ବଢୁଛନ୍ତି ରୋଗୀ, ନାହିଁ ଡାଏଲିସିସ୍‌ ମେଶିନ୍‌

ବ୍ରହ୍ମପୁର ଅଫିସ୍‌,୨ା୭-ଗଞ୍ଜାମ ଏବଂ ଏହାର ଆଖାପାଖ ଜିଲାଗୁଡ଼ିକରେ ବିଗତ କିଛି ବର୍ଷ ହେଲା କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଦକ୍ଷିଣ ଓଡ଼ିଶାର ଏକ ମାତ୍ର ରେଫରାଲ୍‌ ହସ୍‌ପିଟାଲ୍‌ ବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟକୁ ରୋଗୀମାନେ ଚିକିତ୍ସା ପାଇଁ ଆସିଥାନ୍ତି ।
ଦୈନିକ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏଠାରେ ଆବଶ୍ୟକ ସଂଖ୍ୟକ ଡାଏଲିସିସ୍‌ ମେଶିନ୍‌ ନାହିଁ। ଫଳରେ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ୁଛି । ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଏହି ସମସ୍ୟାକୁ ନେଇ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ନିୟମିତ ଆନ୍ଦୋଳନ ହେଉଥିଲେ ମଧ୍ୟ ରାଜ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି ।
ଅନ୍ୟପଟେ ମେଶିନ୍‌ ଅଭାବରୁ ରୋଗୀମାନେ ମୃତ୍ୟୁମୁଖରେ ପଡୁଛନ୍ତି । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ଏଭଳି ଅପାରଗତା ପ୍ରତିବାଦରେ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। ସୋମବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ତଥା ସ୍ବାସ୍ଥ୍ୟ ବିକାଶ ସମିତିର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ପକ୍ଷରୁ କୁହାଯାଇଛି, ଏମ୍‌କେସିଜି ନେଫ୍ରୋଲୋଜି ବିଭାଗରେ ମାତ୍ର ଦୁଇଟି ଡାଏଲିସିସ୍‌ ମଶିନ୍‌ ରହିଛି। ଜଣେ ରୋଗୀଙ୍କ ଡାଏଲିସିସ୍‌ ପାଇଁ ୪ଘଣ୍ଟା ଆବଶ୍ୟକ। ହେଲେ ମାତ୍ର ଦୁଇଟି ମେଶିନ୍‌ ଥିବା ଯୋଗୁ ବହୁ ରୋଗୀ ଅପେକ୍ଷାକରି ରହୁଛନ୍ତି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ସୁଦ୍ଧା ଡାଏଲିସିସ୍‌ ବ୍ୟବସ୍ଥା ରହିଥିବା ଯୋଗୁ ଦିନକୁ ମାତ୍ର ୨ କିମ୍ବା ୩ଜଣ ରୋଗୀଙ୍କ ଡାଏଲିସିସ୍‌ ହୋଇପାରୁଛି। ବହୁ ସଂଖ୍ୟାରେ ରୋଗୀ ଅପେକ୍ଷା କରୁଛନ୍ତି । ଆବଶ୍ୟକ ସଂଖ୍ୟକ ଡାକ୍ତର କିମ୍ବା ଅନ୍ୟ କର୍ମଚାରୀମାନେ ମଧ୍ୟ ନାହାନ୍ତି। ଏଣୁ ଅନୂ୍ୟନ ୧୦ଟି ମେଶିନ୍‌ ସହ ଆବଶ୍ୟକ ଡାକ୍ତର ଏବଂ କର୍ମଚାରୀଙ୍କୁ ରାଜ୍ୟ ସରକାର ତୁରନ୍ତ ନିଯୁକ୍ତି ଦିଅନ୍ତୁ ବୋଲି ସଂଗଠନ ପକ୍ଷରୁ ଦାବି ହୋଇଛି। ସେହିଭଳି ବ୍ରହ୍ମପୁର ସିଟି ହସ୍‌ପିଟାଲ୍‌ ଜିଲାର ଏକ ଗୁରୁତ୍ୱପୂର୍ଣ୍ଣ ମେଡ଼ିକାଲ୍‌ ହୋଇଥିବା ଯୋଗୁ ସେଠାରେ ମଧ୍ୟ ଡାଏଲିସିସ୍‌ ବ୍ୟବସ୍ଥା କରାଯାଉ ବୋଲି ସଂଗଠନ ଦାବି ରଖିଛି । ଏହା ଦ୍ୱାରା ଏମ୍‌କେସିଜି ଉପରେ ଚାପ କମିବା ସହ ରୋଗୀମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲି କୁହାଯାଇଛି। ପରେ ଏ ସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ସଂଗଠନ ସଂଯୋଜକ ଅବନୀ କୁମାର ଗୟା, ଲକ୍ଷ୍ମୀନାରାୟଣ ରାଉତ, ମହେଶ୍ୱର ବାଡ଼ତ୍ୟା, ମାଗୁଣି ନାହାକ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଏସ୍‌. ସୂର୍ଯ୍ୟନାରାୟଣ, ପୂର୍ଣ୍ଣଚନ୍ଦ୍ର ମହାରଣା, ଏସ୍‌.ଶାମ୍ବଶିବ ରାଓ, ଗୌରୀଶଙ୍କର ମହାନ୍ତି ଏବଂ ଶଙ୍କର ସାହୁ ପ୍ରମୁଖ ଏଥିରେ ଭାଗ ନେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭତ୍ତା ପାଇଁ ଲୋକମାନେ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ: ନବୀନ

ଭୁବନେଶ୍ୱର,୧୯।୬(ସୁନିତ୍‌ ମିଶ୍ର): ରାଜ୍ୟର ଲୋକମାନେ ଭତ୍ତା ପାଇଁ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ୨ ବର୍ଷ ପୂରଣ କରିଥିବା ଭାଜପା ସରକାରର ଏଇଆ କ’ଣ ଫାଇଦା କି…

ଆଜି ଆସିବେ ରାଷ୍ଟ୍ରପତି, ଜନ୍ମଦିନରେ ଯିବେ ଶାଶୁଘର

ବାରିପଦା, ୧୯ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି। ୨୦ତାରିଖ ଶନିବାର ଜନ୍ମମାଟିରେ ସେ ତାଙ୍କ ଜନ୍ମଦିନ ପାଳନ କରିବେ। ଏହିଦିନ…

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

‘ମୁଖ୍ୟମନ୍ତ୍ରୀ ବସ୍‌’ ଅଟକାଇ ଚାଳକଙ୍କୁ ଠେଙ୍ଗା ଦେଖାଇ ଧମକ: ଭିଡିଓ ଭାଇରାଲ୍‌ ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପ୍ରତାପଗିରି ଗ୍ରାମରେ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ (MBS) ଯୋଜନାରେ ଚାଲୁଥିବା ଏକ ସରକାରୀ…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri