ବର୍ଷାକୁ ନେଇ ଚାଷୀଙ୍କ ଚିନ୍ତା: ନଷ୍ଟ ହେବାକୁ ବସିଛି ଧାନ ତଳି

ଚମ୍ପୁଆ,୧୭ା୭(ଡି.ଏନ.ଏ.)-ଚମ୍ପୁଆରେ ସ୍ବାଭାବିକ ବର୍ଷା ହେଉ ନ ଥିବାରୁ ଧାନତଳି ନଷ୍ଟ ହେବାକୁ ବସିଥିବା ବେଳେ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ମୌସୁମୀ ବର୍ଷାକୁ ଅପେକ୍ଷା କରି ରହିଥିବା ଚାଷୀ ଶେଷରେ ଲଘୁଚାପ ବର୍ଷାକୁ ଅନେଇ ବସିରହିଥିଲେ ମଧ୍ୟ ବର୍ଷାର ଦେଖା ନାହଁ। ଫଳରେ ଧାନକ୍ଷେତ ଫାଟି ଆଁ କରୁଥିବା ବେଳେ ତଳି ଶୁଖିବା ଆରମ୍ଭ ହେଲାଣି। ସୂଚନା ଅନୁସାରେ ଚମ୍ପୁଆ କୃଷିଜିଲାରେ ଏଥର ସ୍ବାଭାବିକ ବର୍ଷା ହୋଇନାହଁ। ଫଳରେ ଚାଷ ନିମନ୍ତେ ରଖାଯାଇଥିବା ଟାର୍ଗେଟ ପୂରଣ ହେବା ନେଇ ସନ୍ଦେହ ଦେଖାଦେଇଛି। ଚମ୍ପୁଆ ବ୍ଲକରେ ଚଳିତ ଋତୁରେ ଧାନ ୧୪୨୦୦ ହେକ୍ଟର ଓ ଅଣଧାନକୁ ମିଶାଇ ୨୨୩୪୦ ହେକ୍ଟର ଟାର୍ଗେଟ ରହିଥିବାବେଳେ ଧାନ ୩୬୭୪ ହେକ୍ଟର ଓ ଅଣଧାନକୁ ମିଶାଇ ୬୦୫୯ ହେକ୍ଟର କରାଯାଇପାରିଛି ଏବଂ ୭୨୦ ହେକ୍ଟର ତଳି ପକାଯାଇଛି। ଝୁମ୍ପୁରା ବ୍ଲକରେ ଧାନ ୧୮୫୫୫ ହେକ୍ଟର ଓ ଅଣଧାନକୁ ମିଶାଇ ୨୪୬୩୦ ହେକ୍ଟର ଟାର୍ଗେଟ ରହିଥିବା ବେଳେ ମାତ୍ର ଧାନ ୪୯୯୩ ହେକ୍ଟର କରାଯାଇଛ ଏବଂ୧୧୧୭ହେକ୍ଟର ତଳି ପକାଯାଇଛି। ସେହିପରି ଯୋଡା ବ୍ଲକରେ ଧାନ ୮୨୬୦ ହେକ୍ଟର ଓ ଅଣଧାନକୁ ମିଶାଇ ୧୪୨୮୫ ହେକ୍ଟର ଟାର୍ଗେଟ ଥିବାବେଳେ ଧାନ ୧୩୦୦ ହେକ୍ଟର କରାଯାଇଛି ଏବଂ ୭୫୦ ହେକ୍ଟର ତଳି ପକାଯାଇଛି। ବର୍ଷା ଅଭାବରୁ ବିଲ ଶୁଖର ଫାଟି ଯାଉଥିବା ବେଳେ ତଳିଗୁଡିକ ଝାଉଁଳିବା ଆରମ୍ଭ ହେଲାଣି। ବର୍ଷା ବିହୁନେ ଚାଷୀ ଆତଙ୍କିତ ହୋଇ ଚିନ୍ତାଗ୍ରସ୍ତ ହୋଇଥିବା ବେଳେ ଚାଷପାଇଁ କରିଥିବା ଖର୍ଚ୍ଚ ପାଇବ କି ନାହଁ ତାହା ଏବେ ସନ୍ଧିହିନ ହୋଇପଡିଛି। ଏନେଇ ଜିଲା କୃଷି ଅଧିକାରୀ ଗଜେନ୍ଦ୍ରନାଥ ଗୋଛାୟତଙ୍କୁ ପଚାରିବାରୁ ବର୍ଷା ନହେବା ଫଳରେ ଏହି ପରିସ୍ଥିତି ଉପୁଜିଛି। ଆଗକୁ ୨ଦିନ ମଧ୍ୟରେ ବର୍ଷା ନ ହେଲେ ତଳି ନଷ୍ଟ ହେବାର ସମ୍ଭାବନା ଅଧିକ ହେବବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri