ବର୍ଜ୍ୟବସ୍ତୁ ଦେଲେ ମାଗଣାରେ ଖାଇବେ

ଭୋପାଳ: ବର୍ଜ୍ୟବସ୍ତୁ ଆଣ ଓ ମାଗଣାରେ ଖାଅ- ଏମିତି ଏକ ଯୋଜନା ଆରମ୍ଭ କରାଯାଇଛି ମଧ୍ୟପ୍ରଦେଶର ଛିଣ୍ଡଓ୍ବାଡା ନଗର ନିଗମରେ । ଏହି ଯୋଜନା ସହରରେ ସ୍ବଚ୍ଛ ଭାରତ ଅଭିଯାନକୁ ଅହୁରି ସକ୍ରିୟ କରିପାରିବ ବୋଲି କହିଛନ୍ତି ନଗର ନିଗମର ଅଧିକାରୀମାନେ । ସହରକୁ ଆବର୍ଜନାମୁକ୍ତ କରିବା ପାଇଁ ଏପରିି ଯୋଜନା କରାଯାଇଛି। ଯୋଜନା ମୁତାବକ ଛିଣ୍ଡଓ୍ବାଡାର ସ୍ଥାନୀୟ ଲୋକମାନେ ରାସ୍ତାରେ ପଡିଥିବା ବର୍ଜ୍ୟବସ୍ତୁକୁ ପ୍ଲାଷ୍ଟିକ ଅଖାରେ ଭର୍ତ୍ତି କରି ନଗର ନିଗମ ପାଖରେ ପହଞ୍ଚାଇଦେଲେ ସେମାନଙ୍କୁ ଏହା ବଦଳରେ ଏକ ଫୁଡ କୁପନ ଦିଆଯିବ ଓ ତାହାକୁ ଦେଖାଇ ସେମାନେ ମାଗଣାରେ ଭୋଜନ କରିପାରିବେ । ଜିଲାରେ ୧୫୦ ଜଣ ପଞ୍ଜିକୃତ ବର୍ଜ୍ୟବସ୍ତୁ ସଂଗ୍ରହକାରୀଙ୍କୁ ପୂର୍ବରୁ ସହରରେ ରୋଷେଇ ବ୍ୟବସ୍ଥା କରାଯାଇ ମାଗଣାରେ ଖାଇବାକୁ ଦିଆଯାଉଥିଲା। କିନ୍ତୁ ଏବେ ଏଭଳି ଯୋଜନା କରାଯିବାର ଲକ୍ଷ୍ୟ ହେଉଛି, ସାରା ସହରରୁ ଯିଏ ବି ବର୍ଜ୍ୟବସ୍ତୁ ସଂଗ୍ରହ କରି ଆଣି ନଗର ନିଗମ ୟୁନିଟରେ ଜମାଦେବେ ସେମାନଙ୍କୁ ଫୁଡ କୁପନ ଦିଆଯିବ ଓ ମାଗଣାରେ ଖାଇବାର ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ସହରରେ ଥିବା ଯେକୌଣସି ବ୍ୟବସାୟୀ ଯଦି ସେମାନଙ୍କ କର୍ମଚାରୀଙ୍କୁ ବର୍ଜ୍ୟବସ୍ତୁ ଦେଇ ୟୁନିଟରେ ଜମା କରାନ୍ତି ତେବେ ସେହି କର୍ମଚାରୀଙ୍କୁ ମଧ୍ୟ ମାଗଣାରେ ଭୋଜନ ଦିଆଯିବ ବୋଲି ନଗର ନିଗମର ଅଧ୍ୟକ୍ଷ କହିଛନ୍ତି। ଏବେ ସୁଦ୍ଧା ଏହି ଯୋଜନାରେ ୭୯ ଜଣଙ୍କୁ ଫୁଡ କୁପନ ବଣ୍ଟାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ଐତିହାସିକ ଗୋପାଳ ବନ୍ଧ ସୌନ୍ଦର୍ଯ୍ୟକରଣ ଲାଗି ଅଣ୍ଟା ଭିଡିଲେ ନିର୍ବାହୀ ଅଧିକାରୀ: ଜବରଦଖଲକାରୀଙ୍କୁ କଡ଼ା ଚେତାବନୀ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଐତିହାସିକ ଗୋପାଳ ବନ୍ଧକୁ ନେଇ ଦୀର୍ଘଦିନ ହେଲା ସବୁବର୍ଗରୁ ଅସନ୍ତୋଷ ଲାଗିରହିଥିଲା। ତେବେ …

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ବିଜେଡିକୁ ନେଇ ଏମିତି କହିଲେ ଗଣେଶ୍ବର: ସଂଗଠନ ଉପରେ ପ୍ରଭାବ…

ଭୁବନେଶ୍ୱର,୬।୪: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ ।…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri