ବନ୍ଦ ହେଲା ମଧୁବନ ସାପ୍ତାହିକ ହାଟ

ରସୁଲପୁର,୧୧।୪(ଡିଏନଏ): ହାଟଗୁଡିକରେ ସାମାଜିକ ଦୂରତ୍ୱ ଓ ସଂଗରୋଧ ରକ୍ଷା କରାଯାଉ ନ ଥିବାରୁ ଏହାକୁ କରୋନା ପାଇଁ ଉଷ୍ମପ୍ରବଣ ଅଞ୍ଚଳ ବୋଲି ମନେ କରାଯାଉଛି। ଏହିକ୍ରମରେ ପ୍ରଶାସନ ସମଗ୍ର ରାଜ୍ୟରେ ହାଟଗୁଡିକୁ ବିଭାଜିତ କରିବା ସହ ଖୋଲା ସ୍ଥାନକୁ ସ୍ଥାନାନ୍ତରିତ କରିଛି। ଏହାସତ୍ତ୍ୱେ ଗ୍ରାମାଞ୍ଚଳର ସାପ୍ତାହିକ ହାଟଗୁଡିକରେ କରୋନା କଟକଣାକୁ ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ। ଏହିକ୍ରମରେ ଯାଜପୁର ଜିଲାର ରସୁଲପୁର ବ୍ଲକ ବଡକଇଁଚି ପଞ୍ଚାୟତର ମଧୁବନ ହାଟକୁ ଶନିବାରଠାରୁ ପ୍ରଶାସନ ବନ୍ଦ କରିବାକୁ ଘୋଷଣା କରିଛି। ଏନେଇ ପ୍ରଶାସନ ବାରମ୍ବାର ତାଗିଦ୍‌ କରିବା ପରେ ବି ହାଟ ପରିଚାଳକ, ବ୍ୟବସାୟୀ, ଚାଷୀ, ଗ୍ରାହକ ସମୂହ କରୋନା କଟକଣା ଅବମାନନା କରିବାରୁ ଏଭଳି ନିଷ୍ପତି ନେଇଛି। ଏହାଛଡା ଏହି ବ୍ଲକ ଅଧୀନ କଲଣ, ତରାପୁର, ବାଲିପାଟଣା, ହରିପୁର, ନଠୁଆବର ଆଦି ହାଟକୁ ଖୋଲା ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି ା ଏହିସବୁ ହାଟ ପରିଚାଳନା ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ମଧ୍ୟରୁ ୫ଜଣଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଉକ୍ତ କମିଟି ହାଟ ପରିଚାଳନାବେଳେ କରୋନା କଟକଣାକୁ ତଦାରଖ କରିବେ। କଟକଣା ଭଙ୍ଗ ହେଲେ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ଦାୟୀ କରାଯିବ। ଏଥିସହ ହାଟକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରି ଜନସାଧାରଣଙ୍କୁ ସଚେତନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri