Posted inଭଦ୍ରକ

ବନ୍ତ ବଜାର ଚଳଚଞ୍ଚଳ: ସୂଚନା ନ ଥିବା ଯୋଗୁ ଦ୍ୱନ୍ଦରେ ବ୍ୟବସାୟୀ

ବନ୍ତ,୨୧।୫(ଡି.ଏନ୍‌.ଏ.)-କରୋନା ମହାମାରୀ ମୁକାବିଲା ପାଇଁ ଗତ ମାର୍ଚ୍ଚ ଶେଷ ସପ୍ତାହଠାରୁ ଦେଶରେ ଲକଡାଉନ ଜାରି ରହିଛି। ସେହିଦିନଠାରୁ ଭଦ୍ରକ ଜିଲା ବନ୍ତ ବଜାରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ପରେ କେନ୍ଦ୍ର ସରକାର ୪ର୍ଥ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଏ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଟକଣା ଲାଗୁ କରିଛନ୍ତି। ଗୁରବାର ବନ୍ତ ବଜାରର ସମସ୍ତ ଦୋକାନ ଖୋଲା ରହିଛି। ଶୁକ୍ରବାର ସାବିତ୍ରୀ ବ୍ରତ ଥିବାରୁ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ମାତ୍ର ଦୋକାନ ଖୋଲିବା ନେଇ ବ୍ୟବସାୟୀମାନେ ଦ୍ୱନ୍ଦରେ ପଡିଛନ୍ତି। ଜିଲା ପ୍ରଶାସନସ୍ତରରେ ପ୍ରତ୍ୟେକ ରିଟେଲ୍‌ ସପ୍‌ ସକାଳ ୭ଟାରୁ ସା ୬ଟା ଏବଂ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ୍‌ ସକାଳ ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ହୋଇଛି। ଏପରିସ୍ଥଳେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଡାକବାଜି ଯନ୍ତ୍ର ସହାୟତାରେ ବ୍ୟବସାୟୀମାନଙ୍କୁ ଦିଆଯାଇ ନାହିଁ। ଫଳରେ ବନ୍ତ ବ୍ଲକର ବିଭିନ୍ନ ବଜାରର ବ୍ୟବସାୟୀମାନେ ଦ୍ୱନ୍ଦରେ ପଡିଛନ୍ତି। ବ୍ୟବସାୟୀମାନେ କହିଛନ୍ତି, ଆମେ ଦୋକାନ ଖୋଲିବା ପରେ ପ୍ରଶାସନ ଆସି ଦୋକାନ ବନ୍ଦ କରିବ ଏବଂ ଆମ ଉପରେ ଜରିମାନା ଲାଗୁ କରିବ। ତେଣୁ ବ୍ଲକ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଦୋକାନ ଖୋଲାଯିବା ସମ୍ପର୍କରେ ସୂଚନା ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ବିପଦ ସଙ୍କେତ ଟପିଲା ବୈତରଣୀ, ସାଳନ୍ଦୀ ନଦୀ: ଭଦ୍ରକରେ ପୁଣି ବନ୍ୟା

ଭଦ୍ରକ,୨୫।୯(ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ବୁଡାଉ ଥିବା ୨ ପ୍ରମୁଖ ନଦୀରେ ଶୁକ୍ରବାର ପୁଣି ବନ୍ୟା ଆସିଛି l ବୁଧବାର ରାତିରୁ କ୍ରମାଗତ ବର୍ଷା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?