ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ଦିଗପହଣ୍ଡି, ୮ା୧୦(ଡି.ଏନ୍‌.ଏ.)- ଦିଗପହଣ୍ଡି ପୋଲିସ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୧ ଟା ରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚତ୍ ଜଣେ ଚାଷୀଙ୍କ ମୃତଦେହ ଜବତ କରିଛନ୍ତି। ସେ ହେଲେ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ ଗାଁ ଗୌଡସାହିର ରବି ଗୌଡ। ରବି ସୋମବାର ଅପରାହ୍ନରେ ଗଁା ନିକଟ ଘୋଡ଼ାହାଡ଼ ନଦୀ ହିଡକୁ ଘାସ ଆଣିବାକୁ ଯାଇଥିଲେ। ପ୍ରାୟ ସାଢ଼େ ୫ ଟାରେ ସେ ଘାସ କାଟୁଥିବାବେଳେ ବଜ୍ରପାତର ଶୀକାର ହୋଇଥିଲେ। ରାତି ୭ଟା ଯାଏ ଘରକୁ ନ ଫେରିବାରୁ ପରିବାର ଲୋକେ ଗ୍ରାମବାସୀଙ୍କ ସହଯୋଗରେ ଖୋଜାଖୋଜି କରିଥିଲେ। ରାତି ପ୍ରାୟ ସାଢ଼େ ୮ ଟାରେ ତାଙ୍କୁ ଠାକ କରିଥିଲେ। ସରପଞ୍ଚ ବିଭୂତି ଭୂଷଣ ମହାପାତ୍ରଙ୍କ ସୂଚନାପ୍ରକାରେ ଦିଗପହଣ୍ଡି ପୋଲିସ ଓ ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜ୍ଜୁର ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ କରି ଫେରିଥିଲେ। ତାଙ୍କୁ ରାତି ପ୍ରାୟ ୧୦ଟା ରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ନଂ.୧୦/୧୯ରେ ମାମଲା ରୁଜୁକରି ପୋଲିସ ବ୍ରହ୍ମପୁର ବଡ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଛିଦିନ ପୂର୍ବରୁ ବାପାଙ୍କର ହୋଇଥିଲା ମୃତ୍ୟୁ, ଏବେ ପୁଅର ଅକାଳ ବିୟୋଗରେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବାର

କୋରାପୁଟ, ୧୩।୬ (ଅମିତାଭ ବେହେରା): କୋରାପୁଟ-ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।…

ମାସେ ବିତିଲା, ତୁଟିନି ଟୋକନ ସମସ୍ୟା: ଲାଗି ରହିଛି ଧାନ କିଣାବିକା ସମସ୍ୟା

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ମାତ୍ର ଧାନ କିଣାବିକା ସମସ୍ୟା ଲାଗି ରହିଛି। ଅନ୍ୟଥର ଅପେକ୍ଷା ଏଥର ଚାଷୀମାନେ ଟୋକନ…

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା: ୫ କେଜି ଚାଉଳ ବଦଳରେ ଏବେ ମିଳିବ ଏତିକି…ହିତାଧିକାରୀଙ୍କ ମଧ୍ୟରେ ଖୁସିର ଲହରୀ

ଛତ୍ରପୁର, ୧୩।୬(ଦିଲ୍ଲୀପ ସାମଲ) : ଆଉ ୫ କିଲୋ ନୁହେଁ, ଏପ୍ରିଲ୨୦୨୬ରୁ ମୁଣ୍ଡ ପିଛା ହିତାଧିକାରୀ ପାଇବେ ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣା । ମୁଖ୍ୟମନ୍ତ୍ରୀ…

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ଇଲେକ୍ଟ୍ରିସିଆନ ଶୁଭମଙ୍କ ଜୀବନ, ୩ ଗୁରୁତର

ଦିଗପହଣ୍ଡି,୧୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗାଁ ବାବାଜୀ ଗୁମ୍ଫ ନିକଟ ମୁଖ୍ୟରାସ୍ତାରେ ଶୁକ୍ରବାର ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିନେଲେ ୭ କିମି

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଙ୍ଗଲରେ ବସବାସ କରୁଥିବା ଲୋକେ କେତେ ଦୁର୍ଦ୍ଦିନରେ ଏବେବି ବସବାସ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। କନ୍ଧମାଳ ଜିଲା…

୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

ଭୁବନେଶ୍ୱର, ୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।…

ମୋହନା ଅଞ୍ଚଳରେ କାଳବୈଶାଖି ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

ମୋହନା, ୧୨।୬( ମନ୍ମଥ ମିଶ୍ର ): ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ  ଶୁକ୍ରବାର  ସନ୍ଧ୍ୟା ସମୟରେ ବର୍ଷା…

୧୭ ଡ୍ରମ୍‌ ମଦ ପୋଚ ନଷ୍ଟକଲେ ଗ୍ରାମବାସୀ

ନନ୍ଦପୁର,୧୨ା୬(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳିପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମବାସୀ ଲୁଚାଇ ରଖାଯାଇଥିବା ୧୭ ଡ୍ରମ୍‌ ମଦ ପୋଚ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri