Posted inଖେଳ

ବଢ଼ୁଛି ଆଇପିଏଲ ଆଶା

ନୂଆଦିଲ୍ଲୀ, ୧୭ ।୬-
ଚଳିତ ବର୍ଷର ଟି୨୦ ବିଶ୍ୱକପ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିଲେ ହେଁ ଇଣ୍ଡିଆନ ପ୍ରିମିୟରଲିଗ୍‌(ଆଇପିଏଲ) ଆୟୋଜନ ଆଶା ବଢ଼ିବାରେ ଲାଗିଛି। କୋଭିଡ୍‌-୧୯ ସଂକ୍ରମଣ ଯୋଗୁ ଟି୨୦ ବିଶ୍ୱକପ୍‌ ଆୟୋଜନ ଅବାସ୍ତବ ମନେ ହେଉଛି ବୋଲି କହଛନ୍ତି କ୍ରିକେଟ ଅଷ୍ଟ୍ରେଲିଆ ଚେୟାରମ୍ୟାନ ଇଅର୍ଲ ଏଡିଙ୍ଗ୍ସ। ଟୁର୍ନାମେଣ୍ଟରେ ଭାଗ ନେଉଥିବା ୧୬ଟି ଦଳ ଦେଶକୁ ଆସିବା ସହଜ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଆଇପିଏଲ ଆୟୋଜନ ସମ୍ପର୍କରେ ଚିନ୍ତା କରୁଥିବା ସ୍ପଷ୍ଟ ହୋଇଛି। ସେ ବିସିସିଆଇ ସଦସ୍ୟଭୁକ୍ତ ରାଜ୍ୟମାନଙ୍କୁ ଚିଠି ଲେଖି ନିଜ ଆଭିମୁଖ୍ୟ ଜଣାଇଛନ୍ତି। ଆଇପିଏଲ ୨୦୨୦ ପାଇଁ ସେପ୍ଟେମ୍ବର ୨୬ରୁ ନଭେମ୍ବର ୮କୁ ସମ୍ଭାବ୍ୟ ସମୟଭାବେ ଗାଙ୍ଗୁଲି ଏବଂ ତାଙ୍କ ଟିମ୍‌ ବିବେଚନା କରଥିବା ଜଣାଯାଇଛି। ତେବେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ ବାତିଲ ହେଲେ ଯାଇ ଆଇପିଏଲ ପାଇଁ ସମୟ ବାହାରିବା ସମ୍ଭବ ହେବ।
ଜୁନ ୧୦ରେ ଅନୁଷ୍ଠିତ ଆଇସିସି ବୋର୍ଡ ବୈଠକରେ ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିନାହିଁ। ଜୁଲାଇରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବା ସମ୍ଭାବନା ରହିଛି। ତେବେ ସେତେବେଳ ପର୍ଯ୍ୟନ୍ତ ବିସିସିଆଇ ଚୁପ୍‌ ହୋଇ ବସିବାକୁ ଚାହୁଁନାହିଁ। ବ୍ରଡକାଷ୍ଟ ପାର୍ଟନରଙ୍କ ସହିତ ଆଲୋଚନା କରି ଆଇପିଏଲ ପାଇଁ ଓ୍ବିଣ୍ଡୋ ବାହାର କରିବା ଦିଗରେ କାର୍ଯ୍ୟ କରୁଛି। ଆଇସିସି ଯେପରି ଟି୨୦ ବିଶ୍ୱକପ ସମ୍ପର୍କରେ ଚିନ୍ତା କରୁଛି ଆମେ ସେପରି ଆଇପିଏଲ ସମ୍ପର୍କରେ ଯୋଜନା ପ୍ରସ୍ତୁତ କରୁଛୁ। ଟି୨୦ ବିଶ୍ୱକପ ବାତିଲ ହେଲେ ଆମେ ଆଇପିଏଲ ପାଇଁ କାର୍ଯ୍ୟ ଆରମ୍ଭ କରିବୁ। ତେଣୁ ସେପ୍ଟେମ୍ବର ୨୬ରୁ ନଭେମ୍ବର ୮କୁ ସମ୍ଭାବ୍ୟସମୟ ଧାର୍ଯ୍ୟ କରାଯାଇଛି ବୋଲି ବିସିସିଆଇର ଜଣେ ଅଫିସିଆଲ ଏକ ସାକ୍ଷାତକାରରେ କହିଛନ୍ତି। ଆଇପିଏଲ ପାଇଁ ସମ୍ଭାବ୍ୟ ଓ୍ବିଣ୍ଡୋ ବାହାର କରାଯାଇଥିବାବେଳେ ବିସିସିଆଇ ପାଇଁ ପରବର୍ତ୍ତୀ ହର୍ଡଲ୍ସ ହେଉଛି ଭେନ୍ୟୁ ଚୂଡ଼ାନ୍ତ କରିବା। ଭେନ୍ୟୁ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନିଆଯାଇନାହିଁ। ଆସନ୍ତା ୩୦ ଦିନରେ କରୋନା ସ୍ଥିତିକୁ ଦେଖିବା ପରେ ଭାରତରେ ଏହି ଲିଗ୍‌ ଆୟୋଜନକୁ ପ୍ରାଧାନ୍ୟ ଦିଆଯିବ। ଏହା ଅଳ୍ପ ଭେନ୍ୟୁରେ ଏବଂ ବିନା ଦର୍ଶକରେ ମଧ୍ୟ ହୋଇପାରେ। ଆବଶ୍ୟକସ୍ଥଳେ ବିଦେଶରେ ମଧ୍ୟ ଏହାକୁ ଆୟୋଜନ କରାଯାଇପାରେ। ଏପରିକି ଏହାକୁ ଅନ୍ତର୍ଜାତୀୟ ଖେଳାଳିଙ୍କ ବିନା ମଧ୍ୟ ଖେଳାଯାଇପାରେ। ତେଣୁ ଟି୨୦ ବିଶ୍ୱକପ୍‌ ବାତିଲ ହେଲେ ଯେ କୌଣସି ପ୍ରକାରେ ଆଇପିଏଲ ଆୟୋଜନ ପାଇଁ ଭାରତୀୟ ବୋର୍ଡ ପ୍ରସ୍ତୁତ ହେଉଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri