ବନ୍ଦ ହେଲା ଅଦିନିଆ ରଥଯାତ୍ରା

ପୁରୀ ଅଫିସ, ୮ା୧୨:

ବହୁ ବାଦବିବାଦ ପରେ ବନ୍ଦ ହୋଇଛି ଅଦିନିଆ ରଥଯାତ୍ରା। ଅସମୟରେ ରଥଯାତ୍ରା କରିବା ଲାଗି ପ୍ରସ୍ତୁତି ଚଳାଇଥିବା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଶ୍ରୀମଦ୍‌ ନାରଦୀୟ ଭାଗବତ ନିକୁଞ୍ଜ ଟ୍ରଷ୍ଟ ଶେଷରେ ନିଜ ନିଷ୍ପତ୍ତିରୁ ଓହରି ଯାଇଛି। ସବୁଆଡୁ ତୀବ୍ର ବିରୋଧ ଏବଂ ଥାନାରେ ଏତଲା ଦିଆଯିବା ପରେ ଟ୍ରଷ୍ଟ ତା’ର ଭୁଲ ବୁଝିପାରିଛି। ସୋସିଆଲ ମିଡିଆରେ ଶନିବାର ଏ ନେଇ ଟ୍ରଷ୍ଟ ପକ୍ଷରୁ ଏକ ସୂଚନାପତ୍ର ପୋଷ୍ଟ କରାଯାଇଛି। ଯେଉଁଥିରେ ନିର୍ଦ୍ଧାରିତ ଡିସେମ୍ବର ୨୯ ତାରିଖରେ ସେମାନେ ଆଉ ରଥଯାତ୍ରା କରିବେ ନାହିଁ ବରଂ ରାଧାକୃଷ୍ଣଙ୍କ ଶୋଭାଯାତ୍ରା ବାହାର କରିବେ ବୋଲି ସ୍ପଷ୍ଟ କରିଛନ୍ତି।
ସୂଚନାପତ୍ରରେ ଦର୍ଶାଯାଇଛି, ଟ୍ରଷ୍ଟ ପକ୍ଷରୁ ଡିସେମ୍ବର ୨୯ରେ ଜଗନ୍ନାଥଙ୍କ ରଥଯାତ୍ରା କରାଯିବା ଲାଗି ସ୍ଥିର ହୋଇଥିଲା। କିନ୍ତୁ ମହାପ୍ରଭୁଙ୍କ ରଥଯାତ୍ରା କେବଳ ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ହୋଇଥାଏ। ଏହା ପୂର୍ବରୁ ରଥଯାତ୍ରା କରିବା ଅନୁଚିତ ଓ ଶାସ୍ତ୍ର ବିରୋଧୀ। ଏ ବିଷୟରେ ଟ୍ରଷ୍ଟର ପଦାଧିକାରୀ ଜାଣି ନ ଥିଲେ। ସେମାନେ ପରମ୍ପରାକୁ ଉଲ୍ଲଂଘନ କରିବେ ନାହିଁ କିମ୍ବା କାହାକୁ ଆଘାତ ଦେବା ଭଳି କିଛି କରିବେ ନାହିଁ। ସେହି ଦୃଷ୍ଟିରୁ ଡିସେମ୍ବର ୨୯ରେ କେବଳ ରାଧାକୃଷ୍ଣଙ୍କ ଶୋଭାଯାତ୍ରା କରିବେ ବୋଲି ସ୍ଥିର କରିଛନ୍ତି। ଟ୍ରଷ୍ଟ ଦ୍ୱାରା ଯେଉଁ ରଥ ପ୍ରସ୍ତୁତ ହୋଇଛି ସେଥିରେ କେବଳ ରାଧାକୃଷ୍ଣ ବିରାଜିତ ହେବେ। ଅନ୍ୟପକ୍ଷେ ଅଦିନିଆ ରଥଯାତ୍ରାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିବା ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଏ ନେଇ ସମ୍ପୃକ୍ତ ଟ୍ରଷ୍ଟ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିଥିଲୁ। ସେମାନେ ନୂତନ ଭାବେ ଏକ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ଏହାର କର୍ମକର୍ତ୍ତା ସବୁ ଯୁବ ବୟସର। ସେମାନେ ରଥଯାତ୍ରା ତିଥି ସମ୍ପର୍କରେ ଜାଣି ନ ଥିବା କହିବା ସହ କ୍ଷମାପ୍ରାର୍ଥନା କରିଥିଲେ। ଏ ସମ୍ପର୍କିତ ଚିଠି ମଧ୍ୟ ପଠାଇଛନ୍ତି। ମହାପ୍ରଭୁ ହେଉଛନ୍ତି କ୍ଷମାର ସାଗର। ଯଦି କେହି ଭୁଲ୍‌ କରି ଏହାକୁ ସ୍ବୀକାର କରୁଛି ତା’ ସବୁଠୁ ବଡ଼ କଥା। ଟ୍ରଷ୍ଟ ରଥଯାତ୍ରା କରିବ ନାହିଁ, ସେହି ତାରିଖରେ ରାଧାକୃଷ୍ଣଙ୍କ ଶୋଭାଯାତ୍ରା ବାହାର କରିବାକୁ ସୂଚନା ଦେଇଥିବା ପଟ୍ଟନାୟକ କହିଛନ୍ତି। ସୂଚନାଥାଉ କି, ଗତ ନଭେମ୍ବର ୧୭ରେ ପଞ୍ଜାବର ଲୁଧିଆନାସ୍ଥିତ ଇସ୍କନ ପକ୍ଷରୁ ରଥଯାତ୍ରା କରାଯିବା ଲାଗି ନିଷ୍ପତ୍ତି ହୋଇଥିଲା। ଏହା ଜଣାପଡ଼ିିବା ପରେ ଓଡ଼ିଶାରେ ତୀବ୍ର ପ୍ରତିବାଦ କରାଯାଇଥିଲା। ବିଭିନ୍ନ ସଙ୍ଗଠନ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ଇସ୍କନ ମଧ୍ୟ ନିଜ ନିଷ୍ପତ୍ତିରୁ ଓହରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

ବିବାହିତାଙ୍କୁ କଲେ ଦ୍ଵିତୀୟ ବିବାହ: ସ୍ବାମୀଙ୍କ ଫୋନରୁ ଅନ୍ତରଙ୍ଗ ଭିଡିଓ ଭାଇରାଲ କଲେ ପ୍ରଥମ ସ୍ତ୍ରୀ , ଡରିକି ଏମିତି …

ଦିଗପହଣ୍ଡି,୬|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ରହୁଥିବା ଜଣେ ବିବାହିତା(୩୦)ଙ୍କୁ ପ୍ରେମ କରି ଦ୍ଵିତୀୟ ବିବାହ କରିବା ପରେ କୁକୁଡ଼ାଖଣ୍ଡି…

କଲ୍ୟାଣସିଂହପୁର ଭିଡ଼ ହିଂସା, ୨୪ ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ୍‌

ରାୟଗଡ଼ା/ବିଷମ କଟକ, ୬।୭ (କୈଳାସ ଚନ୍ଦ୍ର ପୃଷ୍ଟି/ ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ମାମଲାରେ ସୋମବାର ବିଷମକଟକ ଉପକାରାଗାରରେ…

କାଲି  ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ ମେମୁ ଟ୍ରେନ୍‌ ବାତିଲ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୬।୭: ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା। ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ଆଧୁନିକୀକରଣ ଓ ରେଳ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଆସନ୍ତାକାଲି…

ଭୁଶୁଡ଼ିଲା ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ପାଚେରୀ, ଅଳ୍ପକେ….

ପିପିଲି, ୬।୭: ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳ ବଡ଼ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଛି। ଘଟଣାରେ କୌଣସି ଜୀବନହାନି ଘଟି ନ ଥିବା ବେଳେ ଅଳ୍ପକେ କିଛି…

Puri Koraput Expressର ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ପୁରୀ,୬।୭: ନୂତନ ପୁରୀ-କୋରାପୁଟ ଏକ୍ସପ୍ରେସ ଏବଂ ବ୍ରହ୍ମପୁର-ଉଧନା(ସୁରଟ) ଅମୃତ ଭାରତ ଏକ୍ସପ୍ରେସର ନିୟମିତ ସେବାର ସୋମବାର ଶୁଭାରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ…

ଏନ୍‌ଏଚ୍–୫୫ ନିର୍ମାଣରେ ଅନିୟମିତତା: ଅଧୀକ୍ଷଣ ଯନ୍ତ୍ରୀ, ଏସଡିଓ ଓ ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାଁରେ ଏଫ୍‌ଆଇଆର୍

ଜଗତସିଂହପୁର, ୬।୭: ଜାତୀୟ ରାଜପଥ–୫୫ (ଏନ୍‌ଏଚ୍–୫୫)ର ନିର୍ମାଣ କାର୍ଯ୍ୟରେ ମନ୍ଥର ଗତି ଏବଂ ନିମ୍ନମାନର କାମକୁ ନେଇ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ଘଟଣାରେ…

୯ରେ ଖୋଲିବ ହୀରାକୁଦ ଗେଟ୍‌

ସମ୍ବଲପୁର,୬।୭(ପ୍ରମୋଦ ବହିଦାର): ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ବଢ଼ିବାରେ ଲାଗିଛି। ଜଳଭଣ୍ଡାର ଉତ୍ତମ ପରିଚାଳନା ପାଇଁ ଆସନ୍ତା ଜୁଲାଇ ୯ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri