ବର୍ଷାଦିନେ ରାସ୍ତା କାମ, ନାଳ ଖୋଳା

ଖଇରା, ୭।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରଟିଣା ସବ୍‌ମାଇନର କେନାଲରେ ରାସ୍ତା ନିର୍ମାଣ ଓ ନାଳ ଖୋଳା କାର୍ଯ୍ୟକୁ ଚାଷୀ ଓ ଗ୍ରାମବାସୀ ବିରୋଧ କରି ମଙ୍ଗଳବାର କାର୍ଯ୍ୟ ବନ୍ଦ କରିଛନ୍ତି ା ବର୍ଷା ସମୟରେ ଏଭଳି ନିର୍ମାଣ କାର୍ଯ୍ୟ କରି ଅର୍ଥ ହଡପ ଉଦ୍ୟମ ହୋଇଥିବା ଚାଷୀମାନେ ଦର୍ଶାଇଥିଲେ। ଠିକାଦାର ଚଳାଇଥିବା ନିର୍ମାଣ କାର୍ଯ୍ୟକୁ ସ୍ଥାନୀୟ ରଟିଣା ଓ ବଗଦିଆ ଗ୍ରାମର ଚାଷୀ ବନ୍ଦ କରି ବିଦ୍ୟାଧରପୁର ଡିଭିଜନର ନିର୍ବାହୀଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଏଭଳି ସ୍ଥିତିରେ ବର୍ତ୍ତମାନ କାମ ବନ୍ଦ ରହିବ ଏବଂ ବର୍ଷାଋତୁ ପରେ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ଶାନ୍ତ ପଡିଥିଲା।
ସ୍ଥାନୀୟ ଚାଷୀ ଓ ଗ୍ରାମବାସୀ ଦର୍ଶାଇଛନ୍ତି ଯେ, ରଟିଣା ସବ୍‌ମାଇନର କେନାଲ ପାର୍ଶ୍ୱରେ ଦେଢ କି.ମି. ରାସ୍ତାକୁ କଂକ୍ରିଟ କରିବା ଏବଂ କେନାଲ କଡ ନାଳ ପରିଷ୍କାର କରିବାକୁ ପୂର୍ବରୁ ୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଗ୍ରୀଷ୍ମଋତୁରେ ଏହି କାମ ବେପରୁଆ ଢଙ୍ଗରେ ଆରମ୍ଭ କରି ଅଧାରୁ ଛାଡି ଦିଆଯାଇଥିଲା। ବର୍ଷାଋତୁ ପୂର୍ବରୁ କାମ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏବେ ବର୍ଷାଦିନ ଆରମ୍ଭ ହେବା ପରେ ତରବରିଆ ଭାବେ ବାକି କଂକ୍ରିଟ କାମ କରାଯିବା ସହ କେନାଲ ଓ ଚାଷଜମି ମଧ୍ୟରେ ଥିବା ନୟନଯୋରି ଖୋଳିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଭଳି କାର୍ଯ୍ୟ ପଛରେ ଅସଦ୍‌ ଉପାୟ ଅବଲମ୍ବନର ଫନ୍ଦି ରହିଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ଅନ୍ୟପକ୍ଷେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଭାର ଓ ଗୃହପାଳିତ ପ୍ରାଣୀଙ୍କୁ ନେଇ ନାଳ ଭିତର ଦେଇ ଜମିକୁ ଯିବା ଚାଷୀଙ୍କ ପକ୍ଷେ କାଠିକର ପାଠ ହୋଇ ପଡିଥିଲା ା ଅଣ୍ଟାଏ ପାଣିରେ ପଶି ଜମିକୁ ଯିବା ସମ୍ଭବ ନ ହେବାରୁ ସ୍ଥାନୀୟ ଅଞ୍ଚଳର ଚାଷୀ ଜମିକୁ ଯିବା ପାଇଁ ଗୋଟିଏ କି ଦୁଇଟି ସ୍ଥାନରେ ସୋଠ ପକାଇ ଏହାକୁ ଯାତାୟାତ ଉପଯୋଗୀ କରିବାକୁ ଦାବି କରିଥିଲେ। ଏଭଳି ଦାବିକୁ କେହି କାନକୁ ନ ନେବାରୁ ଚାଷୀମାନେ କ୍ଷୁବ୍ଧ ହୋଇ ପଡିଥିଲେ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ରଟିଣା ଗ୍ରାମର ଶଙ୍କର୍ଷଣ ବାରିକ, ପକାଠିଆ ବାରିକ, ବାଇଧର ସାହୁ, କମଳ ସାହୁ ବଗଦିଆ ଗ୍ରାମର ରବୀନ୍ଦ୍ର କୁମାର ପଣ୍ଡା, ରନତ୍ାକର ପଣ୍ଡା, ସୁରେନ୍ଦ୍ର କୁମାର ପଣ୍ଡା, ସୁଦର୍ଶନ ପଣ୍ଡା, ଗୋବିନ୍ଦ ବାରିକ, ଲକ୍ଷ୍ମୀଧର ବାରିକ, ବାବୁଲି ଦାସ, ଶମ୍ଭୁନାଥ ନାୟକ, ଉମାକାନ୍ତ ଦାସ ପ୍ରମୁଖ ଆସି ପ୍ରତିବାଦ କରିଥିଲେ ା ସୋଠ ପଡି ଜମିକୁ ରାସ୍ତା ନ ହେବା ପର୍ଯ୍ୟନ୍ତ ନାଳ ଖୋଳା କାର୍ଯ୍ୟ ସେମାନେ କରାଇ ନ ଦେବାକୁ ଚେତାବନୀ ଦେଇଥିଲେ ା ଏ ସମ୍ପର୍କରେ ଆନ୍ଦୋଳନକାରୀ ଚାଷୀ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବା ପରେ ବର୍ଷା ସମୟରେ ସୋଠ ପକାଇବା ସମ୍ଭବ ନୁହେଁ, ଏଣୁ ବର୍ଷାଋତୁ ପରେ ଯାହାକିଛି କରାଯିବ ବୋଲି କହି ସେଠାରେ କାର୍ଯ୍ୟ ବନ୍ଦ ରଖିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri