Posted inଖେଳ

ବଦଳିପାରେ ଆଇପିଏଲ ମ୍ୟାଚ୍‌ ଟାଇମିଂ

ମୁମ୍ବାଇ,୨୪।୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଗଭର୍ନିଂ କାଉନ୍‌ସିଲ(ଜିସି)ବୈଠକ ନୂଆଦିଲ୍ଲୀଠାରେ ସୋମବାର ଅନୁଷ୍ଠିତ ହେବ। ଏହାର ମୁଖ୍ୟ ଏଜେଣ୍ଡା ହେଉଛି ଆଇପିଏଲ ମ୍ୟାଚ୍‌ ଟାଇମିଂ। ୨୦୨୦ ସଂସ୍କରଣର କାର୍ଯ୍ୟସୂଚୀ ପ୍ରକାଶ ପାଇବାକୁ ଥିବାବେଳେ ଗୁଆହାଟୀ ଷ୍ଟାଡିୟମରେ ଖେଳିବାକୁ ରାଜସ୍ଥାନ ରୟାଲ୍ସର ଅନୁରୋଧ ଉପରେ ମଧ୍ୟ ବିଚାର କରାଯିବ। ଆଇପିଏଲ ମ୍ୟାଚ୍‌ ପୂର୍ବଭଳି ରାତି ୮ଟା ବଦଳରେ ୭.୩୦ରେ ଆରମ୍ଭ କରିବାକୁ ପ୍ରସାରଣକାରୀ ଚ୍ୟାନେଲ ଅନୁରୋଧ କରିଛି। ମ୍ୟାଚ୍‌ ଟାଇମିଂ ପରିବର୍ତ୍ତନ ନେଇ ଗତ ଦୁଇ ସିଜନ ହେଲା ବିଚାର ଜାରି ରହିଛି। ପୂର୍ବରୁ ପ୍ରସାରଣକାରୀ ଚ୍ୟାନେଲ ‘ଷ୍ଟାର’ ୭ଟାରେ ମ୍ୟାଚ୍‌ ଆରମ୍ଭ କରିବାକୁ ବିସିସିଆଇ ନିକଟରେ ନିବେଦନ କରିଥିଲା। ପରେ ସମୟରେ ପରିବର୍ତ୍ତନ କରି ୭.୩୦ ଦିଆଯାଇଛି। ଏ ସମ୍ପର୍କରେ ବିସିସିଆଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଫ୍ରାଞ୍ଚାଇଜ ସହ ଟାଇମିଂ ସମ୍ପର୍କରେ ଆଲୋଚନା କରାଯାଇନାହିଁ। ପ୍ରସାରଣକାରୀ ଚ୍ୟାନେଲର ଦାବି ପଛରେ ୩ କାରଣ ରହିଛି। ପ୍ରଥମଟି ହେଲା ଶୀଘ୍ର ଆରମ୍ଭ ହେଲେ ଦେଖଣାହାରିଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇବ ଓ ରେଟିଂସ ମଧ୍ୟ ବଢ଼ିବ। ଦ୍ୱିତୀୟଟି ହେଉଛି ଲିଗ୍‌ର ପ୍ରାୟୋଜକ ଓ ଫ୍ରାଞ୍ଚାଇଜଙ୍କୁ ଅଧିକ ସମୟ ମିଳିବ। ତୃତୀୟ ତଥା ଅନ୍ତିମ କାରଣ ହେଲା ମ୍ୟାଚ୍‌ବେଳେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ମଧ୍ୟରାତି ପୂର୍ବରୁ ଘରେ ପହଞ୍ଚତ୍ ପାରିବେ। ମାତ୍ର ମ୍ୟାଚ୍‌ ଶୀଘ୍ର ଆରମ୍ଭ ହେବା ଦ୍ୱାରା କିଛି ସମସ୍ୟା ମଧ୍ୟ ଉପୁଜିବ। ସେଗୁଡ଼ିକ ହେଲା ରାତ୍ର ମ୍ୟାଚ୍‌ରେ କାକର ବିଶେଷ ସମସ୍ୟା ସୃଷ୍ଟି କରେ। ଏହା ଗୋଟିଏ ଦଳକୁ ଅଧିକ ଫାଇଦା ଦେବ। ମୁମ୍ବାଇ ଓ ବାଙ୍ଗାଲୋର ଭଳି ସହରରେ ଷ୍ଟାଡିୟମ ଫୁଲ ହେବାକୁ ଅଧିକ ସମୟ ଲାଗେ। ସେଠାରେ ରାତି ୮ଟାରେ ମ୍ୟାଚ୍‌ ଆରମ୍ଭ ହେଲେ ଷ୍ଟାଡିୟମରେ ୮.୩୦ ବେଳକୁ ଦର୍ଶକ ସଂଖ୍ୟା ବଢ଼ିଥାଏ। ସୁବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଟିଭି ରେଟିଂ ପାଇଁ କ୍ରିକେଟ କମ୍ପ୍ରୋମାଇଜ କରିପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

କଣାସରେ ପଶିଲା ଗୋଠଛଡ଼ା ହାତୀ

କଣାସ,୨୦ା୨(ବିଭୂତି ଭୂଷଣ ତ୍ରିପାଠୀ): ପ୍ରତ୍ୟେକ ବର୍ଷ ଧାନ ଫସଲ ଖାଇବା ପାଇଁ ବରୁଣେଇ ଜଙ୍ଗଲରୁ ହାତୀମାନେ କଣାସ ବ୍ଲକର ବିଭିନ୍ନ ପଞ୍ଚାୟତକୁ ଆସି ବ୍ୟାପକ ଫସଲ କ୍ଷତିଗ୍ରସ୍ତ…

ଜେଏସଡବ୍ଲୁଓ-ପୋସ୍କୋ ଷ୍ଟିଲ ପ୍ଲାଣ୍ଟ ପାଇଁ ବଡ଼ ସର୍ତ୍ତ ରଖିଲେ ଗ୍ରାମବାସୀ: ଜମି ଏକର ପିଛା ୭୫ କୋଟି ଟଙ୍କା ସହ…

ପାଟଣା,୨୦।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ରେ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ତୃତୀୟ ଗ୍ରାମ ସଭା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ରେଙ୍ଗାଳ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri