ବନ୍ଧୁକ ସହ ଖେଳ: ଫୁଟିଲା ଗୁଳି, ୫ ଗିରଫ

କଟକ ଅଫିସ,୨୮।୨: ଜଣେ କର୍ତ୍ତବ୍ୟରତ ପୋଲିସ କନଷ୍ଟେବଳ ଗତ ମଙ୍ଗଳବାର ଅପରାହ୍ନରେ ନିଜ ସର୍ଭିସ ପିସ୍ତଲର ବ୍ୟବହାର ସମ୍ପର୍କରେ ସାଙ୍ଗମାନଙ୍କୁ ବୁଝାଉଥିବାବେଳେ ହଠାତ୍‌ ଗୁଳି ଫୁଟିଥିଲା। ଏଥିରେ ସୂତାହାଟ ତନ୍ତିସାହିର କେ. ସୁନୀଲ ନାମକ ଯୁବକ ଆହତ ହୋଇଥିଲେ। ତେବେ ଘଟଣାକୁ ୨ ଦିନ ବିତିଥିବାବେଳେ ଅଭିଯୁକ୍ତମାନେ ଏହାକୁ ଚାପିବାକୁ ଉଦ୍ୟମ କରିଥିଲେ। ହେଲେ ମାଲଗୋଦାମ ଥାନାରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୋଲିସ ୫ ଜଣଙ୍କୁ ଗୁରୁବାର ସନ୍ଧ୍ୟାରେ ଗିରଫ କରିଛି। ସେମାନେ ହେଲେ କେନ୍ଦୁଝର ଜିଲା ପୋଲିସରେ କାର୍ଯ୍ୟରତ କନଷ୍ଟେବଳ ଟିକେଶ୍ୱର ମହନ୍ତ, ହୋଟେଲ ମାଲିକ ରାଜକିଶୋର ମହାନ୍ତି, ମ୍ୟାନେଜର ଗଗନ ଜେନା ଓ ଅନ୍ୟ ୨ ଅଭିଯୁକ୍ତ।
ପୋଲିସ ସୂତ୍ରରୁ ପ୍ରକାଶ, ଟିକେଶ୍ୱର ଓ ତାଙ୍କର ଅନ୍ୟ ୩ ଜଣ ସାଙ୍ଗ ମେଡିକାଲ କାର୍ଯ୍ୟରେ ଗତ ୨୫ ତାରିଖରେ କଟକ ଆସିଥିଲେ। ଚିକିତ୍ସା କାମ ଶେଷ ନ ହେବାରୁ ସେମାନେ କଲେଜଛକ ନିକଟସ୍ଥ ଏକ ହୋଟେଲରେ ରହିଥିଲେ। ଏହି ଦିନ ଅପରାହ୍ନରେ ସୁନୀଲ ଉକ୍ତ ହୋଟେଲର ମାଲିକ ରାଜକିଶୋର ମହାନ୍ତିଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ଟିକେଶ୍ୱର ସାଙ୍ଗମାନଙ୍କୁ ନିଜ ସର୍ଭିସ ପିସ୍ତଲକୁ ଦେଖାଇବା ସହ ଏହାର ବ୍ୟବହାର ବିଷୟରେ ଶିଖାଉଥିଲେ। ହଠାତ୍‌ ପିସ୍ତଲରୁ ଗୁଳି ଫୁଟି ସୁନୀଲଙ୍କ ପେଟରେ ବାଜିଥିଲା। ହୋଟେଲ ମାଲିକ ରାଜକିଶୋର ଓ ମ୍ୟାନେଜର ଗଗନ ସେଠାରେ ପହଞ୍ଚି ଘଟଣାଟିକୁ ଚାପି ଦେବାକୁ ଉଦ୍ୟମ କରିଥିଲେ। ଏପରି କି ଆହତ ସୁନୀଲଙ୍କୁ ମେଡିକାଲ ନେବା ପାଇଁ ବନ୍ଦୋବସ୍ତ କରି ନ ଥିଲେ। ଫଳରେ ସୁନୀଲ ନିଜ ଭିଣୋଇ କେ. ଶଙ୍କରଙ୍କୁ ଫୋନ କରିଥିଲେ। ଶଙ୍କର ହୋଟେଲରେ ପହଞ୍ଚି ସୁନୀଲଙ୍କୁ ଚିକିତ୍ସାଲାଗି ଏସ୍‌ସିବି ମେଡିକାଲକୁ ନେଇଥିଲେ। ଶଙ୍କର ଏ ନେଇ ମାଲଗୋଦାମ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସର ଏକ ଟିମ୍‌ କେନ୍ଦୁଝର ଯାଇ ଟିକେଶ୍ୱରକୁ ଗିରଫ କରିଥିଲା। ଏହାପରେ ରାଜକିଶୋର, ଗଗନ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri