Posted inଖେଳ

ବର୍ଣ୍ଣବୈଷମ୍ୟ ବିରୋଧୀ ଲଢ଼େଇ: ସାମାଜିକ ନ୍ୟାୟ ପାଇଁ ଜୋର୍ଡାନ ଦେବେ ୭୫୫ କୋଟି ଟଙ୍କା

ଚାର୍ଲୋଟ,୬।୬(ଏପି): ବର୍ଣ୍ଣବୈଷମ୍ୟ ବିରୋଧୀ ଲଢ଼େଇରେ ସାମିଲ ହୋଇଛନ୍ତି କିମ୍ବଦନ୍ତୀ ବାସ୍କେଟବଲ ଖେଳାଳି ତଥା ଏନ୍‌ବିଏ ତାରକା ମାଇକେଲ ଜୋର୍ଡାନ। ସମାଜରେ ଥିବା ରଙ୍ଗ ଭେଦକୁ ଦୂରେଇବା ପାଇଁ ଓ ସାମାଜିକ ସମାନତା ପ୍ରତିଷ୍ଠା କରିବା ଲାଗି ଜୋର୍ଡାନ ୧୦୦ ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୭୫୫ କୋଟି ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି। ଜୋର୍ଡାନ ଓ ଜୋର୍ଡାନ ବ୍ରାଣ୍ଡ ତରଫରୁ ଏହି ଅର୍ଥ ଆସନ୍ତା ୧୦ ବର୍ଷ ମଧ୍ୟରେ ପ୍ରଦାନ କରାଯିବ। ସାମାଜିକ ନ୍ୟାୟ, ସାମାଜିକ ସମାନତା ଓ ଶିକ୍ଷାର ଉନ୍ନତି ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି କୁହାଯାଇଛି।
ପୂର୍ବତନ ଚିକାଗୋ ବୁଲ୍ସ କିମ୍ବଦନ୍ତୀ ଖେଳାଳି ୫୭ବର୍ଷୀୟ ଜୋର୍ଡାନ ଚୋର୍ଲୋଟ ହାର୍ନେଟ୍ସର ମାଲିକ ରହିଛନ୍ତି। ସ୍ପୋଟର୍‌ସ ଜୋତା କମ୍ପାନୀ ନାଇକ ପାଇଁ ଜୋର୍ଡାନ ବ୍ରାଣ୍ଡ ବେଶ୍‌ ପରିଚିତ। ନାଇକ ତରଫରୁ ମଧ୍ୟ ସମକାରଣ ପାଇଁ ୪୦ ମିଲିୟନ ଆମେରିକୀୟ ଡଲାର ଆଗାମୀ ୪ ବର୍ଷ ମଧ୍ୟରେ ପ୍ରଦାନ କରିବାକୁ କୁହାଯାଇଛି।
କିଛି ଦିନ ତଳେ ଆମେରିକାରେ ଜଣେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍‌ଙ୍କୁ ଜଣେ ଗୋରା ପୋଲିସ ନିର୍ମମ ଭାବେ ହତ୍ୟା କରିବା ପରେ ସାରା ବିଶ୍ୱରେ ବର୍ଣ୍ଣବୈଷମ୍ୟ ନେଇ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିରେ ଜୋର୍ଡାନ ଦୁଃଖ ପ୍ରକାଶ କରିଛନ୍ତି ଓ ସାମାଜିକ ନ୍ୟାୟ ପାଇଁ ଏହି ପରିମାଣର ଅର୍ଥ ଦାନ ଦେବାକୁ ଘୋଷଣା କରିଛନ୍ତି। ଫେସ୍‌ବୁକ୍‌ ଓ ଆମାଜନଠାରୁ ୧୦ ଗୁଣା ଅର୍ଥ ପ୍ରଦାନ କରିବେ ଜୋର୍ଡାନ। ଯେପର୍ଯ୍ୟନ୍ତ ଆମ ଦେଶରେ ରଙ୍ଗଭେଦ ତଥା ବର୍ଣ୍ଣବୈଷମ୍ୟର ମୂଳୋତ୍ପାଟନ ନ ହୋଇଛି ସେପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ଜୋର୍ଡାନ କହିଛନ୍ତି। ସମାଜ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଗୁଡିକୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। କଳା ତଥା କୃଷ୍ଣକାୟ ବ୍ୟାକ୍ତିମାନଙ୍କ ଜୀବନର ମଧ୍ୟ ମୂଲ୍ୟ ରହିଛି ବୋଲି ଜୋର୍ଡାନ ଓ ତାଙ୍କ ବ୍ରାଣ୍ଡ ତରଫରୁ କୁହାଯାଇଛି। କଳା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଆମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ପୂର୍ବରୁ ମଧ୍ୟ ଜୋର୍ଡାନ ଫ୍ଲଏଡଙ୍କ ହତ୍ୟା ନେଇ ରୋଷ ଜାହିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri