ବର୍ଷା ବିତ୍ପାତ: ବ୍ରହ୍ମପୁର ଜଳମଗ୍ନ

ବ୍ରହ୍ମପୁର ଅଫିସ,୨୫ା୧୦- ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ଗଞ୍ଜାମ ଜିଲାରେ ବର୍ଷା ଜାରି ରହିଛି ା ଗୋପାଳପୁର ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଗୁରୁବାର ସକାଳ ୮.୩୦ ସୁଦ୍ଧା ଗଞ୍ଜାମ ଜିଲାରେ ୧୦୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଅପରାହ୍ନ ୨.୩୦ ସୁଦ୍ଧା ଆଉ ୪୮ ମି.ମି. ବର୍ଷା ରେକର୍ଡ କରାଯାଇଛି। ଶୁକ୍ରବାର ବର୍ଷା ପରିମାଣ କମିବାକୁ ଥିବା ବେଳେ ଶନିବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଇନ୍‌ଚାର୍ଜ ରଥ ମାରାଣ୍ଡି ସୂଚନା ଦେଇଛନ୍ତି ା ଅନ୍ୟପଟରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ରେଶମସହର ବ୍ରହ୍ମପୁର ଜଳମଗ୍ନ ହୋଇଯାଇଛି। ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲା। ଗଜପତିନଗର ମୁଖ୍ୟରାସ୍ତାରେ ପ୍ରାୟ ୨ ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚତାର ନଦ୍ଦର୍ର୍ମା ମିଶା ଜଳ ଦୀର୍ଘ ସମୟ ଧରି ଜମି ରହି ଘରେ ପଶିଥିବା ଦେଖିବାକୁ ମିଳିଥିଲା ା ଡ୍ରେନ୍‌ ସଫେଇରେ ଅବହେଳା ଯୋଗୁ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ା ସେହିପରି ନୀଳାଚଳ ନଗର, ଶରଧାବାଲି ଅଞ୍ଚଳ ମଧ୍ୟ ବର୍ଷାରେ ଜଳମଗ୍ନ ହେବା ସହ ଘର ଭିତରକୁ ପାଣି ପଶିଥିବା ଦେଖିବାକୁ ମିଳିଥିଲା ା ଗାନ୍ଧୀନଗର ୭ମ ଗଳିଠାରୁ ୧୦ମ ଗଳି ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହେବା ଫଳରେ ସେହି ଅଞ୍ଚଳକୁ ଯାତାୟାତ ବ୍ୟାହତ ହୋଇଥିଲା ା ଲୋଚାପଡା ମୁଖ୍ୟରାସ୍ତା, ଆସ୍କାରୋଡ, ସେଲଟ୍ୟାକ୍ସ ଛକ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ ପ୍ରବାହିତ ହେବା ଫଳରେ ଦୀର୍ଘ ସମୟ ଧରି ଯାତାୟାତ ପ୍ରଭାବିତ ହୋଇଥିଲା ା ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲକ୍ଷ୍ମୀନୃସିଂହ ସାହି, ଲୋଚାପଡା ଶକ୍ତିନଗର ପ୍ରଥମ, ଦ୍ୱିତୀୟ, ଚତୁର୍ଥ ଗଳି, ଖାରବେଳ ନଗର ବସ୍ତିଅଞ୍ଚଳର ରାସ୍ତା ଓ ଘର ମଧ୍ୟରେ ବର୍ଷାଜଳ ପଶିଥିବା ଦେଖିବାକୁ ମିଳିଥିଲା ା ସ୍ବଳ୍ପ ବର୍ଷାରେ ପୂର୍ବରୁ ବହୁବାର ସହରର ଉପରୋକ୍ତ ଅଞ୍ଚଳରେ ଡ୍ରେନେଜ ସମସ୍ୟା ଯୋଗୁ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ ବିଏମ୍‌ସି ପକ୍ଷରୁ ଏନେଇ ପୂର୍ବ ପ୍ରସ୍ତୁତି କରାଯାଉ ନାହିଁ। ବାରମ୍ବାର ଏନେଇ ଅଞ୍ଚଳବସୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିବା ସତ୍ତ୍ୱେ ଡ୍ରେନ୍‌ ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟରେ ନିଗମର ଅବହେଳା, ସହରର ଦୁଇ ବୃହତ୍‌ନାଳ ବାହାନା ଓ ସାପୁଆର ପୁନରୁଦ୍ଧାର କାର୍ଯ୍ୟରେ ଅବହେଳା ଯୋଗୁ ଏଭଳି କୃତ୍ରିମ ବନ୍ୟା ପରିସ୍ଥିତି ବାରମ୍ବାର ଦେଖା ଦେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟାରେ ମନ୍ଦିରରେ ତାଲା ଦେଇ ଯାଇଥିଲେ ପୂଜାରୀ, ସକାଳକୁ ଗଲା ବେଳକୁ ଯାହା ଦେଖିଲେ…

ଦିଗପହଣ୍ଡି,୧୨।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଶ୍ରୀ ତୁମ୍ବେଶର ଶୈବପୀଠ ପରିସରରେ ଥିବା ଦାନବାକ୍ସକୁ କେହି ଦୁର୍ବୃତ୍ତ ଭାଙ୍ଗି…

ଓଡ଼ିଶା ଛୁଇଁଲା ମୌସୁମୀ, ରଜ ପୂର୍ବରୁ…

ଭୁବନେଶ୍ୱର,୧୨ା୬: କେରଳରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ

ମୋହନା,୧୨।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୋବିନ୍ଦପୁର…

ଜିଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ: ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର, ୧୨।୬ (ଦିଲ୍ଲୀପ ସାମଲ) : ଜିଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏନେଇ…

ଏଲ ନିନୋର ପ୍ରଭାବରେ କମ୍‌ ବର୍ଷା! ଚିନ୍ତାରେ ପଡିଲେ ଚାଷୀ, ସମସ୍ୟାର ସମାଧାନ ପାଇଁ…

ଛତ୍ରପୁର, ୧୨।୬ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଚାଷୀମାନଙ୍କ ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଋଷିକୁଲ୍ୟା ରୟତ ମହାସଭାର ଆହ୍‌ବାନକ୍ରମେ ଏକ ସଭା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ…

ପୁଣି ବଢ଼ିଲା ସୁନା ଦର:୨୨ କ୍ୟାରେଟ ସୁନା ଦର ଏବେ…

ଭୁବନେଶ୍ୱର,୧୨।୬: ଲଗାତାର ୨ ଦିନ ହ୍ରାସ ପାଇବା ପରେ ପୁଣି ବଢ଼ିଛି ସୁନା ଦର। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨ ହଜାର…

ଓଡ଼ିଶା ପାଇଁ ଗୌରବ ଆଣିଲେ ସୁଦର୍ଶନ ପଟ୍ଟନାୟକ: ପ୍ରଥମ ଭାରତୀୟ ଭାବେ ଜିତିଲେ…

ଭୁବନେଶ୍ୱର,୧୨।୬: ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଇତିହାସ ରଚିଛନ୍ତି। ସେ ରୁଷିଆନ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ-୨୦୨୬ ବିଜେତା ହୋଇଛନ୍ତି। ପ୍ରଥମ ଭାରତୀୟ ବାଲୁକା…

ଏନଏସ୍‌ଏସ୍‌ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ ମନୋନୀତ ହେଲେ ଅଭିଶେଖ, ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୧୨।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନଏସଏସ ଛାତ୍ର ଅଭିଶେଖ ମହାପାତ୍ର ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ରାଜ୍ୟସ୍ତରୀୟ ପୁରସ୍କାର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri