Posted inଖେଳ

ବଟଲରଙ୍କ ଶାର୍ଟ ନିଲାମରୁ ମିଳିଲା ୮୦ ହଜାର ଡଲାର

ଲଣ୍ଡନ,୯।୪(ପି.ଟି.)-କରୋନା ଭାଇରସ୍‌ ଲଢେଇ ପାଇଁ ଇଂଲଣ୍ଡ ଉଇକେଟକିପର ଜୋସ୍‌ ବଟଲରଙ୍କ ବିଶ୍ୱକପ୍‌ ଫାଇନାଲ ଶାର୍ଟ ନିଲାମ ହୋଇଛି। ଏହି ନିଲାମରୁ ୬୫,୦୦୦ ପାଉଣ୍ଡ ବା ୮୦,୦୦୦ ଡଲାର ଆମେରିକୀୟ ଡଲାର ସଂଗ୍ରହ କରାଯାଇଛି।
ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ର ଅନ୍ତିମ ବଲ୍‌ରେ ରନ୍‌ ଆଉଟ ହୋଇଥିଲେ ବଟଲର। ଗତବର୍ଷ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଫାଇନାଲରେ ହରାଇ ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା। ଲଣ୍ଡନ୍‌ ସ୍ଥିତ ରୟାଲ ବ୍ରୋମ୍ପଟନ ଓ ହାରେଫିଲ୍ଡ ହସ୍ପିଟାଲର ହାର୍ଟ ଆଣ୍ଡ୍‌ ଲଙ୍ଗ୍ସ ସେଣ୍ଟର ପାଇଁ ଏହି ଅର୍ଥ ନିଲାମ ଦ୍ୱାରା ସଂଗ୍ରହ କରାଯାଇଛି।
ବଟଲର ଏହି ଫାଇନାଲ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ ଓ ସୁପର ଓଭରରେ ବ୍ୟାଟିଂ କରିଥିଲେ। ମଙ୍ଗଳବାର ନିଲାମର ସମୟ ଶେଷ ହୋଇଥିଲା। ଏହି ଶାର୍ଟ ୮୨ଟି ବିଡ୍‌ ହାସଲ କରିଥିଲା। ଶେଷରେ ବିଜୋ ୬୫,୧୦୦୦ ପାଉଣ୍ଡ ପ୍ରଦାନ କରିଥିଲେ। ବିଶ୍ୱକପ୍‌ ଫାଇନାଲରେ ପିନ୍ଧିଥିବା ଏହି ଶାର୍ଟ ମୋ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ତେବେ ବିଶେଷ କାରଣ ପାଇଁ ଏହାକୁ ନିଲାମ କରିବାକୁ ହେଲା ଓ ଆମର ଲକ୍ଷ୍ୟ ସାଧନ ହେଲା ବୋଲି ବଟଲର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

ପତ୍ନୀ ନୁହନ୍ତି, ଏ ହେଉଛନ୍ତି ମୋର ଲକି ଚାର୍ମ; ଶତକ ମାରିବା ପରେ ଏମିତି କହି…

ଚେନ୍ନାଇ,୧୨।୪: ଚେନ୍ନାଇର ଐତିହାସିକ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୬ର ୧୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସର ଉଇକେଟ କିପର ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri