ବନ୍ଧ ପୁନରୁଦ୍ଧାର ନେଇ ଦୁଇଗୋଷ୍ଠୀ ମୁହାଁମୁହିଁ

ଧରାକୋଟ,୨୫ା୭(ଡି.ଏନ.ଏ.)- ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତ ଜଗନ୍ନାଥପୁର ଶାସନ ଗ୍ରାମର ରଙ୍କିବନ୍ଧ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଗ୍ରାମର ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତ ମଙ୍ଗଳବାର ଗଁ।ର ପଶ୍ଚିମ ଦିଗରେ ଥିବା ରଙ୍କିବନ୍ଧରେ ମେଶିନ ଦ୍ୱାରା ପୁନରୁଦ୍ଧାର କାମ ଆରମ୍ଭ ହୋଇଥିଲା। ଏହାକୁ ବିରୋଧ କରି ଗଁ।ର ଏକ ଗୋଷ୍ଠୀ ଭଞ୍ଜନଗର ଉପଜିଲାପାଳଙ୍କୁ ଫୋନ ଦ୍ୱାରା ଅଭିଯୋଗ କରିଥିଲେ। ଉପଜିଲାପାଳ, ଧରାକୋଟ ତହସିଲଦାର, ବିଡିଓଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ କହିଥିଲେ। ବିଡିଓ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ପଠାଇ ଏହାର ସତ୍ୟତା ଜାଣିବା ପରେ ଉଭୟ ତହସିଲଦାର, ବିଡିଓ ଘଟଣାସ୍ଥଳରେ ପହଞ୍ଚତ୍ କାମ ବନ୍ଦ କରିଥିଲେ। ସରକାରୀ ନିୟମ ପ୍ରକାରେ, ଜୁନ ୧୫ରୁ ମାଟି କାମ ହୋଇପାରିବ ନାହିଁ। ଏହାକୁ ଭିତ୍ତିକରି ପ୍ରତିପକ୍ଷ ଗୋଷ୍ଠୀ ସରକାରୀ ଅନୁଦାନରେ ଏହି କାର୍ଯ୍ୟ ହେଉଥିବା ଅଭିଯୋଗ କରିଥିଲେ। ଏହି କାମ ଗଁାର ମହିଳା ଓ ପୁରୁଷ ମିଶି କରୁଥିବା ୨ ବ୍ୟକ୍ତି ଦାବି ରଖିଥିଲେ। ଅପରାହ୍ନରେ ୫୦ରୁ ଊର୍ଦ୍ଧ୍ୱ ମହିଳା ବିଡିଓଙ୍କ ପ୍ରକୋଷ୍ଠରେ ପହଞ୍ଚତ୍ କାମ ବନ୍ଦ ହେବା ଦ୍ୱାରା ଆମର ଯେଉଁ କ୍ଷତି ହେଲା ତାହାର ଭରଣା ନ ହେବା ପର୍ଯ୍ୟନ୍ତ ଆମେ ବ୍ଲକ କାର୍ଯ୍ୟାଳୟରୁ ଯିବୁ ନାହିଁ ବୋଲି କହିଥିଲେ। ଧରାକୋଟ ଥାନାଧିକାରୀ ପହଞ୍ଚତ୍ ତୁମେ ଏହା ଜିଲାପାଳ ଓ ଉପଜିଲାପାଳଙ୍କୁ ଜଣାଅ କହିଥିଲେ। କିନ୍ତୁ ମହିଳାମାନେ ନ ହଟିବାରୁ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚତ୍ ଏହାର ଉପଯୁକ୍ତ ତଥ୍ୟ ମାଗିଥିଲେ। ସେହି ସମୟରେ ଗ୍ରାମର ଜନୈକ ବ୍ୟକ୍ତି ଆମ ପାଖରେ କାର୍ଯ୍ୟାଦେଶ ରହିଛି। ଏଣୁ ଆମେ କାମ ଆରମ୍ଭ କରିଥିଲୁ। ପ୍ରକାଶ ଯେ, ମହିଳାମାନେ ଏହି ପୁନରୁଦ୍ଧାର କାର୍ଯ୍ୟ ବନ୍ଧରେ ଗାଧୁଆ ଓ ନିତ୍ୟବ୍ୟବହାର ପାଇଁ ନିଜେ ଟଙ୍କା ଖର୍ଚ୍ଚ କରି କରୁଛୁ ବୋଲି କହୁଥିବା ବେଳେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଜଣକ ତାଙ୍କ ନିକଟରେ କାର୍ଯ୍ୟାଦେଶ ରହିଛି ବୋଲି କହିଛନ୍ତି। ଶେଷରେ ତହସିଲଦାର ଏ ସମ୍ପର୍କରେ ଜିଲାପାଳ ଓ ଉପଜିଲାପାଳଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟ ହେବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri