ବନବିଭାଗ ଚଢ଼ାଉ : କାଠ ସାମଗ୍ରୀ, ଯନ୍ତ୍ରପାତି ଜବତ

ଲାଠୋର, ୮ା୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋରରେ ଥିବା ଏକ ଫର୍ଣ୍ଣିଚର ଦୋକାନ ଉପରେ ବନବିଭାଗ ଶନିବାର ଚଢ଼ାଉ କରିଥିଲା। ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ନିର୍ମିତ କାଠ ସାମଗ୍ରୀ ଓ ଯନ୍ତ୍ରପାତି ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରାଯାଇଥିବା ଡିଏଫଓ ସମୀର କୁମାର ଶତପଥୀ ସୂଚନା ଦେଇଛନ୍ତି।
ଡିଏଫଓ ଶତପଥୀଙ୍କ ସୂଚନା ଅନୁସାରେ ଉକ୍ତ ଫର୍ଣ୍ଣିଚର ଦୋକାନରେ ବେଆଇନ ଭାବେ କାଠ ସାମଗ୍ରୀ ନିର୍ମାଣ କରି ବାହାରକୁ ଚାଲାଣ କରାଯାଉଥିବା ନେଇ ୧୫ଦିନ ତାଙ୍କୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ଶନିବାର ଏକ ଟିମ୍‌ ଗଠନ କରାଯାଇ ଉକ୍ତ ଦୋକାନ ଉପରେ ଚଢାଉ କରାଯାଇଥିଲା। ଶନିବାର ପୂର୍ବାହ୍ନ ୯ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିଲା। ସାଗୁଆନ କାଠରେ ତିଆରି ପଲଙ୍କ, ସୋଫା, କବାଟ ଏବଂ ଅର୍ଦ୍ଧନିର୍ମିତ ସାମଗ୍ରୀ ଜବତ କରାଯାଇଥିଲା। ଏହା ସହ ସାଗୁଆନ କାଠ ଗଣ୍ଡି, ପଟା, ସିମିଳି ଗଣ୍ଡି, କେନ୍ଦୁ କାଠ ସହ ସାମଗ୍ରୀ ତିଆରି ପାଇଁ ବ୍ୟବହୃତ ବିଭିନ୍ନ ଯନ୍ତ୍ର ଜବତ କରାଯାଇଛି। ଏସବୁର ସରକାରୀ ମୂଲ୍ୟ ୨୦ ଲକ୍ଷରୁ ଅଧିକ ହେବ ବୋଲି ଡିଏଫଓ ଶତପଥୀ ପ୍ରକାଶ କରିଛନ୍ତି। ଜବତ ସମସ୍ତ ସାମଗ୍ରୀକୁ ଟ୍ରାକ୍ଟର ଯୋଗେ ଲାଠୋର ବନ କାର୍ଯ୍ୟାଳୟକୁ ନିଆଯାଇଛି। ଦୀର୍ଘଦିନରୁ ଲାଠୋରରେ ଏହି ବେଆଇନ କାରବାର ଚାଲୁଥିବା ଜବତ ସାମଗ୍ରୀକୁ ଦେଖିଲେ ସ୍ପଷ୍ଟରୂପେ ଜଣାପଡୁଛି। ନିୟମ ଅନୁସାରେ ବିନ ବିଭାଗର ଅନୁମତି ନେଇ ସାମଗ୍ରୀ ନିର୍ମାଣ କରିବା କଥା। ହେଲେ ଏଠାରେ ତାହାର ଉଲ୍ଲଂଘନ କରାଯାଇଥିବା ଚଢାଉରୁ ଜଣାପଡିଥିଲା। ଫଳରେ କରତକଳର ମାଲିକ ପବନ ଶର୍ମା ଓ ମୁକେଶ ଶର୍ମାଙ୍କ ସହିତ କାଠ ମିସ୍ତ୍ରୀ ତୁଖାରାମ ନାଗ, କୃଷ୍ଣ ପାତ୍ର, କୈଳାସ ପୁଟେଲ, ହାଲିଫ ଘୋଷିଙ୍କୁ ଗିରଫ କରାଯାଇଛି। ଡିଏଫଓ ଶତପଥୀଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ବଲାଙ୍ଗୀର ଏସିଏଫ ବାବାଜୀ ଚରଣ ରାଉଳ, ଲାଠୋର ରେଞ୍ଜର ଦେବଦତ୍ତ ସୂତାର, ମୋବାଇଲ ସ୍କାର୍ଡ, ଏପିଆର ଫେୀର୍ସ, କଣ୍ଟାବାଞ୍ଜି ଓ ଲାଠୋର ବନକର୍ମଚାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri