ବଣବୁଦା ସଫେଇ ନଁ। ରେ ଗଛ କଟା

ଚମ୍ପୁଆ, ୭ା୧୨(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ସେକ୍ସନରେ ବନ ବିଭାଗ ପକ୍ଷରୁ ବଣବୁଦା ସଫା ନାମରେ ଶାଳ ଆଦି ଗଛ କଟାଯାଉଥିବାରୁ ଏହାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ସବୁଆଡ଼େ ବନ ସମ୍ପଦ କ୍ଷୟ ହେଉଥିବା ବେଳେ ସତର୍କତା ଅବଲମ୍ବନ ନ କରି ଏଭଳି ଗଛ କଟାଯିବା ପରିବେଶ ପ୍ରତି ବିପଦ ସୃଷ୍ଟି କରିବ ବୋଲି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ପରିବେଶବିତ୍‌ମାନେ ମତବ୍ୟକ୍ତ କରିଛନ୍ତି।
ସମ୍ପ୍ରତି ଜଙ୍ଗଲ ମଧ୍ୟରେ ଅନାବନା ବଣବୁଦା ସଫେଇ କରିବା ଆଳରେ ବନ ବିଭାଗ ପକ୍ଷରୁ ଶ୍ରୀଧରପୁର, କଇଁତା, ପତଳା ଆଦି ଅଞ୍ଚଳରେ ଏକ ସପ୍ତାହେ ହେବ ଗଛ କଟାଯାଉଛି। ଏପରି କି ଏହି କାର୍ଯ୍ୟରେ ବୃକ୍ଷ ଚିହ୍ନି ନ ଥିବା ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବାରୁ ବହୁ ଔଷଧୀୟ ଲତା ଓ ଅନ୍ୟ ଗଛ ନଷ୍ଟ ହେଉଛି। ଏହି ଖଣି ଖାଦାନଭରା ଅଞ୍ଚଳରେ ଜଙ୍ଗଲ ସୃଷ୍ଟିକରି ପରିବେଶର ସନ୍ତୁଳନ ରକ୍ଷା କରିବା ବଦଳରେ ବନ ବିଭାଗର ଅନ୍ଧାଧୁନିଆ ଗଛକଟା ନେଇ ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ରମାକାନ୍ତ ପ୍ରଧାନ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଲୋକଙ୍କ ସହଯୋଗକ୍ରମେ ଚମ୍ପୁଆ ବ୍ଲକର ଜଙ୍ଗଲ ସୁରକ୍ଷା ନେଇ ସଚେତନତା ବୃଦ୍ଧି ପାଇଛି। ସ୍ଥାନୀୟ ଜଙ୍ଗଲରେ ବହୁ ଔଷଧୀୟ ବୃକ୍ଷ ରହିଥିବାରୁ ସେଥିରୁ ନାନା ଔଷଧ ପ୍ରସ୍ତୁତ କରାଯାଉଛି। ଏଣୁ ମୂଲ୍ୟବାନ ତଥା ଔଷଧୀୟ ଗଛ ନଷ୍ଟ ନ ହେବା ଉଚିତ। ଜାମୁଦଲକ ସରପଞ୍ଚ ରମେଶ ମୁଣ୍ଡା କହିଛନ୍ତି ଯେ, ଏ ଅଞ୍ଚଳର ଲୋକେ ବାପା ଦାଦା ଅମଳରୁ ଘରପିଛା ଧାନ ସଂଗ୍ରହ କରି ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିଲେ। ଏବେ ବନ ବିଭାଗ ନୂଆ ଜଙ୍ଗଲ ସୃଷ୍ଟି କରିପାରୁ ନ ଥିବା ବେଳେ ଜଙ୍ଗଲ ସମ୍ପଦ ନଷ୍ଟ କରିବା ଠିକ୍‌ ନୁହେଁ। ଓଡ଼ିଶା ଜନସେବା ସଙ୍ଗଠନ ରାଜ୍ୟ ସମ୍ପାଦକ ମହେନ୍ଦ୍ର ଗିରି କହିଛନ୍ତି ଯେ, ଜଙ୍ଗଲ ଭଳି ମୂଲ୍ୟବାନ ସମ୍ପତ୍ତିିର ସୁରକ୍ଷା ଗ୍ରାମବାସୀଙ୍କ ହାତରେ ରହିଥିବା ବେଳେ ସେମାନଙ୍କୁ ଅଣଦେଖା କରି ଜଙ୍ଗଲ ସଫେଇ ଆଳରେ ହେଉଥିବା ଗଛକଟା ବନ୍ଦ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri