ବର୍ଜ୍ୟ ପରିଚାଳନା ପାଇଁ କରିବେ ସଚେତନ

ଭୁବନେଶ୍ୱର, ୧ା୧୨(ବ୍ୟୁରୋ)

ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି)ରେ ନିୟୋଜିତ ସ୍ବଚ୍ଛସାଥୀମାନଙ୍କୁ ଶୁକ୍ରବାର ବିଏମ୍‌ସି ଉତ୍ତର ଜୋନାଲ ଅଫିସ୍‌ରେ ତାଲିମ ଦିଆଯାଇଛି। ୧୧ଟି ଓ୍ବାର୍ଡରୁ ୩୮ ଜଣ ସ୍ବଚ୍ଛସାଥୀ ତାଲିମ ପାଇଛନ୍ତି। ଭୁବନେଶ୍ୱରକୁ ସ୍ବଚ୍ଛ ଓ ସବୁଜ ସୁନ୍ଦର କରିବା ପାଇଁ ଏହି କାର୍ଯ୍ୟକୁ ସ୍ବଚ୍ଛସାଥୀମାନେ ଉତ୍ସାହର ସହ କରିବା ଆବଶ୍ୟକ ବୋଲି ତାଲିମ ଅବସରରେ ଉତ୍ତର ଜୋନ୍‌ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ପରାମର୍ଶ ଦେଇଛନ୍ତି। ପ୍ରତ୍ୟେକ ସ୍ବଚ୍ଛସାଥୀ ନିଜ ଅଞ୍ଚଳର ୬୦୦ ପରିବାରକୁ ବର୍ଜ୍ୟ ପରିଚାଳନା ବିଷୟରେ ସଚେତନ କରାଇବେ। ସେମାନଙ୍କୁ ମାସକୁ ୪ହଜାର ଟଙ୍କା ଲେଖାଏ ଦେବାକୁ ବିଏମ୍‌ସି ସ୍ଥିର କରିଛି। ୪ ସ୍ବଚ୍ଛସାଥୀଙ୍କ ୧୬ହଜାର ଟଙ୍କା ସିଧାସଳଖ ଗ୍ରୁପକୁ ମିଳିବ ବୋଲି ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି। ସେ କହିଛନ୍ତି, ଏସ୍‌ଏଚ୍‌ଜି ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଏମ୍‌ସି ଏହି କାର୍ଯ୍ୟ ହାତକୁ ନେଇଛି। ସ୍ବଚ୍ଛସାଥୀଙ୍କ ବ୍ୟତୀତ ଗ୍ରୁପ୍‌ର ଅନ୍ୟ ଯେଉଁମାନେ ଏମ୍‌ସିସି ଦାୟିତ୍ୱରେ ରହିବେ ସେମାନେ ଏମ୍‌ସିସିରୁ ବାହାରୁଥିବା ଖତରୁ ପାଖାପାଖି ୨୪ରୁ ୨୫ହଜାର ଟଙ୍କା ରୋଜଗାର କରିପାରିବେ। ତେବେ ଗୋଟିଏ ଗ୍ରୁପ୍‌ ଯିଏ ଏକ ଏମ୍‌ସିସି ଦାୟିତ୍ୱ ନେବ ସେମାନଙ୍କର ମାସକୁ ୪୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର ହୋଇପାରିବ। ଉକ୍ତ ଅର୍ଥ ସିଧାସଳଖ ଗ୍ରୁପ୍‌ ଆକାଉଣ୍ଟକୁ ଯିବ। ସ୍ବଚ୍ଛସାଥୀଙ୍କ ସଚେତନତା ଦ୍ୱାରା ଆଗକୁ ସହରବାସୀ ବର୍ଜ୍ୟ ପରିଚାଳନା ଦିଗରେ ଅଭ୍ୟସ୍ତ ହେବେ। ବର୍ତ୍ତମାନ ଦୈନିକ ୫୦୦ ମେଟ୍ରିକ ଟନ୍‌ ବର୍ଜ୍ୟ ଭୁବନେଶ୍ୱରରୁ ବାହାରୁଛି, ଯାହାର ପରିଚାଳନା କରିବା କଷ୍ଟକର ହୋଇପଡ଼ୁଛି। ସ୍ବଚ୍ଛସାଥୀମାନେ ସଚେତନ କରି ବର୍ଜ୍ୟ ବିଭାଗୀକରଣ କରିବା ଦ୍ୱାରା ପରିଚାଳନାରେ ସହଯୋଗ କରିବ। ମୂଳସ୍ତରରୁ ଶୁଖିଲା ଏବଂ ଓଦା ବର୍ଜ୍ୟ ଅଲଗା ହୋଇଗଲେ ତାହା ପ୍ରକ୍ରିୟାକରଣରେ ସହାୟକ ହେବ। ଏମ୍‌ସିସିରେ ଓଦା ବର୍ଜ୍ୟକୁ ଅପଘଟନ କରି ଜୈବିକ ଖାଦ ଭାବେ ବ୍ୟବହାର କରିହେବ। ତା’ସହ ଶୁଖିଲା ଅଳିଆକୁ ପୁନଃଚକ୍ରଣ ପ୍ରକ୍ରିୟାରେ ବ୍ୟବହାର କରିହେବ। ଯଦ୍ଦ୍ବାରା ଭୁବନେଶ୍ୱର ବର୍ଜ୍ୟଶୂନ୍ୟ ସହର ଭାବେ ପରିଗଣିତ ହେବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଡେପୁଟି କମିଶନର ଶ୍ୟାମ ସୁନ୍ଦର ସେଠୀ, ଜୋନାଲ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri