Posted inରାଜ୍ୟ

ବନ୍ଦ ହେଲା ନାବାଳିକାଙ୍କ ବିବାହ

ମହାକାଳପଡ଼ା,୨୨ା୬(ଡି.ଏନ୍‌.ଏ.): ମହାକାଳପଡା ବ୍ଲକ ଅଧୀନ ଜମ୍ବୁ ମେରାଇନ୍‌ ଥାନା ଅଞ୍ଚଳରେ ଶିଶୁ ସୁରକ୍ଷା ବିଭାଗ, ବ୍ଲକ ସମନ୍ବିତ ଶିଶୁ ସୁରକ୍ଷା କମିଟି ଓ ପୋଲିସର ହସ୍ତକ୍ଷେପ ପରେ ଶୁକ୍ରବାର ଜଣେ ନାବାଳିକାଙ୍କ ବିବାହ ବନ୍ଦ କରାଯାଇଛି। ସେହିପରି ଅନ୍ୟ ଜଣେ ନାବାଳିକାଙ୍କୁ ପ୍ରେମିକଙ୍କ ଘରୁ ଉଠାଇ ଆଣି କେନ୍ଦ୍ରାପଡାସ୍ଥିତ ରେସଓ୍ବାରେ ଅସ୍ଥାୟୀ ଭାବେ ରଖାଯାଇଛି।
ସୂଚନାଯୋଗ୍ୟ, ଏହି ଅଞ୍ଚଳର ଜଣେ ନାବାଳିକାଙ୍କୁ ଶୁକ୍ରବାର ରାତିରେ ବିବାହ କରାଇବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବେଦି ତିଆରି ସରିଥିବା ବେଳେ ଭୋଜି ପାଇଁ ଆୟୋଜନ ଚାଲିଥିଲା। ଏସମ୍ପର୍କରେ କୌଣସି ସୂତ୍ରରୁ ବ୍ଲକ ସମନ୍ବିତ ଶିଶୁ ସୁରକ୍ଷା କମିଟିକୁ ସୂଚନା ମିଳିଥିଲା। ପରେ ବ୍ଲକ ସମନ୍ବିତ ଶିଶୁ ସୁରକ୍ଷା ଅଧିକାରିଣୀ ମନୋରମା ସ୍ବାଇଁଙ୍କ ସମେତ ଜମ୍ବୁ ମେରାଇନ ପୋଲିସ ପକ୍ଷରୁ ବର ଓ କନ୍ୟା ଘରେ ଚଢ଼ାଉ କରାଯାଇ ବାହାଘରକୁ ବନ୍ଦ କରି ଦିଆଯାଇଥିଲା। ଉଭୟ ବର ଓ କନ୍ୟାଙ୍କ ବିବାହ ବୟସ ହୋଇ ନ ଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କ ଅଭିଭାବକଙ୍କଠାରୁ ଏକ ଲିଖିତନାମା ଗ୍ରହଣ କରାଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ଉଭୟ ପରିବାରକୁ ଶିଶୁ ସୁରକ୍ଷା କମିଟି ନିକଟରେ ଉପସ୍ଥିତ ରହି ସେମାନଙ୍କ ବୟସ ପ୍ରମାଣ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚଢ଼ାଉ ସମୟରେ ଉକ୍ତ ଅଞ୍ଚଳରେ ଅନ୍ୟ ଜଣେ ନାବାଳିକାଙ୍କୁ ପ୍ରେମିକ ଘରେ ଗତ ୨ ମାସେ ହେବ ରହୁଥିବା ଦେଖି କମିଟି ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ଉଠାଇ ନିଆଯାଇଛି। ନାବାଳିକା ଜଣକ ଏବେ ମାଟ୍ରିକ ପରୀକ୍ଷା ଦେଇଥିବା ସୂଚନା ମିଳିଛି। ଏହି ଚଢ଼ାଉ ସମୟରେ ଜିଲା ସୁରକ୍ଷା କମିଟିର ପ୍ରବେସନ ଅଫିସର ବିବେକାନନ୍ଦ ଅତବୁଦ୍ଧି, ପରମର୍ଶଦାତା କନକଲତା ବେହେରା, ଅନନ୍ତ କିଶୋର ବେହେରା, ଜମ୍ବୁ ମେରାଇନ୍‌ ଥାନା ସବ୍‌ ଇନ୍‌ସ୍ପେକ୍ଟର ପବିତ୍ର କୁମାର ପଟ୍ଟନାୟକ ଓ ଅଙ୍ଗନଓ୍ବାଡି କର୍ମୀ ପାର୍ବତୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri