ବମିଖାଲ ଦୁର୍ଗାପୂଜା ସମିତି : ତୋରଣରେ ଜମ୍ମୁ-କଶ୍ମୀର ପ୍ୟାଲେସ

ଚଳିତ ବର୍ଷ ବମିଖାଲ ଦୁର୍ଗାପୂଜା ସମିତି ୫୬ବର୍ଷରେ ପଦାର୍ପଣ କରିଛି। ପୂର୍ବରୁ ଅନେକ ତୋରଣ ନେଇ ଚର୍ଚ୍ଚାକୁ ଆସିଥିବା ପୂଜା ସମିତି ଏ ବର୍ଷ ସହରାଞ୍ଚଳ ରାସ୍ତା କଡରେ ଜମ୍ମୁ-କଶ୍ମୀର ପ୍ୟାଲେସ ନିର୍ମାଣ କରିବ। ତୋରଣର ଉଚ୍ଚତା ୮୦ଫୁଟ ଓ ଓସାର ୧୨୦ଫୁଟ ରହିବ। ଯାହାକି ମୁଖ୍ୟ ଆକର୍ଷଣ ହେବ ବୋଲି ସମିତି ଅବାହକ ପର୍ଶୁରାମ ଜେନା କହିଛନ୍ତି। ସେହିଭଳି ମେଢ ଓ ମୂର୍ତ୍ତିର ଉଚ୍ଚତା ୨୨ଫୁଟ ରଖାଯିବା ପାଇଁ ସ୍ଥିର ହୋଇଛି। ଏ ନେଇ ପୂଜା ବଜେଟ ୩୫ଲକ୍ଷ ଟଙ୍କା ରଖାଯାଇଥିବା କର୍ମକର୍ତ୍ତାଙ୍କ ପକ୍ଷରୁ କୁହାଯାଇଛି। ବିଭିନ୍ନ ରଙ୍ଗବେରଙ୍ଗର ପଥର ସହ ଲଣ୍ଠନ ଫିତାରେ ପୂଜାମଣ୍ଡପ ଆଭ୍ୟନ୍ତରୀଣ ସଜା ହେବ। ଅଷ୍ଟମୀ ତିଥିରୁ ନବମୀ ପର୍ଯ୍ୟନ୍ତ ଖେଚୁଡି ଭୋଗ ଓ ଦଶମୀ ତିଥିରେ ଦୁର୍ଗାଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି ହେବ। ମଣ୍ଡପ ପରିସରରେ ୨୦ ସିସି କ୍ୟାମେରା ଖଞ୍ଜାଯିବ। ଶାନ୍ତିଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ସହ ୨୫ ସ୍ବେଚ୍ଛାସେବୀ ନିୟୋଜିତ ରହିବେ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସମିତି ପକ୍ଷରୁ ହ୍ବିଲ ଚେୟାରର ବ୍ୟବସ୍ଥା କରାଯିବ। ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର କଳାକାରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।

ଦୀର୍ଘ ବର୍ଷ ଧରି ବମିଖାଲ ପୂଜା ସମିତି ଶାନ୍ତି ଶୃଙ୍ଖଳାରେ ଉତ୍ସବ ଜାରି ରଖିଛି। ବିଭିନ୍ନ ସମୟରେ ଅନେକ ପରିକଳ୍ପନା ନେଇ ଏଠାରେ ନିର୍ମାଣ ହେଉଥିବା ତୋରଣ କ୍ରମେ ଲୋକଙ୍କୁ ଆକୃଷ୍ଟ କରିଛି।
– ସୁଶାନ୍ତ କୁମାର ଜେନା(ସଭାପତି)
ବରିଷ୍ଠ ନାଗରିକ ଓ ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ସମିତି କର୍ମକର୍ତ୍ତା ସବୁବେଳେ ସ୍ବତନ୍ତ୍ର ଧ୍ୟାନ ଦେଇଥାଏ। ଚଳିତ ଥର ମଧ୍ୟ ଏହା ଜାରି ରହିବା ସହ ଅଷ୍ଟମୀ ତିଥିଠାରୁ ଦଶମୀ ପର୍ଯ୍ୟନ୍ତ ମଣ୍ଡପରେ ମହିଳା ସ୍ବେଚ୍ଛାସେବୀ ରହିବେ।
– ସୁଜନ କୁମାର ଜେନା(ସମ୍ପାଦକ)
ଚଳିତ ବର୍ଷ କମିଶନରେଟ ପୋଲିସ ପକ୍ଷରୁ ଡିଜେ ବାଦ୍ୟ ଉପରେ କଟକଣା ଜାରି କରାଯାଇଛି ତେଣୁ ଏ ବର୍ଷ ପାରମ୍ପାରିକ ବାଦ୍ୟ ଉପରେ ଗୁରୁତ୍ୱ ଦେଉଛୁ। କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ପୁଲବାଣୀ ଅଞ୍ଚଳର ବାଦ୍ୟକାର ଏଥର ସେମାନଙ୍କର କଳା ପ୍ରଦର୍ଶନ କରିବେ।
– ଶୈଳେନ୍ଦ୍ର ଜେନା(ଉପ ସଭାପତି)


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri