ବଦଳି ହୋଇ ଚାଲିଗଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ: ଧାର୍ଯ୍ୟ ହୋଇପାରିଲାନି ମହାପ୍ରସାଦ ଦର

ପୁରୀ ଅଫିସ, ୨୨ା୮: ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ବଦଳି ହୋଇ ଚାଲିଗଲେ। ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତା ମଧ୍ୟ ପରିବର୍ତ୍ତନ ହୋଇଗଲେ। ମାତ୍ର ଆନନ୍ଦବଜାର ଶୃଙ୍ଖଳା ପାଇଁ ଏପର୍ଯ୍ୟନ୍ତ ମହାପ୍ରସାଦ ଦର ତାଲିକା ଧାର୍ଯ୍ୟ ହୋଇପାରିଲା ନାହିଁ। ପୂର୍ବତନ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସମୟରେ ନିଆଯାଇଥିବା ଅବଢା ଦର ତାଲିକା ନିଷ୍ପତ୍ତି ସେମିତି ଝୁଲିରହିଛି। ଏହି ନିଷ୍ପତ୍ତିକୁ ଆଉ ୭ଦିନ ପରେ ବର୍ଷେ ପୂରିବ। ଦର ତାଲିକା ନିର୍ଦ୍ଧାରଣ ହୋଇ ନ ପାରିବା ଭକ୍ତଙ୍କ ମନକୁ ଆନ୍ଦୋଳିତ କରିଛି। ଏହି ନିଷ୍ପତ୍ତି କ’ଣ ପାଇଁ ଏବଂ କେଉଁଠି ଅଟକି ରହିଛି ତାହା ଏବେ ପ୍ରଶ୍ନବାଚୀ ହୋଇଛି।
ଅଗଷ୍ଟ ୨୯ ତାରିଖ। ଆନନ୍ଦବଜାରକୁ ଶୃଙ୍ଖଳିତ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଥିଲା। ସେହିଦିନ ଆନନ୍ଦ ବଜାର ପାଇଁ ନିଆଯାଇଥିଲା ଏକାଧିକ ନିଷ୍ପତ୍ତି। ତନ୍ମଧ୍ୟରେ ମହାପ୍ରସାଦ ଦର ତାଲିକା (କୁଡ଼ୁଆ ଚିତ୍ର ସହ କାହାର ମୂଲ୍ୟ କେତେ) ପ୍ରସ୍ତୁତ ପାଇଁ ସହମତି ହୋଇଥିଲା। ଏହାପରେ ମନ୍ଦିର ପ୍ରଶାସନ ଦର ନିର୍ଦ୍ଧାରଣ ଲାଗି ପ୍ରକ୍ରିୟା ଆରମ୍ଭ କରିଥିଲା। ଏଥିଲାଗି ସ୍ବତନ୍ତ୍ର ଭାବେ ମହାପ୍ରସାଦ ପ୍ରସ୍ତୁତ କରାଯିବା ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ମାତ୍ର ଏକାଧିକ ଥର ବଦଳି ଥିଲା ତାରିଖ। ଶେଷରେ ଗତବର୍ଷ ଡିସେମ୍ବର ୪ରେ ସ୍ବତନ୍ତ୍ର ଭାବେ ବରାଦି ଭୋଗରେ ରୋଷେଇ ହୋଇଥିଲା ମହାପ୍ରସାଦ। ମନ୍ଦିର ପ୍ରଶାସନ ଆବଶ୍ୟକ ଡାଲି, ଚାଉଳ, ପରିବା, କୁଡୁଆ ପ୍ରଭୃତି ଯୋଗାଇ ଦେଇଥିଲା। ରୋଷେଇ ପରେ ମୁଖ୍ୟ ପ୍ରଶାସକ କହିଥିଲେ ଏଥିରେ ସାମଗ୍ରୀର ମୂଲ୍ୟ, କେତେ କୁଡ଼ୁଆ ଲାଗିଛି, ପାରିଶ୍ରମିକ କ’ଣ ରହିବ ତାହା ବିଚାରକୁ ନିଆଯାଇ ଦର ନିର୍ଦ୍ଧାରଣ ହେବ। ନୂଆବର୍ଷରୁ ଅବଢା ଦର ତାଲିକା ଆନନ୍ଦ ବଜାର ସମେତ ଶ୍ରୀମନ୍ଦିରରେ ବିଭିନ୍ନ ସ୍ଥାନରେ ଲଗାଯିବ। ଏହି ତାଲିକାରେ ଓଳି ଚିତ୍ର ରହିବ। ଓଳିର ସାଇଜ ଓ ଦାମ୍‌ ଏଥିରେ ଉଲ୍ଲେଖ କରାଯିବ। ଏହାଦ୍ୱାରା ମହାପ୍ରସାଦ କିଣିବା ବେଳେ ଭକ୍ତଙ୍କ ମନରେ କୌଣସି ପ୍ରକାର ଦ୍ୱନ୍ଦ୍ୱ ରହିବ ନାହିଁ। ଏହାକୁ ଶୁଣି ଭକ୍ତମାନେ ଖୁସି ହୋଇଯାଇଥିଲେ। ତେବେ ଇତିମଧ୍ୟରେ ୮ ମାସରୁ ଊର୍ଦ୍ଧ୍ୱ ବିତିଗଲାଣି। ମାତ୍ର ପଦକ୍ଷେପ ଶୂନ। ଅନ୍ୟପକ୍ଷରେ ମହାପ୍ରସାଦ ଦର ନିର୍ଦ୍ଧାରଣ ପାଇଁ ଯେଉଁ ରୋଷେଇ ହୋଇଥିଲା ତାହା ମହଙ୍ଗା ରହିଥିବା ଶୁଣିବାକୁ ମିଳୁଛି। ବର୍ତ୍ତମାନ ଆନନ୍ଦ ବଜାରରେ ଭକ୍ତ ଯେଉଁ ଦାମ୍‌ରେ ଅବଢା ପାଉଛନ୍ତି ତାଲିକା ପ୍ରସ୍ତୁତ ହେଲେ ଅଧିକ ଦାମ୍‌ ରହିବ। ତେଣୁ ପ୍ରଶାସନ ଏହି ତାଲିକାକୁ ନେଇ ଦୋଛକିରେ ପଡ଼ିଥିବାରୁ କିଛି ନିଷ୍ପତ୍ତି ନେଇପାରୁ ନ ଥିବା କୁହାଯାଉଛି। ଏ ନେଇ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ପ୍ରୟାସ ଜାରି ରହିଛି। ଖୁବଶୀଘ୍ର ମହାପ୍ରସାଦ ଦର ତାଲିକା ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ପରିସର ଏବଂ ଆନନ୍ଦ ବଜାରରେ ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri