ବର୍ଷାକୁ ପାଉନି ଭରସା :ବିହନ ବୁଣିବାକୁ ଡରୁଛନ୍ତି ଚାଷୀ

ଜଗତ୍‌ସିଂହପୁର ଅଫିସ,୧୪ା୬: ବିଗତ ବର୍ଷଗୁଡିକ ତୁଳନାରେ ଚଳିତବର୍ଷ ଅଦ୍ୟାବଧି ଜଗତ୍‌ସିଂହପୁର ଜିଲାରେ ବର୍ଷା ପରିମାଣ କମିଛି। ଆଗକୁ ମଧ୍ୟ ଆଶାଜନକ ବର୍ଷା ହେବନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଯାହାବି ହେଉ ରଜ ପରେ ଚାଷୀ ବିଲରେ ବିହନ ବୁଣିବା ଆରମ୍ଭ କରିବେ। କାରଣ ବର୍ଷାରେ ବିଳମ୍ବ ହେଲେ ମଧ୍ୟ ଅପେକ୍ଷା କରିହେବ ନାହିଁ। ବିଳମ୍ବରେ ବିହନ ବୁଣିଲେ ଅଗଷ୍ଟ ମାସ ବେଳକୁ ପୋକ ଲାଗିବା ସମ୍ଭାବନା ଅଧିକ। ତେଣୁ ସାମାନ୍ୟ ବର୍ଷା ହେଲେ ବି ଚାଷୀ ବିହନ ବୁଣିବା ଆରମ୍ଭ କରିଦେବେ। ପରେ ବର୍ଷା ନ ହେଲେ ଗଜା ମରୁଡ଼ି ହେବାର ଆଶଙ୍କା ରହିଛି। ସେହିପରି କେନାଲ ପାଣି ନ ଆସିବା ଯାଏ ରୁଆ କାମ ହୋଇପାରିବ ନାହିଁ। ଯେହେତୁ ଏଯାଏ ଗ୍ରୀଷ୍ମ କୋପରୁ ନିସ୍ତାର ମିଳିନି, ତେଣୁ ମୌସୁମୀ ଆସିବାରେ ବହୁ ବିଳମ୍ବ ହେବ ବୋଲି କୁହାଯାଉଛି।
ଜୁନ ୧୩ ତାରିଖ ସୁଦ୍ଧା ଜିଲାରେ ୩୨୭ ମିଲିମିଟର ବର୍ଷା ହୋଇଛି। ସେଥିମଧ୍ୟରୁ ୧ ତାରିଖରେ ୨୨ ମିଲିମିଟର (ଏମ୍‌ଏମ୍‌), ୩ରେ ୫୫, ୬ରେ ୧୧୯, ୭ରେ ୮ ଓ ୧୩ରେ ୧୨୮ ଏମ୍‌ଏମ୍‌ ବର୍ଷା ରେକର୍ଡ କରାଯାଇଛି। ବିଗତବର୍ଷଗୁଡିକର ଜୁନ ମାସ ବର୍ଷା ରେକର୍ଡ ଅନୁଶୀଳନ କଲେ ଜଣାଯାଏ ୨୦୧୮ରେ ୧,୬୨୫ ଏମ୍‌ଏମ୍‌, ୨୦୧୭ରେ ୯୮୮ ଓ ୨୦୧୬ରେ ୯୬୨ ଏମ୍‌ଏମ୍‌ ବର୍ଷା ହୋଇଥିଲା। ଚଳିତବର୍ଷ ଏ ପର୍ଯ୍ୟନ୍ତ ମୌସୁମୀ ଓଡ଼ିଶା ଛୁଇଁନାହିଁ। ଏହା ଖୁବଶୀଘ୍ର ଛୁଇଁବ ବୋଲି କୁହାଯାଉଥିଲେ ସୁଦ୍ଧା ଭରସା ନାହିଁ। ଏଲନିନୋ ପ୍ରଭାବରେ ଚଳିତ ଖରିଫ ଋତୁରେ ମରୁଡ଼ି ହେବାର ଆଶଙ୍କା ଥିବା ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଏହି ସୂଚନା ଚାଷୀଙ୍କୁ ଗୋଳମାଳିଆ ସ୍ଥିତିରେ ରଖିଛି। ବର୍ଷା ବିଳମ୍ବ ହେଲେ ଜିଲାର ପାଖାପାଖି ୨୦ ହଜାର ହେକ୍ଟର ଚାଷ ଜମିରେ ବିହନ ବୁଣିବାରେ ବିଳମ୍ବ ହୋଇପାରେ। ଏ ସମ୍ପର୍କରେ କେତେଜଣ ଚାଷୀ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦିନ ଥିଲା ରଜ ପୂର୍ବରୁ ବିଲରେ ଲଙ୍ଗଳ ପଶୁଥିଲା। ଏହାଦ୍ୱାରା ବିଲରୁ ଘାସ ଆଦି ସଫା କରିବା ସହଜ ହେଉଥିଲା। ପରେ ଚାଷୀ ବିହନ ବୁଣିବା ସହଜ ହେଉଥିଲା। କିନ୍ତୁ ଏବେ ପ୍ରାକୃତିକ ପରିବର୍ତ୍ତନ ଯୋଗୁ ଚାଷରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି । ତଥାପି ରଜ ପରେ କମ ବର୍ଷା ହେଲେ ଅର୍ଥାତ ମାଟି ନରମ ହୋଇଗଲେ ବୁଣାବୁଣି ଆରମ୍ଭ ହୋଇଯାଉଛି। ଗଜା ବାହାରିବାକୁ ପାଖାପାଖି ୫/୬ ଦିନ ସମୟ ଲାଗୁଛି। ଗଜା ବାହାରିବାର ୮/୧୦ ଦିନ ଭିତରେ ବର୍ଷା ନ ହେଲେ ଏହା ଶୁଖିବା ଆରମ୍ଭ ହୋଇଯିବ। ବର୍ଷା ହେବାରେ ଯେତିକି ବିଳମ୍ବ ହେବ ଗଜା ପ୍ରତି ସେତିକି ବିପଦ ରହିବ। ଏପରି କି ଗଜା ମରୁଡ଼ି ହେବାର ଆଶଙ୍କା ସୃଷ୍ଟି ହେବ। ଜିଲାର ନାଉଗାଁ, ଏରସମା ଓ ବିରିଡ଼ିର କିଛି ଅଞ୍ଚଳରେ ଏହି ମରୁଡି ଭୟ ଅଧିକ। ଏକଥା ଭାବିଲାବେଳକୁ ବିହନ ବୁଣିବାକୁ ଡର ଲାଗୁଛି ବୋଲି ଚାଷୀମାନେ କହିଛନ୍ତି। ଅନ୍ୟପଟେ ଜୁଲାଇ ମାସରେ ଯାଇ କେନାଲରେ ପାଣି ଆସିବ। ପରେ ତଳି ପଡିବ। ଗତବର୍ଷ କେନାଲରେ ପାଣି ଆସିବାରେ ବିଳମ୍ବ ଯୋଗୁ ଚାଷୀ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏବର୍ଷ ମଧ୍ୟ କମ ବର୍ଷା ଯୋଗୁ କେନାଲ ପାଣି ଆସିବାରେ ବିଳମ୍ବ ହୋଇପାରେ। ଏହା ହେଲେ ଚାଷୀ ମୁଣ୍ଡରେ ହାତଦେଇ ବସିବେ। ତେଣୁ ସମସ୍ତେ ବର୍ଷାକୁ ଅପେକ୍ଷା କରିଛନ୍ତି। ଏ ସମ୍ପର୍କରେ କୃଷି ଉପନିର୍ଦ୍ଦେଶକ ରାମଚନ୍ଦ୍ର ନାୟକ କହିଛନ୍ତି ଯେ, ବାସ୍ତବରେ ବର୍ଷା ନ ହେଲେ ଚାଷ ବାଧାପ୍ରାପ୍ତ ହେବ। ଯେହେତୁ ପାଣିପାଗ ବିଭାଗ ମରୁଡି ହେବାର ଆଶଙ୍କା ଥିବା ପୂର୍ବାନୁମାନ କରୁଛନ୍ତି ତେଣୁ ଚାଷୀ ଭୟ କରିବା ସ୍ବାଭାବିକ। ତଥାପି ଧର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ। ଜଗତ୍‌ସିଂହପୁର ତଳିଆ ଅଞ୍ଚଳ ହୋଇଥିବାରୁ ବର୍ଷା କମିଗଲେ ମଧ୍ୟ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇ ନ ପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri