ବଜ୍ରପାତରେ କ୍ଷତିଗ୍ରସ୍ତ ହେଲା ମନ୍ଦିର ଦଧିନଉତି

ଚମ୍ପୁଆ,୯ା୬ (ଡି.ଏନ.ଏ.)- ଚଳିତ ବର୍ଷ ବଜ୍ରପାତ ଯୋଗୁ ନାହିଁ ନ ଥିବା କ୍ଷୟକ୍ଷତି ଘଟିବାରେ ଲାଗିଛି। କେତେବେଳେ ଜନଜୀବନ ନଷ୍ଟ ହେଉଛି ତ କେତେବେଳେ ଗୃହ ପାଳିତ ପଶୁଙ୍କ ଜୀବନ ଚାଲିଯାଉଛି। ନିୟମିତ ବ୍ୟବଧାନରେ ଅପରାହ୍ନରେ ବର୍ଷା ସହ ଏହି ବଜ୍ରପାତ ଲୋକଙ୍କୁ ଆତଙ୍କିତ କରିରଖିଛି। ସେହିପରି ଗତ ସୋମବାର ଅପରାହ୍ନରେ ଚମ୍ପୁଆ ନିକଟବର୍ତ୍ତୀ ଝାଡ଼ଖଣ୍ଡ ସୀମାରେ ପ୍ରସିଦ୍ଧ ରାମତୀର୍ଥଠାରେ ରାମେଶ୍ୱର ମହାଦେବ ମନ୍ଦିର ଏହି ବଜ୍ରପାତରେ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତ ସୋମବାର ଅପରାହ୍ନରେ ପ୍ରଚଣ୍ଡ ଶବ୍ଦ କରି ମନ୍ଦିରରେ ବଜ୍ରପାତ ଘଟିଥିଲା। ଏହି ବଜ୍ରପାତ ଫଳରେ ମୁଖ୍ୟ ମନ୍ଦିରର ଦଧିନଉତି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଗନ୍ନାଥ ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଖବର ପାଇ ମନ୍ଦିର କମିଟି ଘଟଣାସ୍ଥଳକୁ ଯାଇ ତଦାରଖ କରିଛନ୍ତି। ଏଥିରେ କାହାର ଜୀବନହାନି ହୋଇନାହିଁ। ଏ ନେଇ ମନ୍ଦିର କମିଟି ଅଧ୍ୟକ୍ଷ ସନତ ପ୍ରଧାନ କହିଛନ୍ତି ଯେ, ମନ୍ଦିରର କ୍ଷୟକ୍ଷତି ସମ୍ବନ୍ଧରେ ପ୍ରଶାସନକୁ ସୂଚନା ଦେଇସାରିଛୁ। ପ୍ରଶାସନ ଆସି ଏହାର ତଦାରଖ କରିବା ପରେ ମନ୍ଦିର କମିଟି ପକ୍ଷରୁ ବୈଠକ ଡକାଯିବ ଏବଂ ମନ୍ଦିରରେ ବିଜୁଳି ପ୍ରତିରୋଧକ ଲଗାଇବା ପାଇଁ ବ୍ୟବସ୍ଥା କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri