ବଞ୍ଚିବା ପାଇଁ ସଂଘର୍ଷ : ପେଟ ଲାଗି ୮୦ ବର୍ଷର ବୃଦ୍ଧ ସଂଗ୍ରହ କରୁଛନ୍ତି ବର୍ଜ୍ୟବସ୍ତୁ

ମାଲକାନଗିରି,୨୩।୧୦(ଡି.ଏନ୍‌.ଏ.): ପରିଣତ ବୟସରେ ମାତାପିତା ଭଲରେ ଗଣ୍ଡେ ଖାଇବା, ରହିବା ପାଇଁ ପରିବାରରେ ପୁଅ ବୋହୂ, ନାତି ନାତୁଣୀଙ୍କ ହାତକୁ ଚାହିଁଥାନ୍ତି। କିନ୍ତୁ ଜଣେ ୮୦ ବର୍ଷର ବୃଦ୍ଧ ନିଜେ ବଞ୍ଚିବା ପାଇଁ କିପରି ସଂଘର୍ଷ କରି ପରିବାରର ଭରଣପୋଷଣ କରୁଛନ୍ତି ତାହା ଦେଖିବାକୁ ମିଳିଛି ମାଲକାନଗିରି ସହରରେ। ଜିଲା ସଦର ମହକୁମା ଚିଦାନନ୍ଦ ସାହିର ଦୁଃଖୁ ଗୌଡ଼(୮୦)। ଆଖିକୁ ଭଲ ଦେଖା ଯାଏ ନାହିଁ କିମ୍ବା କାନକୁ ଶୁଭେ ନାହିଁ। ସ୍ତ୍ରୀ ଜାନକୀ ଗୌଡ଼ (୭୮)ଙ୍କର ମଧ୍ୟ ସେହି ଅବସ୍ଥା। କାମଧନ୍ଦା କରି ନ ପାରି ରୋଗାଗ୍ରସ୍ତ ଅବସ୍ଥାରେ ଏକ ଝୁମ୍ପୁଡି ଘରେ ପଡ଼ି ରହିଛନ୍ତି। ଦୁଃଖୁ ପ୍ରତିଦିନ ସକାଳୁ ସହରରେ ଏଣେତେଣେ ପଡ଼ିଥିବା ଅଦରକାରୀ ତଥା ବର୍ଜ୍ୟବସ୍ତୁ ସଂଗ୍ରହ କରି ଗୋଟିଏ ଜାଗାରେ ଠୁଳ କରି ରଖନ୍ତି। ବସ୍ତାରେ ପୂରାଇ ମୁଣ୍ଡରେ ବୋହିବା ନିମନ୍ତେ ବଳ ନ ଥିବାରୁ ଏକ ରଶି ବାନ୍ଧି ଘୋଷାଡ଼ି ଘୋଷାଡି ନେଇ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି। ଏଥିରେ ଦିନକୁ ୩୦ରୁ ୪୦ଟଙ୍କା ରୋଜଗାର କରୁଥିବା ଦୁଃଖୁ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ବଡ଼ପୁଅ ଡମୁ ଦୀର୍ଘ ୨୦ ବର୍ଷ ତଳୁ ପାଗଳ ହୋଇ କେଉଁଆଡ଼େ ପଳାଇଛନ୍ତି। ୩/୪ବର୍ଷ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ଠିକଣା ମିଳି ନ ଥିଲା। ସାନପୁଅ ଶିବ ବିବାହ ପରେ ନିଜ ସ୍ତ୍ରୀକୁ ନେଇ ଅଲଗା ରହୁଛନ୍ତି। ଅଟୋ ଚଳାଇ ଯାହା କିଛି ରାଜଗାର କରୁଥଲେ ସେ ବର୍ତ୍ତମାନ ବିଛଣାରେ। ଦୁଇଜଣ ନାତି ଓ ଗୋଟିଏ ନାତି ସାନପୁଅ ପାଖରେ ରହୁଥିବାବେଳେ ବଡ଼ନାତି ରୋହିତ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି। ସରକାର ଦୁଃଖୁଙ୍କୁ ଖଣ୍ଡେ ବାସଗୃହ ଏବଂ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri