ବର୍ଷା ନାହିଁ, ଚାଷ କାର୍ଯ୍ୟରେ ବାଧା ଚାଷୀକୂଳ ହତାଶ

ତେଲକୋଇ, ୧୬।୭(ଡି.ଏନ.ଏ.)-ତେଲକୋଇ ବ୍ଲକର ଚାଷୀ ମାନେ ମୌସୁମୀ ବର୍ଷା ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିଥାନ୍ତି। ତେବେ ମୌସୁମୀ ବର୍ଷାର ଅଭାବ ଯୋଗୁଁ ୯୦ପ୍ରତିଶତ ଚାଷ ଜମି ପଡିଆ ପଡିରହିଛି । ଏପରିକି ଧାନ ତଳି ହଳଦିଆ ହୋଇଯାଇଥିବା ବେଳେ ବହୁ ସ୍ଥାନରେ ଗାଇଗୋରୁ ଚାଷ ଜମିରେ ବୁଲୁଛନ୍ତି । କେତେକ ଧାନ ଜମି ଫାଟିବା ଆରମ୍ଭ ହୋଇଛି ଏଥଯୋଗୁ ଚାଷୀ କୂଳ ହତାଶ ହୋଇପଡିଛନ୍ତି। ଆଷାଢ ମାସ ଶେଷ ହେବାକୁ ବସିଥିବା ବେଳେ ବର୍ଷାର ଦେଖାନାହିଁ। ଜଳସେଚନର ଅଭାବ ଯୋଗୁଁ କେବଳ ମୌସୁମୀ ବର୍ଷା ଉପରେ ଏମାନେ ନିର୍ଭର କରିଥାନ୍ତି। ବ୍ଲକର ୨୨ଟି ପଞ୍ଚାୟତ ଅଧୀନରେ ୧୬ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି ରହିଛି । କୃଷି ବିଭାଗର ସୂଚନା ଅନୁଯାୟୀ ଚଳିତ ବର୍ଷ ଜୁନ-ଜୁଲାଇରେ ମାତ୍ର ୫୩ମି.ମି. ବର୍ଷା ହୋଇଛି । ତେବେ ୨୦୧୭-୧୮ମସିହା ଜୁନ ଜୁଲାଇରେ ବର୍ଷାର ପରିମାଣ ୧୮୨ମି.ମି ଥିଲା। ଏପରିସ୍ଥଳେ ଆବଶ୍ୟକ ବର୍ଷାର ଅଭାବ ଯୋଗୁଁ ଚାଷ କାର୍ଯ୍ୟରେ ଗୁରୁତର ବାଧା ଦେଖା ଦେଇଛି । ଆଗାମୀ ସପ୍ତାହରେ ବର୍ଷା ନ ହେଲେ ଧାନତଳି ସମ୍ପୂର୍ଣ୍ଣ ଉଜୁଡି ଯିବ ବୋଲି ଚାଷୀ ମାନେ କହିଛନ୍ତି । ଚାଷୀ ନାରାୟଣ ପ୍ରଧାନଙ୍କ କହିବାନୁଯାୟୀ ଚଳିତ ବର୍ଷ ବର୍ଷା ଯୋଗୁ ଧାନଚାଷ ଗୁରୁତର ପ୍ରଭାବିତ ହେବ। ସେହିପରି ରଥଯାତ୍ର ପରେ ପରେ ଚାଷୀ ଧାନ ରୁଆ, ବିହୁଡ଼ା ଆରମ୍ଭ କରିଥାନ୍ତି । ହେଲେ ଚଳିତ ବର୍ଷ ଚାଷ କାର୍ଯ୍ୟ ଆଦୌ ଆରମ୍ଭ କରାଯାଇ ପାରିନାହିଁ। ବ୍ଲକ କୃଷି ବିଭାଗର ଅଧିକାରୀ ପି. ହାଂସଦାଙ୍କୁ ପଚାରିବାରୁ ବର୍ଷା ନ ହେବାରୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ହେଲେ ପାଣି ପାଗ ବିଭାଗ ସୂଚନା ଅନୁଯାୟୀ ଆଉ ୨/୩ ଦିନ ମଧ୍ୟରେ ବର୍ଷା ହେବ। ଚାଷୀଙ୍କୁ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri