ବଡ଼ସାହିରେ ରକ୍ତଦାନ ଶିବିର

ବଡ଼ସାହି,୧୯ା୪(ସ୍ବ.ପ୍ର)-ମୟୂରଭଞ୍ଜ ଜିଲାରେ ରକ୍ତର ଅଭାବକୁ ନେଇ ବଡସାହି ଡାକ୍ତରଖାନା ପରିସରରେ ଏକ ରକ୍ତଦାନ ଶିବିର ବିକାଶ ମଞ୍ଚ ପକ୍ଷରୁ ଶନିବାର ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଦସ୍ୟ ଶଶାଙ୍କ ଶେଖର କରଙ୍କ ନେତୃତ୍ୱରେ ୨୦ୟୁନିଟ୍‌ ରକ୍ତ ସଂଗୃହିତ ହୋଇଛି । କୋଭିଡ଼-୧୯ ଆଇନ ସର୍ତ୍ତାବଳୀ ଅନୁସାରେ ରକ୍ତଦାତାମାନେ ସାମାଜିକ ଦୂରତ୍ୱ ବଜାୟ ରଖି ନିଜର ନାମ ପଞ୍ଜୀକୃତ କରିଥିଲେ। ସର୍ବପ୍ରଥମେ ବଡ଼ସାହି ଥାନାଧିକାରୀ ଜୟନ୍ତ କୁମାର ବେହେରା ଓ ଶେଷରେ ଅତିରିକ୍ତ ତହସିଲଦାର ପୃଥିରାଜ ପରିଡ଼ା ରକ୍ତଦାନ କରିଥିଲେ। ଉକ୍ତ ଶିବିରରେ କାର୍ଯ୍ୟରତ ଆଶାକର୍ମୀ ଜ୍ୟୋସ୍ନାରାଣୀ ବାରିକ ଓ ତାଙ୍କ ସ୍ବାମୀ ରାଜେଶ ବାରିକ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଶିବିରରେ ୱିନର-୧୧ଯୁବକ ସଂଘର ସଦସ୍ୟମାନେ ଉତ୍ସାହିତ ହୋଇ ରକ୍ତଦାନ କରିଥିଲେ। ମଞ୍ଚର ସଦସ୍ୟ ଅରୁଣ କୁମାର ଓତା, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ମନୋଜ ପଣ୍ଡା, ପାର୍ଥସାରଥୀ ରଥ, ସରୋଜ କୁମାର ଦାଶ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ଶିକ୍ଷକ ଦେବରାଜ ନାୟକ, ମୂରଲୀଧର ନାଏକ, ରାଜେନ୍ଦ୍ର ଜେନା, ସନ୍ୟାସୀ ଦାସ, ହିମାଂଶୁ ପଣ୍ଡା, ଜୟନ୍ତ ରାଉତଙ୍କ ସମେତ ବହୁ ସଦସ୍ୟ ଏଥିରେ ଉପସ୍ଥିତ ଥିଲେ । ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିସତ୍ାଧିକାରୀ ଡା. ସଞ୍ଜୀବ କୁମାର ବଇତାଇ, ଜିଲା ରକ୍ତ ଭଣ୍ଡାରର ସଂଯୋଜକ ଅମର ସେଠୀ, ଡାକ୍ତର ପ୍ରଶାନ୍ତ କୁମାର ଦାସ ଓ ସବିତା ରାଣୀ ଶେଝପଡା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ସେହିପରି ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ତତ୍ତ୍ୱାବଧାନରେ ଅନୁରୂପ ଭାବେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ା ବିଜେପିର ବହୁ ସଦସ୍ୟ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ନାମ ପଞ୍ଜିକରଣ କରିଥିଲେ ା ସେଥି ମଧ୍ୟରୁ ୨୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ା ବଡ଼ସାହି ମଣ୍ଡଳ ସଭାପତି ମାନସ ଗିରି, ଭବାନୀ ଶଙ୍କର ସାହୁ, ଦୀପକ ବାରିକ, କମଳାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ା ଉଭୟ ଶିବିରରେ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri