Posted inଜାତୀୟ

ବନ୍ଦ ହେବ ୨ହଜାର ଟଙ୍କିଆ ନୋଟ୍‌ !

ନୂଆଦିଲ୍ଲୀ,୨୯।୧୧: ବିମୁଦ୍ରିକରଣ ପରେ ବଜାରକୁ ଆସିଥିବା ୨ହଜାର ଟଙ୍କିଆକୁ ନେଇ ଏବେ ଲୋକଙ୍କ ମନରେ ପୁଣି ଛନକା ପଶିଲାଣି। କାରଣ ଶୁକ୍ରବାର ପୂର୍ବତନ ଅର୍ଥ ସଚିବ ଏସ୍‌ସି ଗର୍ଗ ଏହାକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଏହା ଏକ ବଡ ନୋଟ୍‌ ହୋଇଥିବାରୁ ଏହାର ପ୍ରଚଳନରେ ବଡ ଅସୁବିଧା ହେଉଛି। ତେଣୁ ଏହାକୁ ଛୋଟ କରିଦେଲେ ଭଲ ବୋଲି ସେ କହିଛନ୍ତି। କିନ୍ତୁ ଏହି ୨ହଜାର ଟଙ୍କିଆକୁ ସେ ବନ୍ଦ କରିଦେବା କଥା କହି ନାହାଁନ୍ତି ବରଂ ଏହାକୁ ଛୋଟ କରିଦେଲେ କିଛି ଅସୁବିଧା ନାହିଁ ବୋଲି ମତ ରଖିଛନ୍ତି। ୫ଶହ ଟଙ୍କିଆ ନୋଟ୍‌ରେ କୌଣସି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଗର୍ଗ ୨ ହଜାର ଟଙ୍କିଆ ନୋଟ୍‌କୁ ନେଇ ଉପୁଜୁଥିବା ଅସୁବିଧା ସମ୍ପର୍କରେ କହିଥିଲେ। ତାଙ୍କ ମତରେ ଏହାକୁ ବେଶିଦିନ ନ ଚଳାଇବା ଭଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ଆସିଲାଣି ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, କାକରରେ ଭିଜିବ ଓଡ଼ିଶା

ନୂଆଦିଲ୍ଲୀ,୧୭।୨: ଦେଶର ଅଧିକାଂଶ ସ୍ଥାନରେ ପାଗ ନିରନ୍ତର ପରିବର୍ତ୍ତନ ହେଉଛି। ଫେବୃଆରୀ ମାସ ମାର୍ଚ୍ଚ ମାସ ପରି ଅନୁଭବ ହେବା ଆରମ୍ଭ କରିଛି। ତାପମାତ୍ରାରେ ନିରନ୍ତର ବୃଦ୍ଧି…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ତିନି ଦିନିଆ ଗସ୍ତରେ ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି; ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାକ୍ରନ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ,୧୭।୨: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି (ଫେବୃଆରୀ ୧୭) ଅର୍ଥାତ୍‌ ମଙ୍ଗଳବାର ସକାଳେ ତିନି ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା…

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri