ବଡ଼ସାହିରେ ରକ୍ତଦାନ ଶିବିର

ବଡ଼ସାହି,୧୯ା୪(ସ୍ବ.ପ୍ର)-ମୟୂରଭଞ୍ଜ ଜିଲାରେ ରକ୍ତର ଅଭାବକୁ ନେଇ ବଡସାହି ଡାକ୍ତରଖାନା ପରିସରରେ ଏକ ରକ୍ତଦାନ ଶିବିର ବିକାଶ ମଞ୍ଚ ପକ୍ଷରୁ ଶନିବାର ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଦସ୍ୟ ଶଶାଙ୍କ ଶେଖର କରଙ୍କ ନେତୃତ୍ୱରେ ୨୦ୟୁନିଟ୍‌ ରକ୍ତ ସଂଗୃହିତ ହୋଇଛି । କୋଭିଡ଼-୧୯ ଆଇନ ସର୍ତ୍ତାବଳୀ ଅନୁସାରେ ରକ୍ତଦାତାମାନେ ସାମାଜିକ ଦୂରତ୍ୱ ବଜାୟ ରଖି ନିଜର ନାମ ପଞ୍ଜୀକୃତ କରିଥିଲେ। ସର୍ବପ୍ରଥମେ ବଡ଼ସାହି ଥାନାଧିକାରୀ ଜୟନ୍ତ କୁମାର ବେହେରା ଓ ଶେଷରେ ଅତିରିକ୍ତ ତହସିଲଦାର ପୃଥିରାଜ ପରିଡ଼ା ରକ୍ତଦାନ କରିଥିଲେ। ଉକ୍ତ ଶିବିରରେ କାର୍ଯ୍ୟରତ ଆଶାକର୍ମୀ ଜ୍ୟୋସ୍ନାରାଣୀ ବାରିକ ଓ ତାଙ୍କ ସ୍ବାମୀ ରାଜେଶ ବାରିକ ରକ୍ତଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଶିବିରରେ ୱିନର-୧୧ଯୁବକ ସଂଘର ସଦସ୍ୟମାନେ ଉତ୍ସାହିତ ହୋଇ ରକ୍ତଦାନ କରିଥିଲେ। ମଞ୍ଚର ସଦସ୍ୟ ଅରୁଣ କୁମାର ଓତା, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ମନୋଜ ପଣ୍ଡା, ପାର୍ଥସାରଥୀ ରଥ, ସରୋଜ କୁମାର ଦାଶ, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ଶିକ୍ଷକ ଦେବରାଜ ନାୟକ, ମୂରଲୀଧର ନାଏକ, ରାଜେନ୍ଦ୍ର ଜେନା, ସନ୍ୟାସୀ ଦାସ, ହିମାଂଶୁ ପଣ୍ଡା, ଜୟନ୍ତ ରାଉତଙ୍କ ସମେତ ବହୁ ସଦସ୍ୟ ଏଥିରେ ଉପସ୍ଥିତ ଥିଲେ । ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିସତ୍ାଧିକାରୀ ଡା. ସଞ୍ଜୀବ କୁମାର ବଇତାଇ, ଜିଲା ରକ୍ତ ଭଣ୍ଡାରର ସଂଯୋଜକ ଅମର ସେଠୀ, ଡାକ୍ତର ପ୍ରଶାନ୍ତ କୁମାର ଦାସ ଓ ସବିତା ରାଣୀ ଶେଝପଡା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ସେହିପରି ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ତତ୍ତ୍ୱାବଧାନରେ ଅନୁରୂପ ଭାବେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ା ବିଜେପିର ବହୁ ସଦସ୍ୟ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ନାମ ପଞ୍ଜିକରଣ କରିଥିଲେ ା ସେଥି ମଧ୍ୟରୁ ୨୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ା ବଡ଼ସାହି ମଣ୍ଡଳ ସଭାପତି ମାନସ ଗିରି, ଭବାନୀ ଶଙ୍କର ସାହୁ, ଦୀପକ ବାରିକ, କମଳାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ା ଉଭୟ ଶିବିରରେ ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri