ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପାଟପୁର,୨୧ା୮(ଡି.ଏନ.ଏ.): ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ.ଗୋପାଳପୁର କାଳୀମନ୍ଦିର ସାହିରେ ମଙ୍ଗଳବାର ରାତିରେ ଜଣେ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସେ ହେଲେ ଏସ.ଗୋପାଳପୁର ଗ୍ରାମର ବାସନ୍ତୀ ପ୍ରଧାନ। ବୁଧବାର ସକାଳେ ପାଟପୁର ପୋଲିସ ଓ ସାନଖେମୁଣ୍ଡି ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟେଟ୍‌ ଅମିତ କୁମାର ନାୟକଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଥିବା ଜଣାପଡିଛି। ପୂର୍ବରୁ ମୋ ଝିଅକୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବାବେଳେ ମଙ୍ଗଳବାର ରାତିରେ ମାରିଦେଇଛନ୍ତି ବୋଲି ବାସନ୍ତୀଙ୍କ ବାପା ବିଷ୍ଣୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ନଂ.୧୬୧/୧୯ରେ ମାମଲା ରୁଜୁ କରି ପୋଲିସ ମୃତ ବାସନ୍ତୀଙ୍କ ସ୍ବାମୀ କୃଷ୍ଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଲାଇଛି। ଅନ୍ୟପକ୍ଷରେ ବାସନ୍ତୀ ଆତ୍ମହତ୍ୟା କରିଥିବା ସ୍ବାମୀ ଓ ଶାଶୁଘର ଲୋକେ ପୋଲିସ ନିକଟରେ ବୟାନ ଦେଇଛନ୍ତି। ବ୍ୟବଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତିି।
ପ୍ରକାଶ ଯେ, ଆସିକା ଥାନା ସିମାଖାଇ ଗ୍ରାମର ବିଷ୍ଣୁ ପ୍ରଧାନଙ୍କ ଝିଅ ବାସନ୍ଦୀ ଦେଢ ବର୍ଷ ତଳେ ପାଟପୁର ଥାନା ଏସ.ଗୋପାଳପୁର ଗ୍ରାମର କୃଷ୍ଣଙ୍କୁ ବିବାହ କରିଥିଲେ। ବିବାହ ବେଳେ ଦାବି ମୁତାବକ ଯୌତୁକ ସାମଗ୍ରୀ ଦିଆଯାଇଥିବାବେଳେ ଅଧିକ ଯୌତୁକ ଦାବିରେ ତାଙ୍କୁ ନିର୍ଯାତନା ଦିଆଯାଉଥିବା ତାଙ୍କ ବାପା ପୋଲିସକୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ଅପରାଜିତାଙ୍କ ବିଶ୍ୱସ୍ତ ଅଖିଳ ପଟ୍ଟନାୟକ

ଭୁବନେଶ୍ୱର,୮।୫: ଚଳିତ ନିର୍ବାଚନକୁ ନେଇ ରାଜ୍ୟର ରାଜନୀତି ସରଗରମ ରହିଥିବା ବେଳେ ଦଳ ଡିଆଁ ଜାରି ରହିଛି। ଏହି କ୍ରମରେ ବୁଧବାର ଶଙ୍ଖ ଭବନରେ ବିଜେଡିର...

ଢେଙ୍କାନାଳ ଛାଡ଼ି ସମ୍ବଲପୁରରୁ କାହିଁକି ଲଢୁଛନ୍ତି ଧର୍ମେନ୍ଦ୍ର? ପ୍ରଶ୍ନ ଆଳରେ କଟାକ୍ଷ କଲେ ପାଣ୍ଡିଆନ୍‌…

ଭୁବନେଶ୍ୱର,୮।୫: ଢେଙ୍କାନାଳ ନିର୍ବାଚନ କ୍ଷେତ୍ରରେ ଦୀର୍ଘ ୧୦ ବର୍ଷ କେନ୍ଦ୍ରରେ ଧର୍ମେନ୍ଦ୍ର ପ୍ରଧାନ ମନ୍ତ୍ରୀ ରହିଥିଲେ। ଏହାସତ୍ତ୍ୱେ କାହିଁକି ଚଳିତ ନିର୍ବାଚନରେ ସମ୍ବଲପୁରରୁ ଲଢ଼ୁଛନ୍ତି ବୋଲି...

ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ...

ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ,୮।୫(ଅଜିତ କୁମାର ବାରିକ ): ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବୁଧବାର ବଡ ସଫଳତା ମିଳିଛି। ଗତ କିଛି ଦିନ ତଳେ ବୌଦ୍ଧ ପୋଲିସ ଦ୍ୱାରା...

ପିପିଲି ରାଜନୀତିରେ ନୂଆ ମୋଡ, ଜଣାପଡିଲା କାହିଁକି ରୁଦ୍ରଙ୍କ ସ୍ତ୍ରୀ କରିଛନ୍ତି ନାମାଙ୍କନ

ପୁରୀ,୮।୫: ନିର୍ବାଚନୀ ମଇଦାନରେ ସ୍ବାମୀ-ସ୍ତ୍ରୀ ଲଢେଇ। ଏପରି ଅନେକ ଘଟଣା ପୂର୍ବରୁ ସାମ୍ନାକୁ ଆସିିଥିବାବେଳେ ଏପରି ଘଟଣା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ପିପିଲି...

ବିଜେଡିକୁ କାଉଣ୍ଟର କରିବା ପାଇଁ ଭାଜପାର ପ୍ରେସମିଟ୍‌

ଭୁବନେଶ୍ୱର,୮।୫: ବିଜେଡି ନେତା କାର୍ତ୍ତିକ କାଣ୍ଡିଆନଙ୍କ ପାହାନ୍ତିଆ ପ୍ରେସମିଟ୍‌ ପରେ ଏହାର କାଉଣ୍ଟର ଆଟାକ୍‌ କରିଛି ଭାରତୀୟ ଜନତା ପାର୍ଟି। ଭାଜପାର ପ୍ରେସମିଟ୍‌ କରି ସମୀର...

ଭାଜପା ନେତା ଆଲେକଜାଣ୍ଡର ଦାସ ବିଜେଡିରେ ସାମିଲ

ଭୁବନେଶ୍ୱର,୮।୫: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ। ଭାଜପା ନେତା ଆଲେକଜାଣ୍ଡର ଦାସ ଶହ ଶହ ସମର୍ଥକ ସହିତ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି। ଦଳଡିଆଁଙ୍କୁ...

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri