ବଜ୍ରକୋଟରେ କଙ୍ଗାରୁ କୋର୍ଟ: ଘର ଭାଙ୍ଗି ଲୁଟିନେଲେ ଟଙ୍କା, ଖାଦ୍ୟ ସାମଗ୍ରୀ; ଶୀତଦିନେ ଗଛ ତଳେ ଆଶ୍ରୟ ନେଲେ ପରିବାର

ରଣପୁର,୬।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ବଜ୍ରକୋଟ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ କଙ୍ଗାରୁ କୋର୍ଟ କରାଯାଇ ଭଗବାନ ଦଳେଇଙ୍କ ଘରୁ ଲୁଟ୍‌ ହୋଇଛି। ଘରୁ ୭ହଜାର ଟଙ୍କା, ଚାଉଳ, ଗହମ ଆଦି ଖାଦ୍ୟ ସାମଗ୍ରୀ ଲୁଟ୍‌ କରିବା ସହ ତାଙ୍କର ଘର ଭାଙ୍ଗି ଦିଆଯାଇଥିବା ସେ ରଣପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ମାମଲାକୁ ଦର୍ପନାରାୟଣପୁର ଫାଣ୍ଡିକୁ ପଠାଇ ଦିଆଯାଇଥିବା ଭଗବାନ କହିଛନ୍ତି।

ଗ୍ରାମରେ ଏକ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ସରକାରୀସ୍ତରରେ ମାପଚୂପ କରାଯାଇ ରାସ୍ତା ଚିହ୍ନଟ କରାଯାଇଥିଲା। ଏଥିନେଇ କିଛି ଲୋକଙ୍କ ଘର ମଧ୍ୟ ଭଙ୍ଗା ଯାଇଥିଲା। ହେଲେ ଭଗବାନଙ୍କ ଘର ମାପଚୂପରେ ଆସି ନ ଥିଲା। ହେଲେ ରାସ୍ତା ଯିବ କହି ତାଙ୍କ ଘରକୁ ମଧ୍ୟ ଭାଙ୍ଗିବାକୁ କୁହାଯାଇଥିଲା। ରାସ୍ତା ନ ଯାଇ କାହିଁକି ଘର ଭାଙ୍ଗିବି ବୋଲି ଭଗବାନ ପ୍ରଶ୍ନ କରିଥିଲେ। ଏଣୁ କଙ୍ଗାରୁ କୋର୍ଟ ବସାଇ ତାଙ୍କୁ ପ୍ରଥମେ ବାସନ୍ଦ କରାଯାଇ ଘର ଭାଙ୍ଗିଦିଆଯାଇଥିବା ଭଗବାନ କହିଛନ୍ତି। ଏନେଇ ସେ ଅଭିଯୋଗ କରିବାକୁ ଘରଠାରୁ ୪ କିମି ଦୂର ରଣପୁର ଥାନାକୁ ଯାଇଥିବା ବେଳେ ସେଠାରୁ ୯ କିମି ଦୂରରେ ଥିବା ଦର୍ପନାରାୟଣପୁର ଫାଣ୍ଡିରେ ଅଭିଯୋଗ କରିବାକୁ ଯିବାକୁ ପଠାଇ ଦିଆଯାଇଥିବା ସେ କହିଛନ୍ତି। ତେବେ ଶୀତଦିନେ ସେମାନଙ୍କ ପରିବାର ଗଛତଳେ ଆଶ୍ରୟ ନେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ନିଖୋଜ, ଆଜି ମିଳିଲା ବୃଦ୍ଧଙ୍କ ମୃତଦେହ; କେନାଲରେ ଗୋଟିଏ ପରେ ଗୋଟିଏ ଅଘଟଣକୁ ନେଇ… 

କୋକସରା,୧୮।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବୁଧବାର ଦିନ ଇନ୍ଦ୍ରାବତୀ ଉଠା ଜଳସେଚନ…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

ସୋମନାଥ ରଥ ଶିକ୍ଷାର ବିକାଶ କରିଥିଲେ, ଜଟିଳ ଶିକ୍ଷା ପ୍ରକ୍ରିୟାରୁ ବାହାରି ଆଗକୁ ବଢ଼ିବାକୁ ପଡିବ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri