା ସହ ଘଳିଆ ଯୋଗୁ ନିକଟସ୍ଥ ଘରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି। ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri