ବମ୍ବେ କ୍ୟାଣ୍ଟିନ୍‌ରେ ଓଡ଼ିଆ ମେନୁ: ମାଛ ହଳଦୀପାଣିରୁ ଆମ୍ବୁଲ ବିୟର୍‌

ଭୁବନେଶ୍ୱର,୧ା୧୨: ‘ଏ ଫିଷ୍ଟ୍‌ ଫ୍ରମ୍‌ ଦି ଇଷ୍ଟ୍‌’। ପୂର୍ବ ଉପକୂଳର ପାରମ୍ପରିକ ଖାଦ୍ୟ ପହଞ୍ଚତ୍ଛି ପଶ୍ଚିମ ଉପକୂଳର ଲୋକପ୍ରିୟ ସହର ବମ୍ବେରେ। ବମ୍ବେର ଲୋକପ୍ରିୟ ଚେନ୍‌ ରେସ୍ତୋରଁା ‘ବମ୍ବେ କ୍ୟାଣ୍ଟିନ୍‌’ରେ ମିଳୁଛି ଖାଣ୍ଟି ଓଡ଼ିଆ ଖାଦ୍ୟ। ଓଡ଼ିଶାର କୋଣାନୁକୋଣରୁ ବଛାବଛା ଲୋକପ୍ରିୟ ଖାଦ୍ୟ ପ୍ରଥମଥର ପାଇଁ ବମ୍ବେର ଏକ ଲୋକପ୍ରିୟ ଇଟରୀରେ ଉପଲବ୍ଧ ହେଉଛି। ସ୍ବତନ୍ତ୍ରତା ସହ ବମ୍ବେରେ ମିଳୁଥିବା ସାମଗ୍ରୀକୁ ଦୃଷ୍ଟିରେ ରଖି ମୋଟ ୭୦ ଖାଦ୍ୟରୁ ୩୦ ପ୍ରକାରର ନିଆରା ଓଡ଼ିଆ ଖାଦ୍ୟ ‘ବମ୍ବେ କ୍ୟାଣ୍ଟିନ୍‌’ ମେନୁରେ ସାମିଲ ହୋଇଛି। ନିକଟରେ ଓଡ଼ିଶା ଗସ୍ତରେ ଆସିଥିବା ‘ବମ୍ବେ କ୍ୟାଣ୍ଟିନ୍‌’ର ଜଣାଶୁଣା ସେଫ୍‌ ଥୋମାସ୍‌, ଗୌରବ ଏବଂ ସାନନ୍‌ ଓଡ଼ିଶାର ଲୋକପ୍ରିୟ ଫୁଡ୍‌ ବ୍ଲଗର୍‌ ଅଳକା ଜେନାଙ୍କ ସହଯୋଗରେ ଏହି ସ୍ବତନ୍ତ୍ର ମେନୁ ପ୍ରସ୍ତୁତ କରିଛନ୍ତି। ବମ୍ବେରେ ରହୁଥିବା ଓଡ଼ିଆ ଏବଂ ଓଡ଼ିଆ ଖାଦ୍ୟକୁ ଭଲପାଉଥିବା ବମ୍ବେବାସୀ ନଭେମ୍ବର ୨୫ରୁ ଡିସେମ୍ବର ୮ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ଖାଦ୍ୟର ମଜା ନେଇପାରିବେ।
ଦେଶର ବିଭିନ୍ନ ରାଜ୍ୟ ବୁଲି ସେଠାକାର ହଜିଯାଉଥିବା ତଥା ଅନାଲୋଚିତ ଖାଦ୍ୟକୁ ନିଜ ମେନୁରେ ସାମିଲ କରି ତାହାକୁ ବିଶ୍ୱବାସୀଙ୍କ ନଜରକୁ ଆଣୁଥିବା ‘ବମ୍ବେ କ୍ୟାଣ୍ଟିନ୍‌’ ଏଥର ଓଡ଼ିଶା ଉପରେ ଫୋକସ୍‌ କରିଛି। କିଛିଦିନ ତଳେ ଏହି ରେସ୍ତୋରଁାର ସେଫ୍‌ ଟିମ୍‌ ଓଡ଼ିଶା ଆସି ବହୁ ସ୍ଥାନ ବୁଲିବା ସହ ବିଭିନ୍ନ ପ୍ରକାର ଆଞ୍ଚଳିକ ଖାଦ୍ୟ ଖାଇଥିଲେ। ପାରମ୍ପରିକ ଓଡ଼ିଆ ଖାଦ୍ୟ ଓ ତା’ର ଇତିହାସ ସମ୍ପର୍କରେ ଜାଣିବା ସହ ‘ବମ୍ବେ କ୍ୟାଣ୍ଟିନ୍‌’ର ସ୍ବତନ୍ତ୍ର ମେନୁରେ ସେଗୁଡ଼ିକୁ ସାମିଲ କରିଛନ୍ତି। ‘ଏ ଫିଷ୍ଟ୍‌ ଫ୍ରମ୍‌ ଦି ଇଷ୍ଟ୍‌’ ନାମରେ ନାମିତ ହୋଇଥିବା ଏହି ମେନୁରେ ଗ୍ରାହକମାନେ ଘରେ ରନ୍ଧାଯାଇଥିବା ଓଡ଼ିଆ ଖାଦ୍ୟର ମଜା ନେଇପାରୁଛନ୍ତି। ଏଠାରେ ଲୋକେ ପଖାଳ, ହବିଷ ଡାଲ୍‌ମା, ବଡ଼ିଚୂରା, ଗୋଟା ବଡ଼ି, ଆମ୍ବୁଲ ଚିଙ୍ଗୁଡି, ଛତୁ ପତ୍ରପୋଡା, ଭଜା ଛେନା ତରକାରି, କାଙ୍କଡ଼ ଝୋଳ, ଓଉ ଖଟା, ଆମ୍ବୁଲ ରାଇ, କଖାରୁ ଫୁଲ ଭଜା, ଚିଙ୍ଗୁଡି ଛେଚା, ଛେନାପୋଡ଼, ବ୍ରହ୍ମପୁର ପ୍ରସିଦ୍ଧ ଫ୍ରାଏଡ୍‌ ଚିକେନ୍‌ ଭଳି ସୁସ୍ବାଦୁ ଓଡ଼ିଆ ଖାଦ୍ୟ ପାଇପାରୁଛନ୍ତି। ତେବେ ଏହି ଲୋକପ୍ରିୟ ରେସ୍ତୋରଁାର ପ୍ରଫେଶନାଲ ସେଫ୍‌ମାନଙ୍କୁ ଅଳକା ନିଜେ ଗାଇଡ୍‌ କରିଛନ୍ତି। ଏହାସହ ମାଛ ହଳଦୀପାଣି, ଗୋଟା ବାଇଗଣ ତରକାରି ଭଳି କିଛି ହଜିଯାଇଥିବା ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ଅଳକା ନିଜସ୍ବ ଉଦ୍ୟମରେ ‘ବମ୍ବେ କ୍ୟାଣ୍ଟିନ୍‌’ରେ ପହଞ୍ଚାଇଛନ୍ତି। କେବଳ ଏତିକି ନୁହେଁ, ଏଠାରେ ଚାଲିଥିବା ‘କକ୍‌ଟେଲ୍‌ ଫେଷ୍ଟିଭାଲ୍‌’ରେ ସାମିଲ ଥିବା କେତେକ କକ୍‌ଟେଲ୍‌ରେ ମଧ୍ୟ ଓଡ଼ିଶା ଏବଂ ଓଡ଼ିଆ ଖାଦ୍ୟର ଝଲକ ଦେଖିବାକୁ ମିଳିଛି। ଆମ୍ବୁଲ ଫ୍ଲେଭର୍‌ ବିୟର୍‌ ବା କକ୍‌ଟେଲ ବିଶେଷ ଲୋକପ୍ରିୟତା ହାସଲ କରିଥିବା କିଛି ଫ୍ୟୁଜନ୍‌ ଓଡ଼ିଆ ଖାଦ୍ୟ ଅଣଓଡ଼ିଆଙ୍କ ମଧ୍ୟରେ ବହୁଳଭାବେ ଆଦୃତ ହୋଇଛି। ତେବେ ଓଡ଼ିଆ ଏବଂ ବଙ୍ଗାଳୀ ଖାଦ୍ୟ ପରସ୍ପରଠାରୁ କିଭଳି ପୃଥକ୍‌ ତାହା ଏଠାରେ ଲୋକେ ଜାଣିପାରୁଛନ୍ତି ବୋଲି ଅଳକା ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି।

(ସସ୍ମିତା ପାଇକରାୟ)


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri