ନିଶ୍ଚିନ୍ତକୋଇଲିରେ ବଢ଼ୁଛି ପ୍ରବାସୀ ଓଡ଼ିଆ ଆଗନ୍ତୁକଙ୍କ ସଂଖ୍ୟା: ଚିନ୍ତାରେ ପ୍ରଶାସନ, ପଞ୍ଜୀକରଣ କଲେଣି ୮ହଜାରରୁ ଊର୍ଦ୍ଧ୍ୱ

ନିଶ୍ଚିନ୍ତକୋଇଲି,୨।୫(ସ୍ବ.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ଲୋକେ ବାହାର ରାଜ୍ୟରେ ଫସି ରହିଛନ୍ତି। ଲକ୍‌ ଡାଉନ୍‌ ପରେ ସେମାନେ ଘରକୁ ଫେରିବେ। ଇତିମଧ୍ୟରେ ସେମାନଙ୍କ ମଧ୍ୟରୁ ୮ ହଜାର ୧୦୬ ଜଣ ପଞ୍ଜୀକରଣ କରିଛନ୍ତି। ଘରକୁ ଫେରିବା ପରେ ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବ। ଏଥିପାଇଁ ବ୍ଲକ ପ୍ରଶାସନ ୯୫ଟି କ୍ୱାରାଣ୍ଟାଇନ କେନ୍ଦ୍ର ଖୋଲିଛନ୍ତି। ବିଭିନ୍ନ ବିଦ୍ୟାଳୟରେ ୯୪ଟି କ୍ୱାରାଣ୍ଟାଇନ କେନ୍ଦ୍ର ଖୋଲାଯାଇଥିବା ବେଳେ ବ୍ଲକ ପରିସରରେ ମହିଳାଙ୍କ ପାଇଁ ଏକ ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଖୋଲାଯାଇଛି। ତେବେ ବ୍ଲକ ପ୍ରଶାସନ ୪ହଜାର ପ୍ରବାସୀ ଓଡିଆଙ୍କ ପାଇଁ ୪ ହଜାର ବେଡ୍‌ ପକାଇଥିବା ବେଳେ ଏବେ କିନ୍ତୁ ଏହି ସଂଖ୍ୟା ବଢି ୮ ହଜାରରେ ପହଞ୍ଚିିଲାଣି। ଯଦି ଏକ ସମୟରେ ପ୍ରବାସୀ ଓଡିଆମାନେ ବ୍ଲକକୁ ଆସନ୍ତି ତେବେ ୪ ହଜାର ପ୍ରବାସୀଙ୍କପାଇଁ ହୋଇଥିବା ୯୫ଟି କ୍ୱାରାଣ୍ଟାଇନ କେନ୍ଦ୍ରରେ କିଭଳି ୮ ହଜାର ରୁ ଉର୍ଦ୍ଧ ଲୋକ ରହିବେ ସେନେଇ ଚିନ୍ତାରେ ବ୍ଲକ ପ୍ରଶାସନ। ଏମିତିବି କିଛି କେନ୍ଦ୍ର ଅଦ୍ୟାବଧି ପ୍ରସ୍ତୁତି ହୋଇନାହିଁ। ତେବେ ଦୁଇ ଦିନ ଭିତରେ କିଭଳି ସମସ୍ତ କେନ୍ଦ୍ର ଖୋଲାଯାଇ ପ୍ରବାସୀ ଓଡିଆଙ୍କ ପାଇଁ ରହିବା ଉପଯୋଗି କରାଯିବ ସେନେଇ ପ୍ରଶାସନ ପାଇଁ ଏକ ଶକ୍ତ ଚ୍ୟାଲେଞ୍ଜ ହୋଇଛି।

ସୂଚନାନୁଯାୟୀ, ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ପଞ୍ଚାୟତରେ ୨୩୮ ଗ୍ରାମର ୮ ହଜାର ୧୦୬ ଜଣ ପଞ୍ଜୀକରଣ କରିଛନ୍ତି। ତେବେ ବ୍ୟକ୍ତିଗତ ଭାବେ ୧୭ଶହ ୭୧ଜଣ ଅନଲାଇନରେ ପଞ୍ଜୀକରଣ କରିଥିବା ବେଳେ ପଂଚାୟତରେ ୩ହଜାର ୫୬୩ଜଣ ପଞ୍ଜୀକରଣ କରିଛନ୍ତି। ମୋଟ ୫ହଜାର ୩୮୩ଜଣ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ସାଥିରେ ସେମାନଙ୍କ ପରିବାର ସଂଖ୍ୟା ୨ହଜାର ୭୨୩ ମୋଟ ପଞ୍ଜୀକରଣ ବ୍ୟକ୍ତି ଓ ତାଙ୍କ ପରିବାର ମୋଟ ୮ ହଜାର ୧୦୬ ଜଣ ଓଡିଶାକୁ ଫେରିବା ପାଇଁ ଶନିବାର ସୁଧା ପଞ୍ଜୀକରଣ କରିଛନ୍ତି। ଏହି ବ୍ଲକରେ ବନ୍ଧକାଟିଆ ପଞ୍ଚାୟତରେ ସର୍ବାଧିକ ୨୬୪ ଜଣ ପଞ୍ଜୀକରଣ କରିଥିବା ବେଳେ ଶୁକରପଡାରେ ୨୫୬ଜଣ ଓ ଝାଡେଶ୍ୱରପୁରରେ ୨୨୩ଜଣ ପଞ୍ଜୀକରଣ କରିଛନ୍ତି। ସର୍ବନିମ୍ନ ଏହି ବ୍ଲକର କୋଲଣପୁର ପଂଚାୟତରେ ମାତ୍ର ୨୯ଜଣ ପଞ୍ଜୀକରଣ କରିଛନ୍ତି। ତେବେ ସମସ୍ତ ଲୋକ ଘର ବାହୁଡା ହୁଅନ୍ତି ତେବେ କିପରି ସେମାନଙ୍କ ସ୍ବାସ୍ଥ୍ୟପରୀକ୍ଷା ଓ କ୍ୱାରାଣ୍ଟାଇନ ବ୍ୟବସ୍ଥା କରାଯିବ ସେନେଇ ଜିଲା ପ୍ରଶାସନ ସହ ଆଲୋଚନା ଜାରି ରହିଛି। ଏମିତିବି ଜିଲାପାଳ ଓ ଜିଲା ପର୍ଯ୍ୟବେକ୍ଷକ କ୍ୱାରାଣ୍ଟାଇନ୍‌ କେନ୍ଦ୍ର ପରିଦର୍ଶନ କରିସାରିଛନ୍ତି। ଏସମ୍ପର୍କରେ ବିଡିଓ କର୍ଣ୍ଣଦେବ ସମାଦ୍ଧାର କୁହନ୍ତି ଯଦି ଅଧିକ ପ୍ରବାସୀ ଓଡିଆ ଆସନ୍ତି ତେବେ ସେମାନେ ପର୍ଯ୍ୟାୟ କ୍ରମେ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri