ଭୁବନେଶ୍ୱର,୩୧।୭(ଅନୁରାଧା ମହାରଣା): ଯୁକ୍ତ ୨ରେ ନାମଲେଖା ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ହୋଇନଥିବା ଆବେଦନକାରୀ କିମ୍ବା ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରିବାକୁ ଚାହଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଜୁଲାଇ ୨୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜଜୁଲାଇ ୨୭ରେ ଏହାର ମେଧା ତାଲିକା ପ୍ରକାଶ ପାଇଥିବାବେଳେ ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ସମାପ୍ତ ହେବାର ଥିଲା। ମାତ୍ର ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବା କାରଣରୁ ଏହି ନାମଲେଖା ଅବଧିକୁ ଅଗଷ୍ଟ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଲନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅବଗତ କରାଯାଇଛି।
ସାମସ୍ ପୋର୍ଟାଲ ତଥ୍ୟ ଅନୁସାରେ, ରାଜ୍ୟର ୨୧୬୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ୍ ୫ ଲକ୍ଷ ୯ ହଜାର ୩୦୯ ସିଟ୍ରେ ନାମଲେକା ହେବାକୁଥିବାବେଳେ ୪ ଲକ୍ଷ ୭୨ ହଜାର ୨୭୯ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୭୬ ହଜାର ୮୯୧ ଜଣ ନାମ ଲେଖାଇଛନ୍ତି। ୧ ଲକ୍ଷ ୩୨ ହଜାର ୪୧୮ ସିଟ୍ ଖାଲି ରହିଛି। କଳାରେ ୨ ଲକ୍ଷ ୮୯ ହଜାର ୪୯୬ ସିଟ୍ ମଧ୍ୟରୁ ୨ ଲକ୍ଷ ୩୯ ହଜାର ୪୪୦ ସିଟ୍ରେ ନାମଲେଖା ହୋଇଛି। ୫୦ ହଜାର ୫୬ଟି ସିଟ୍ ଖାଲି ରହିଛି। ବିଜ୍ଞାନରେ ୧ଲକ୍ଷ ୫୭ ହଜାର ୨୪୧ ସିଟ୍ ମଧ୍ୟରୁ ୧ଲକ୍ଷ ୩ ହଜାର ୨୭୬ ସିଟ୍ର ନାମଲେଖା ହୋଇଛି। ୫୩ ହଜାର ୯୬୫ ସିଟ୍ ଖାଲି ରହିଛି। ବାଣିଜ୍ୟରେ ୩୯ ହଜାର ୨୪୪ ସିଟ୍ ମଧ୍ୟରୁ ୨୩ ହଜାର ୧୨୮ ସିଟରେ ନାମଲେଖା ହୋଇଥିବାବେଳେ ୧୬ ହଜାର ୨୧୬ ସିଟ୍ ଖାଲି ରହିଛି। ସଂସ୍କୃତରେ ୧୨ ହଜାର ୭୩୬ ଆସନ ରହିଥିବାବେଳେ ୬ ହଜାର ୫୫୦ ସିଟରେ ନାମ ଲେଖା ହୋଇଛି। ୬ହଜାର ୧୮୬ ସିଟ୍ ଖାଲି ରହିଛି। ଧନ୍ଦାମୂଳକ ବିଷୟରେ ୧୦ ହଜାର ୪୯୨ ସିଟ୍ ରହିଥିବାବେଳେ ୪ ହଜାର ୪୯୨ ସିଟରେ ନାମଲେଖା ହୋଇଛି। ୫ ହଜାର ୯୯୫ ସିଟ୍ ଖାଲି ରହିଛି।
ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍କୁ ଡରେନି ଏହି ସରକାର…’
ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...
ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…
ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...
ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍ ଫଟୋ ଶେୟାର କରି କହିଲେ…
ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...
ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…
କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...
ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର
ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...
ନାଟ୍ୟ ନର୍ତ୍ତନ ଡ୍ୟାନ୍ସ ଫେଷ୍ଟିଭାଲ: ସଫଳତା ଆଣିଲେ….
ଖଡ଼ିଆଳ,୨ା୧ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ସହରର ଲାଲ ସାହେବ ପଡ଼ାରେ ଥିବା ଧର୍ମେଶ ଡ୍ୟାନ୍ସ ଏକାଡେମୀ ପୁଣି ଏକ ସଫଳତା ହାସଲ...
ଏନ୍ଏସ୍ଏସ୍ ଅର୍ଥ ୧୦ ତାରିଖ ସୁଦ୍ଧା ଖର୍ଚ୍ଚ କର ଯଦି ନ ହୁଏ ତେବେ…
ଭଞ୍ଜନଗର,୨ା୧(ବାବୁଲା ପ୍ରଧାନ): ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ଅର୍ଥ ନିର୍ଦ୍ଧାରିତ ସମୟ ମଧ୍ୟରେ କିଭଳି ଖର୍ଚ୍ଚ ହେବ ସେନେଇ ଅନଲାଇନ ମାଧ୍ୟମରେ ଏକ ସମୀକ୍ଷା ବୈଠକ...
ଜବ୍ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର
ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍...
Archives


