ବର୍ଷା ସାଜିଲା କାଳ : ପୁଣି ବଢ଼ିଲା ପିଆଜ ଦର

ଭୁବନେଶ୍ୱର,୪ା୧୧(ବ୍ୟୁରୋ) : କିଛିଦିନର ବ୍ୟବଧାନ ପରେ ପିଆଜ ଦର ଅହେତୁକ ବୃଦ୍ଧି ପାଇଛି। ଭୁବନେଶ୍ୱର, ପୁରୀ ସମେତ ରାଜ୍ୟର ବିଭିନ୍ନ ସହରରେ ରବିବାର ପିଆଜ ଦର କିଲୋ ପ୍ରତି ୬୦ରୁ ୬୫ ଟଙ୍କାରେ ବିକ୍ରି ହୋଇଛି। ଶନିବାର ଏହା କିଲୋ ପିଛା ୫୫ରୁ ୬୦ ଟଙ୍କା ଏବଂ ୩/୪ଦିନ ପୂର୍ବରୁ ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଥିଲା। ଉପରମୁଣ୍ଡରେ ପାଇକାରୀ ଦର ବୃଦ୍ଧି ହୋଇଥିବାରୁ ଆଗାମୀ ଦିନରେ ଦର ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
ଗତ ୪ ଦିନ ମଧ୍ୟରେ ପିଆଜ ଦର କିଲୋ ପ୍ରତି ପ୍ରାୟ ୨୦ ଟଙ୍କା ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ସାଧାରଣ ଖାଉଟି, ଖୁଚୁରା ବ୍ୟବସାୟୀ ଏବଂ କ୍ଷୁଦ୍ର ହୋଟେଲଗୁଡ଼ିକ ପିଆଜ ବ୍ୟବହାର କମାଇ ଦେଇଛନ୍ତି। ୨ରୁ ୩ କିଲୋ ପିଆଜ କ୍ରୟ କରୁଥିବା ପରିବାର ୫୦୦ ଗ୍ରାମ କିଣିବାକୁ ବାଧ୍ୟ ହେଉଛନ୍ତି। ହୋଟେଲରେ ଖାଦ୍ୟ ପରଷିବା ପୂର୍ବରୁ ପିଆଜ ଦିଆଯିବା ଏକ ନିୟମିତ ଧାରା। ଏବେ ତାହା ବନ୍ଦ ହୋଇଯାଇଛି। ପ୍ରାୟତଃ ମହାରାଷ୍ଟ୍ରର ନାସିକ୍‌ରୁ ପିଆଜ ଆସୁଥିବାବେଳେ ସେଠାରେ ପାଇକାରୀ ଦର କିଲୋ ପିଛା ୪୦ରୁ ୪୫ ଟଙ୍କା ରହିଥିବା ଜଣାପଡିଛି। ନୂଆ ଅମଳ ହୋଇଥିବା ପିଆଜ ଆସିବା ସମ୍ଭାବନା ନାହିଁ। ଚଳିତ ମାସ ମଧ୍ୟଭାଗରେ ଆନ୍ଧ୍ରରୁ ପିଆଜ ଆସିବା ନେଇ ଆଶା କରାଯାଉଛି। ହେଲେ ଏହି ଆମଦାନୀ ସାରା ରାଜ୍ୟର ଦରକୁ ନିୟନ୍ତ୍ରଣ କରାଇବାରେ ଏତେଟା ସହାୟକ ହେବ ନାହିଁ। ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ, ମହାରାଷ୍ଟ୍ର ସମେତ ପିଆଜ ଉତ୍ପାଦନ ହେଉଥିବା ପ୍ରାୟ ୪ଟି ରାଜ୍ୟ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି। ଅମଳ ହୋଇଥିବା ଲକ୍ଷ ଲକ୍ଷ ଟନ୍‌ର ପିଆଜ ନଷ୍ଟ ହୋଇଛି। ବର୍ତ୍ତମାନ ପରିସ୍ଥିତି ଯାହା, ନୂଆ ପିଆଜ ପାଇଁ ଆହୁରି ମାସେ ସମୟ ଲାଗିବ। ତେଣୁ ପିଆଜ ଦର ବୃଦ୍ଧି ପାଇଛି। ରବିବାର ନାସିକରେ ପିଆଜ କୁଇଣ୍ଟାଲ ପିଛା ୫୦୦୦ଟଙ୍କାରୁ ୫୧୦୦ ଟଙ୍କାରେ ବିକ୍ରି ହେଉଛି। ତେଣୁ ପରିବହନ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସହ ଦର ବୃଦ୍ଧି ପାଇଛି। ପ୍ରଶାସନ ପକ୍ଷରୁ ଆମଦାନୀ ହେଉଥିବା ପିଆଜକୁ ରଖିବା ପାଇଁ ଅଧିକରୁ ଅଧିକ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି ବୋଲି ସୁଧାକର କହିଛନ୍ତି।
ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଦର ନିୟନ୍ତ୍ରଣ ଏବଂ କଳାବଜାର ରୋକିବା ପାଇଁ ସୋମବାର ବୈଠକ ବସିବ ବୋଲି ଜଣାପଡିଛି। ଯୋଗାଣ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସାରା ଦେଶରେ ଆବଶ୍ୟକତା ଅନୁଯାୟୀ ଚଳିତବର୍ଷ ପିଆଜ ଉତ୍ପାଦନ ହୋଇନାହିଁ। ଏହାଦ୍ୱାରା ସବୁ ଅଞ୍ଚଳର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ସମସ୍ୟା ୩ରୁ ୪ ମାସ ହେବ ଅନୁଭୂତ ହେଉଛି। ହେଲେ ବିଭାଗ ପକ୍ଷରୁ କଳାବଜାର, ବେଆଇନ ପିଆଜ ଯୋଗାଣ, କୃତ୍ରିମ ଉପାୟରେ ମହଜୁଦ କରି ରଖିବା ଉପରେ ନଜର ରହିଛି। ସର୍ବନିମ୍ନ ଆବଶ୍ୟକତା ପାଇଁ ପିଆଜ ଯେପରି ଅଭାବ ନ ହେବ, ସେଥିପ୍ରତି ବିଭାଗ ସଚେତନ ଥିବା ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

ରାସ୍ତା କଡ଼ରୁ ମିଳିଲା ମଣିଷ କଙ୍କାଳ, ଧଳା ଅଖାରେ କିଏ ଫିଙ୍ଗିଲା?

ବାରଙ୍ଗ,୧୩।୪(ଲିଙ୍ଗରାଜ ରାଉତ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ ନିକଟରେ ଚାଞ୍ଚଲ୍ୟ । ସୋମବାର ଦିନ ନିକଟସ୍ଥ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

ପ୍ରଥମେ ୫୦% ଟାରିଫ୍‌ ଧମକ, ଆଉ ଏବେ… ଇରାନ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ନୂଆ ରଣନୀତି

ଓ୍ବାଶିଂଟନ୍‌,୧୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବର୍ତ୍ତମାନ ବୃଦ୍ଧି ପାଉଥିବାବେଳେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନ୍ୟ ଏକ କ୍ଷେତ୍ରରେ ଚାଇନା ସହିତ ଏକ ନୂତନ…

ଡାବୁଗାଁ ବନ ବିଭାଗର ଚଢାଉ: କଲରାପତରିଆ ବାଘ ଛାଲ ଜବତ, ୫ ଗିରଫ

ନବରଙ୍ଗପୁର,୧୩।୪( ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗକୁ ସୋମବାର ଏକ ବଡ଼ ସଫଳତା ମିଳିଛି । ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରାସାଦ ବେହେରାଙ୍କ…

ବେପରୁଆ ଗାଡ଼ି ଚାଳନା; ଭାରସାମ୍ୟ ହରାଇ ଲିମ୍ବ ଗଛରେ ପିଟିହେଲା ହାଇଓ୍ବା, ତାପରେ….

ବଲାଙ୍ଗୀର,୧୩ା୪( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେନ୍ ପାଲି ରାସ୍ତାରେ ହାଇଓ୍ବା ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ଦ୍ରୁତଗତିରେ ଆସି ଖୁଜେନ…

ସୋସିଆଲ ମିଡିଆରେ ବିବାଦୀୟ ଫଟୋ ପୋଷ୍ଟ କଲେ ଟ୍ରମ୍ପ, ଯୀଶୁ ଖ୍ରୀଷ୍ଟଙ୍କ ରୂପରେ ଆସିଲେ ନଜର

ଓ୍ବାଶିଂଟନ,୧୩ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟାଥୋଲିକ ଚର୍ଚ୍ଚ ପ୍ରତି ତାଙ୍କର ସମାଲୋଚନାକୁ ଏକ ନୂତନ ସ୍ତରକୁ ନେଇଯାଇଛନ୍ତି । ପୋପ୍ ଲିଓଙ୍କୁ ସମାଲୋଚନା କରିବାର କିଛି…

ଦଣ୍ଡନାଚରେ ଗୋଷ୍ଠୀ ସଂଘର୍ଷ: ଗୋଟିଏ ପରିବାରର ୩  ଜଣଙ୍କୁ

ଆସିକା,୧୩।୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଶନିବାର ରାତିରେରେ ଦଣ୍ଡନାଚ ଚାଲିଥିଲା ବେଳେ ଗଣ୍ଡଗୋଳ ହୋଇଥିଲ। ଏହି ଗଣ୍ଡଗୋଳରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri