ବଢ଼ି ଚାଲିଛି ଗୋଠଛଡ଼ା ଦନ୍ତାର ଉତ୍ପାତ

ଝୁମ୍ପୁରା, ୨୬।୭ (ଡି.ଏନ.ଏ.)-ବଢି ଚାଲିଛି ଗୋଠଛଡା ଦନ୍ତା ହାତୀର ଉତ୍ପାତ। ଘର ଭାଙ୍ଗିବା, ଫସଲ ଉଜାଡିବା ସହିତ ମଣିଷଙ୍କୁ ଆକ୍ରମଣ କରିବା ଘଟଣା ପ୍ରତ୍ୟେହ ଘଟୁଛି। ଏ ନେଇ ଭୂୟାଁ ଜୁଆଙ୍ଗ ପୀଢ ଏବଂ ଚମ୍ପୁଆ ରେଞ୍ଜରେ ରହିଥିବା ବନାଞ୍ଚଳ ପାର୍ଶ୍ୱବର୍ତ୍ତୀ ଗ୍ରାମ ବାସିନ୍ଦା ଆତଙ୍କିତ ରହୁଛନ୍ତି। ରାତ୍ର ସମୟରେ ଜଙ୍ଗଲ ପାର୍ଶ୍ୱ ଗ୍ରାମ ଗୁଡିକରେ ଲୋକେ ରାତି ଅନିଦ୍ରାରେ ସମୟ ବିତାଉଛନ୍ତି। କେତେବେଳେ, କେଉଁ ସମୟରେ ଗୋଠଛଡା ଦନ୍ତା ପହଞ୍ଚିଯିବ କହିହେବ ନାହିଁ। ଘର ଭିତରେ ଶୋଇଥିଲେ ମଧ୍ୟ ପରିବାର ସଦସ୍ୟଙ୍କ ନିଦ ହଜିଯାଉଛି। ଭୂୟାଁ ଜୁଆଙ୍ଗପୀଢ ରେଞ୍ଜର ଫୁଲଝର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଘାଟି ଗ୍ରାମରେ ଗୋଠଛଡା ଦନ୍ତା ବୁଧବାର ପୁଣି ଘର ଭାଙ୍ଗିଛି। କେବଳ କେନ୍ଦୁଘାଟି ଗ୍ରାମରେ ଚଳିତ ବର୍ଷ ଗୋଠାଛଡା ଦନ୍ତା ଆକ୍ରମଣରେ ୮ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିବା, ବହୁ ଏକର ଫସଲ ଉଜାଡିବା ସହିତ ଜଣେ ଗ୍ରାମ ବାସିନ୍ଦା ମୃତ୍ୟୁମୁଖରେ ପଡିଛନ୍ତି। ସୂଚନା ଅନୁଯାୟୀ ଚମ୍ପୁଆ, ବାଲିବନ୍ଧ, ବାମେବାରୀ, ଯୋଡା, ବାଂଶପାଳ ବନପାଳ ମାନଙ୍କ ନିୟନ୍ତ୍ରଣରେ ରହିଥିବା ସଂରକ୍ଷିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ଖେସରା ଜଙ୍ଗଲ, ଡିଏଲସି ଫରେଷ୍ଟ ଅଞ୍ଚଳରେ ୩ଟି ଗୋଠଛଡା ଦନ୍ତା ହାତୀ ଘୁରି ବୁଲୁଛନ୍ତି। ଏହି ୩ଟି ହାତୀ ବିଗତ ୨ରୁ ୩ ବର୍ଷ ହେବ ଗୋଠରୁ ଅଲଗା ହୋଇଛନ୍ତି। ତେବେ ବିଗତ ବର୍ଷ ଗୁଡିକ ଅପେକ୍ଷା ଚଳିତ ବର୍ଷରେ ଗୋଠଛଡା ଦନ୍ତା ଗୁଡିକଙ୍କର ଉପତ୍ାତ ବଢି ଚାଲିଛି। ଭୂୟାଁଜୁଆଙ୍ଗ ପୀଢ଼ରେ ଏବଂ ବାମେବାରୀ ବନାଚଂଳରେ ରହିଥିବା ୨ଟି ଗୋଠଛଡା ଦନ୍ତାର ଉପତ୍ାତ ସୀମା ଟପିଲାଣି। ବନ ବିଭାଗର ସୂଚନା ଅନୁଯାୟୀ ବିଗତ ୩ବର୍ଷରେ ଗୋଠ ଛଡା ଦନ୍ତା ଆକ୍ରମଣରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଶତାଧିକ ଘର ଭାଙ୍ଗିଛି ଏବଂ ବାଡ଼ି ବଗିଚା ଫସଲ ଉଜାଡିଛି।
ହାତୀର ଗତିବିଧି ଉପରେ ନଜର ରଖିବା ଏବଂ ଯେତେ ଦୂର ସମ୍ଭବ ଗୋଠଛଡା ଦନ୍ତା ହାତୀମାନଙ୍କୁ ଜଙ୍ଗଲକୁ ଘଉଡାଇବା ପାଇଁ ଚମ୍ପୁଆ ରେଞ୍ଜର ଘାସିନାଥ ପାତ୍ର, ବାଲିବନ୍ଧ ଫରେଷ୍ଟର ଖଗେଶ୍ୱର ବାରିକ, ବାମେବାରୀ ଫରେଷ୍ଟର ଯତୀନ୍ଦ୍ର ସାହୁ ନିଜ ଟିମ ସହିତ ଗୋଠଛଡା ଦନ୍ତା ପଛରେ ଗୋଡାଇ ଚାଲିଛନ୍ତି। ତଥାପି ଦନ୍ତା ମାନଙ୍କୁ ଆୟତ କରାଯାଇ ପାରୁନାହିଁ। ଏସମ୍ପର୍କରେ କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀଙ୍କୁ ପଚାରିବାରୁ ଏହାର ସମାଧାନ ପାଇଁ ପ୍ରୟାସ ଜାରୀ ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri