ବଣ୍ଡାଘାଟିରେ ବନ୍ୟା ପରିସ୍ଥିତି: ଅନେକ ଗ୍ରାମରେ ପହଞ୍ଚିପାରିନି ପ୍ରଶାସନ

ଖଇରପୁଟ, ୭ା୮(ଡି.ଏନ.ଏ.): ମାଲକାନଗିରି ଜିଲାର ଖଇରପୁଟ ବ୍ଲକରେ ଲଗାଣବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। ଅନେକ ଗ୍ରାମ ଜଳବନ୍ଦୀ ହୋଇରହିଛି। କେତେକ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି। ବଣ୍ଡାଘାଟିରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଅଞ୍ଚଳର ମୁଦୁଲିପଡା ଓ ଅଣ୍ଡ୍ରାହାଲ ପଞ୍ଚାୟତର ପାତ୍ରପୁଟ, ଖୋଇଗୁଡା, କିଚାପଡା, ତୁସେଇପଡା, ଖାଲଗୁଡା, ଭେଜଗୁଡା, ଦାଣ୍ଡିଗୁଡା ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଗ୍ରାମଗୁଡିକରେ ପ୍ରଶାସନ ପହଞ୍ଚତ୍ପାରିନାହିଁ । ପ୍ରବଳ ବର୍ଷା ଯୋଗୁ ଅନେକ ଲୋକଙ୍କ ଘରେ ପାଣି ପଶି ଲୋକଙ୍କ ଘର ଭାଙ୍ଗିଯାଇଛି। ନିତ୍ୟବ୍ୟବହୃତ ଜିନିଷପତ୍ର ନଷ୍ଟ ହୋଇଛି। କେତେକ ଗ୍ରାମରେ ମହାମାରୀ ଦେଖାଦେଲାଣି। ଗ୍ରାମଗୁଡିକର ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। କୌଣସି ସ୍ବାସ୍ଥ୍ୟକର୍ମୀଙ୍କ ଗ୍ରାମଗୁଡିକରେ ପାଦ ପଡୁନାହିଁ। ଜିଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ କୌଣସି ସହାୟତା ମିଳି ନ ଥିବା ଅଭିଯୋଗ ହୋଇଛି। ପାହାଡିଆ ଅଞ୍ଚଳ ରୂପେ ପରିଚିତ ବଣ୍ଡାଘାଟିରେ କ୍ରମାଗତ ଭାବେ ବର୍ଷା ଲାଗିରହିଛି। ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଅନେକ ଚାଷଜମିରେ ବର୍ଷାପାଣି ପଶି ଚାଷ ନଷ୍ଟ ହୋଇଯାଇଛି। ଫଳରେ ଏହି ଆଦିମ ବଣ୍ଡା ଜନଜାତିର ଲୋକେ କିଭଳି ଚଳିବେ ସେ ନେଇ ଚିନ୍ତାରେ ପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ଗ୍ରାମରେ କୌଣସି ପ୍ରଶାସନିକ ଅଧିକାରୀ, ସ୍ବାସ୍ଥ୍ୟସେବା କିମ୍ବା ରିଲିଫ ସାମଗ୍ରୀ ପହଞ୍ଚତ୍ ନ ଥିବା ଦାଣ୍ଡିଗୁଡାର ସମରା ଶିଶା, ବୁଦ୍ରା ଦୋରା, ଗୁରୁ କିର୍ଷାନି, ଧବୁଲୁମୁଦୁଲି ଏବଂ କିଚାପଡା ଗ୍ରାମର ମଙ୍ଗଳା ମୁଦୁଲି, ବୁଦା ଶିଶା, ଶୁକ୍ରା ମୁଦୁଲି ପ୍ରମୁଖ କହିଛନ୍ତି। ପ୍ରଶାସନ ପକ୍ଷରୁ ଶୀଘ୍ର ସେମାନଙ୍କୁ ରିଲିଫ ସହ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ସେହିପରି ଖଇରପୁଟ ବ୍ଲକର ସଦର ମହକୁମାର ମାଝିଗୁଡା, କେନ୍ଦୁଗୁଡା ଓ ଗମ୍ଭାରିଭଟ୍ଟା ୩ଟି ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଜଣେ ରୋଗୀ ମଧ୍ୟ ଫସି ରହିଛନ୍ତି। ମାଝିଗୁଡା ଗ୍ରାମର ଗୁରୁମାଝି ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନେବା ପାଇଁ ଟୋକେଇରେ ବୋହି ଅଣାଯାଇଥିଲା। ତେବେ ଗ୍ରାମ ନିକଟରେ ଥିବା ଅସ୍ଥାୟୀ ପୋଲଟି ଧୋଇଯିବାରୁ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ଡାକ୍ତରଖାନା ନେବା ସମ୍ଭବପର ହୋଇ ନଥିବା ପ୍ରକାଶ କରିଛନ୍ତି। ପୂର୍ବରୁ ଗ୍ରାମବାସୀ ବାରମ୍ବାର ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ। ଫଳରେ ଆମେ ନାହିଁ ନ ଥିବା ହଇରାଣ ହେଉଛୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ବର୍ଷାରେ କ୍ଷୟକ୍ଷତି ହୋଇଥିବା ସମସ୍ତ ଗ୍ରାମକୁ ରିଲିଫ ସହ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟ ହତ୍ୟା ମାମଲା: ଝାରପଡ଼ା ଜେଲ୍‌ରେ ୨୦ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର, ୭।୭: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ସ୍ପେସିଆଲ୍‌…

ଗୁଜରାଟ ସିରିଏଲ ବିସ୍ଫୋରଣ ମାମଲାରେ ବଡ଼ ରାୟ: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ

ଅହମଦାବାଦ,୭।୭: ୨୦୦୮ ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ଗୁଜରାଟ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ବଜାୟ ରଖିଛନ୍ତି। ହାଇକୋର୍ଟ ୩୮ ଜଣ…

ବୋର୍ଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଘରେ ଶୋଇଥିବା ବେଳେ କଳାକାନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଅଳଙ୍କାର ଲୁଟ୍‌

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତି ପ୍ରାୟ…

୧୦୮ ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଶିଶୁ କନ୍ୟା: ଫାର୍ମାସିଷ୍ଟଙ୍କ ମହାନତାକୁ ପ୍ରଶଂସା

ଗୁଣପୁର,୭।୭(ସୁଜାତା ପାଢ଼ୀ): ମାନବତା ଏବେ ବି ବଞ୍ଚିଛି । ରାୟଗଡା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ମହାନତା ଦେଖାଇ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଜାକର୍ତ୍ତା,୭।୭: ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସବିଆଣ୍ଟୋ ଘୋଷଣା କରିଛନ୍ତି, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘Bintang…

ବୈତରଣୀରେ ବଢ଼ୁଛି ବନ୍ୟା, ଧସୁଛି ନଦୀବନ୍ଧ: ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା

ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର…

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri