ବନ୍ଧୁକ ବେପାରରେ ଝାଡ଼ଖଣ୍ଡ ଛାତ୍ର, କୋଟିପତିଙ୍କ ପୁଅ

ଭୁବନେଶ୍ୱର, ୧୧ା୨(ବ୍ୟୁରେ): କମିଶନରେଟ ପୋଲିସ ଇଲାକାରେ ଖୁଲମ୍‌ଖୁଲା ଚାଲିଛି ଚୋରା ବନ୍ଧୁକ କାରବାର। ଚେର ଲମ୍ବିଛି ବିହାରରୁ ଭୁବନେଶ୍ୱର। ଛାତ୍ର ଓ କୋଟିପତି ଘରର ପିଲା କରୁଛନ୍ତି ଏହି ବେଆଇନ ବେପାର। ପାଠପଢ଼ା ବୟସରେ ହାତରେ ଧରୁଛନ୍ତି ବନ୍ଧୁକ, ଆଉ ଗୁଳି। ସୋମବାର ଏଭଳି ଏକ ସ୍ପର୍ଶକାତର ଘଟଣାର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। କମିଶନରେଟ ପୋଲିସର ଖଣ୍ଡଗିରି ଥାନା ଅନ୍ତର୍ଗତ ଗଣ୍ଡମୁଣ୍ଡାରେ ଗ୍ରାହକଙ୍କ ସହ ଡିଲ୍‌ବେଳେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୩ ବନ୍ଧୁକ, ୨୨ ଗୁଳି ଓ ୫ ମାଗାଜିନ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡର ସାନୁ ପଦାର (୨୧) ଓ ଖଣ୍ଡିଗିରି ଲେକ୍‌ ଭ୍ୟାଲି-୨ରେ ରହୁଥିବା ସୁରେଶ ପାଣିଗ୍ରାହୀ ଓରଫ ଲିପୁନ। ସାନୁ ସ୍ଥାନୀୟ ଏକ କଲେଜର ତୃତୀୟ ବର୍ଷର ବିବିଏ ଛାତ୍ର ହୋଇଥିବାବେଳେ ତାଙ୍କ ଘର ଛାଡ଼ଖଣ୍ଡରେ। ସେହିଭଳି ଲିପୁନ ଜଣେ କୋଟିପତି ବ୍ୟବସାୟୀଙ୍କ ପୁଅ ହୋଇଥିବାବେଳେ ଗତବର୍ଷ ସେହି କଲେଜରୁ ବିବିଏ ପାସ୍‌ କରିଛନ୍ତି। ଏସ୍‌ଟିଏଫ୍‌ ଆଇପିସି ଦଫା ୨୫(ଏ)ରେ ମାମଲା (ନଂ.୧୩/୨୦) ରୁଜୁ କରି ଉଭୟଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି। ତେବେ ଚଢ଼ାଉବେଳେ ବନ୍ଧୁକ କିଣିବାକୁ ଆସିଥିବା ଏକାଧିକ ଲୋକ ବୋଲେରୋ, ବୁଲେଟ ଓ ଦୁଇଟି ବାଇକ୍‌ରେ ଖସି ଯାଇଛନ୍ତି। ଅନ୍ୟପକ୍ଷରେ ଗିରଫ ସାନୁ ଓ ଲିପୁନ୍‌ଙ୍କୁ ଏସ୍‌ଟିଏଫ୍‌ ୩ଦିନ ରିମାଣ୍ଡରେ ଆଣି ପଚରାଉଚରା କରିବ। ସାନୁ ବିହାରରୁ କାହାଠାରୁ କିପରି ଓ କେଉଁବାଟଦେଇ ବନ୍ଧୁକ ଆଣୁଥିଲେ। ଏହାସହ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କେଉଁ ଜିଲାରେ କାହାକୁ ବନ୍ଧୁକ ବିକ୍ରି କରିଛନ୍ତି ତାହାର ଖୋଳତାଡ଼ କରାଯିବ। ସେମାନଙ୍କ ବୟାନ ଆଧାରରେ ଏସ୍‌ଟିଏଫ୍‌ ବିହାରକୁ ଯାଇ ବନ୍ଧୁକ ଡିଲରଙ୍କୁ ଗିରଫ କରିବାକୁ ଯୋଜନା ଥିବା ସୂଚନା ମିଳିଛି।
କେମିତି ଥିଲା ଏସ୍‌ଟିଏଫ୍‌ର ଅପରେଶନ
ରାଜଧାନୀରେ ବନ୍ଧୁକ ଡିଲ୍‌ ହେଉଥିବା ନେଇ ଏସ୍‌ଟିଏଫ୍‌ ଖବର ପାଇବା ପରେ ଲିପୁନଙ୍କ ଫୋନ୍‌ କଲ୍‌ ଟ୍ରାକ୍‌ କରାଯାଇଥିଲା। ଏକ ୭ ଜଣିଆ ଟିମ୍‌ ଗଣ୍ଡମୁଣ୍ଡାସ୍ଥିତ ଲିପୁନଙ୍କ ଘର ନିକଟରେ ଛଦ୍ମ ବେଶରେ ଛକି ରହିଥିଲେ। ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଲିପୁନ ଓ ସାନୁ ଘରର କିଛି ଦୂରରେ ଛିଡା ହୋଇ ହସଖୁସି କରିଥିଲେ। ଏହି ସମୟରେ ଏକ ବୋଲେରୋ,ଏକ ବୁଲେଟ ଓ ଦୁଇ ବାଇକ ଆସି ସେମାନଙ୍କ ପାଖରେ ଅଟକିଥିଲା। ଏହାପରେ ବନ୍ଧୁକ ବିକ୍ରି ନେଇ ସେମାନଙ୍କ ମଧ୍ୟରେ ଡିଲ ହେଉଥିଲା। ଏହାକୁ ପ୍ରକୃଷ୍ଟ ସମୟ ଭାବି ଏସ୍‌ଟିଏଫ୍‌ ଟିମ୍‌ ଘେରିଯାଇ ପ୍ରଥମେ ସାନୁ ଓ ଲିପୁନଙ୍କୁ କାବୁ କରିନେଇଥିଲେ। ଅନ୍ୟମାନେ ଗାଡ଼ିରେ ଥିବାରୁ ସେମାନେ ଘଟଣାସ୍ଥଳରୁ ତୁରନ୍ତ ଖସି ପଳାଇଥିଲେ।
ବନ୍ଧୁକରେ ଇଟାଲୀ, ଗୁଳିରେ ଉଲ୍ଲେଖ ରହିଛି ପୁଣେ
ଏସ୍‌ଟିଏଫ୍‌ ଜବତ କରିଥିବା ୩ଟି ବନ୍ଧୁକ ୭.୬୫ ଏମ୍‌ଏମ୍‌’ର ସୋଫିଷ୍ଟିକେଟେଡ଼୍‌ ଅଟୋମେଟିକ। ଏହା ଅତ୍ୟାଧୁନିକ ମାରଣାସ୍ତ୍ରରେ ଅନ୍ତର୍ଭୁକ୍ତ। ସେଥିରେ ମେଡ୍‌ ଇନ୍‌ ଇଟାଲୀ ବୋଲି ଲେଖା ରହିଛି। ଏହା ଅସଲି ନା ଏଠାରେ ଇଟାଲୀ ବନ୍ଧୁକର ନକଲ ତିଆରି କରାଯାଇଛି ତାହାର ତଦନ୍ତ ଆରମ୍ଭ ହୋଇଛି। ଏହି ବନ୍ଧୁକରେ ୧୨ ଗୁଳି ରହିବାର କ୍ଷମତା ଥିବାବେଳେ ସାଧାରଣତଃ ୬ ଗୁଳି ଭର୍ତ୍ତି କରାଯାଇଥାଏ। ଏହାକୁ ସେଟିଂ କରିବା ପରେ ଗୋଟିଏ ଟ୍ରିଗର ଚିପିଲେ ଅଟୋମେଟିକ ଭାବେ ଏକାଧିକ ଗୁଳି ଲଗାତର ବନ୍ଧୁକରୁ ବାହାରିଥାଏ। ଜବତ ୨୨ ଗୁଳିରେ ପୁଣେର ଏକ କମ୍ପାନୀର ନାମ ଉଲ୍ଲେଖ ରହିଛି। ତେଣୁ ଜବତ ଗୁଳି ଉକ୍ତ କମ୍ପାନୀର କି ନୁହେଁ ଜାଣିବା ପାଇଁ ଏସ୍‌ଟିଏଫ୍‌ ଯାଞ୍ଚ ପାଇଁ ପଠାଇଥିବା ସୂଚନା ମିଳିଛି।

ବାପାର ମେଡିସିନ ବେପାର, ପୁଅ କରୁଛନ୍ତି ବନ୍ଧୁକ କାରବାର
ଲିପୁନଙ୍କ ଘର ଗଞ୍ଜାମ ଜିଲାରେ ହୋଇଥିବାବେଳେ ସେ ଗଣ୍ଡମୁଣ୍ଡା ଲେକ୍‌ ଭାଲି-୨ରେ ପରିବାର ସହ ରୁହନ୍ତି। ଲିପୁନ ପରିବାର ଧନିକ ଶ୍ରେଣୀର ହୋଇଥିବାବେଳେ ବାପା ମେଡିସିନ ବ୍ୟବସାୟ କରନ୍ତି। ଏୟାରଫିଲ୍ଡ ଥାନା ଅଞ୍ଚଳ ସମେତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମେଡିସିନ ଦୋକାନ ରହିଛି। ତାଙ୍କ ପରିବାରର ଗଣ୍ଡମୁଣ୍ଡାଠାରେ ଏକ ୩ ମହଲା ବିଶିଷ୍ଟ ପ୍ରାସାଦ ରହିଛି। ଜଣେ କୋଟିପତିଙ୍କ ପୁଅ ହୋଇଥିଲେ ମଧ୍ୟ କାହିଁକି ବେଆଇନ ବନ୍ଧୁକ ବେପାର କରୁଥିଲେ ତାହାର ଖୋଳତାଡ଼ ଆରମ୍ଭ କରିଛି ଏସ୍‌ଟିଏଫ୍‌।
କିପରି ବଢ଼ିଲା ସାନୁ ଓ ଲିପୁନ୍‌ଙ୍କ ସମ୍ପର୍କ
ସାନୁ ବିବିଏ ପଢୁଥିବାବେଳେ ସେ ଲିପୁନ୍‌ଙ୍କ ଘରେ ଭଡ଼ାରେ ରହୁଥିଲେ। ଲିପୁନ ସମାନ କଲେଜରେ ପଢ଼ୁଥିବାରୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ଦୁହେଁ ଅଧିକାଂଶ ସମୟରେ ଏକାଠି କଲେଜ ଯିବାଆସିବା କରୁଥିଲେ। ତେଣୁ ପରିବାର ଲୋକେ ସାନୁଙ୍କ ସହ ଲିପୁନଙ୍କ ମିଳାମିଶାକୁ ସେତେଟା ନଜର ଦେଉ ନ ଥିଲେ। ସାନୁ ଓଡ଼ିଶା ଆସିବା ପୂର୍ବରୁ ବନ୍ଧୁକ କାରବାର ସହ ସମ୍ପୃକ୍ତ ଥିଲେ। ସେ କ୍ରମଶଃ ଲିପୁନଙ୍କୁ ନାନା କଥା କହି ବନ୍ଧୁକ କାରବାର ପ୍ରତି ଆକର୍ଷିତ କରିଥିଲେ। ବାପାଙ୍କଠାରୁ ଆହୁରି ଢ଼େର୍‌ ଅଧିକ ରୋଜଗାର କରିବାର ଆଶା ଦେଖାଇ ହାତରେ ବନ୍ଧୁକ ଧରାଇଦେଇଥିଲେ। ଲିପୁନ ରାଜି ହେବା ପରେ ଦୁହେଁ ମିଶି ବନ୍ଧୁକ କାରବାର ଆରମ୍ଭ କରିଥିଲେ। ବନ୍ଧୁକ ବେପାର ଟଙ୍କାରେ କଲେଜରେ ମଉଜମସ୍ତି କରିବା ସହ ଦବ୍‌ଦବା ଦେଖାଉଥିଲେ।

ମାଓବାଦୀ ସଂଗଠନକୁ ବନ୍ଧୁକ ଯୋଗାଉଥିବା ସନ୍ଦେହ
ସାନୁଙ୍କ ବିହାରର ଜଣେ ବନ୍ଧୁକ ଡିଲରଙ୍କ ସହ ପୂର୍ବରୁ ଭଲ ସମ୍ପର୍କ ଥିଲା। ସେ ଅତ୍ୟାଧୁନିକ ଅଟୋମେଟିକ ବନ୍ଧୁକ ତାଙ୍କଠାରୁ କିଣି ଆଣୁଥିଲେ। ୮୦ହଜାର ଟଙ୍କାରେ କିଣି ଆଣି ଓଡ଼ିଶାରେ ୧ଲକ୍ଷ ୩୦ ହଜାରରୁ ଅଧିକ ଟଙ୍କାରେ ବିକ୍ରି କରୁଥିଲେ। ଲିପୁନ୍‌ ଓଡ଼ିଶାରେ ଗ୍ରାହକ ସଂଗ୍ରହ ଦାୟିତ୍ୱରେ ଥିଲେ। ଏଥିସହ ବିଭିନ୍ନ ଅଞ୍ଚଳରେ ମଧ୍ୟ ଏଜେଣ୍ଟ ରଖି ବେପାର ଚଳାଇଥିଲେ। ବିଶେଷକରି ସେମାନେ କୋରାପୁଟକୁ ଏହି ଅତ୍ୟାଧୁନିକ ବନ୍ଧୁକ ଚାଲାଣ କରୁଥିବାବେଳେ ବିଲ୍ଡର, ଖଣି ମାଫିଆ ଓ ଏକ ସଂଗଠନକୁ ବନ୍ଧୁକ ଯୋଗାଉଥିବା କହିଛନ୍ତି। ତେବେ କୋରାପୁଟକୁ ଯାଉଥିବା ବନ୍ଧୁକ ମାଓବାଦୀମାନେ କିଣି ନେଉଥିବା ସନ୍ଦେହ କରାଯାଉଛି। ଏ ସଂକ୍ରାନ୍ତରେ ଏସ୍‌ଟିଏଫ୍‌ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ବିଜେଡି ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ୍‌: ୩ ଆହତ

ଭୁବନେଶ୍ୱର,୩୦।୪: କଟକ ଜିଲା ବଡମ୍ବାରେ ବିଜେଡି ବିଧାୟକଙ୍କ ରାଲି ଉପରକୁ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବଡମ୍ବା...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri