Posted inକଟକ

ବଜ୍ରକାପ୍ତା ଉଦ୍ଧାର, ୨ଅଭିଯୁକ୍ତ ଗିରଫ

ଖୁଣ୍ଟୁଣୀ,୨୧ା୫(ଡି.ଏନ୍‌.ଏ.): ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ଖୁଣ୍ଟୁଣୀ ବନ ବିଭାଗ ୨ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ଚନ୍ଦ୍ରମଣି ଜେନା, କଟକ ଶିଖରପୁର ଅଞ୍ଚଳର ମନୋଜ ଦଳାଇ। ଏମାନଙ୍କ ନିକଟରୁ ଗୋଟିଏ ବଜ୍ରକାପ୍ତା ସହ ଦୁଇଟି ବାଇକ୍‌ ଜବତ ହୋଇଛି। ସୂଚନା ଅନୁଯାୟୀ, ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ନେଇ ଗତ ମଙ୍ଗଳବାର ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ମାଗୁଣୀ ଚରଣ ବେହେରା କୌଣସି ସୂତ୍ରରୁ ଖବର ପାଇଥିଲେ। ରାଜକନିକା ଅଞ୍ଚଳର ଚନ୍ଦ୍ରମଣି ଏକ ସ୍କୁଟିରେ କଟକ ଅଭିମୁଖେ ଯାଉଥିବା ବେଳେ ନୂଆପାଟଣା ମଧୁସୂଦନ ସେତୁ ନିକଟରୁ ବନକର୍ମଚାରୀମାନେ ତାଙ୍କୁ ଅଟକାଇବା ସହ ଧରିଥିଲେ। ଏହା ସହ ତାଙ୍କ ସ୍କୁଟିରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଥିଲେ। ସେ ଶିଖରପୁର ଅଞ୍ଚଳର ମନୋଜଙ୍କ ନିକଟକୁ ନେଉଥିବା ବନକର୍ମଚାରୀଙ୍କୁ କହିଥିଲେ। ଏହା ପରେ ମନୋଜଙ୍କୁ ଫୋନ କରି ଡାକିବା ପାଇଁ ଚନ୍ଦ୍ରମଣିଙ୍କୁ ବନକର୍ମଚାରୀ କହିଥିଲେ। ମନୋଜ ସେଠାରେ ପହଞ୍ଚିବା ପରେ ବନକର୍ମଚାରୀମାନେ ମଧ୍ୟ ତାଙ୍କୁ କାବୁ କରିନେଇଥିଲେ। ଏହି ଚଢ଼ାଉରେ ବନାଞ୍ଚଳ ଅଧିକାରୀ ବେହେରାଙ୍କ ସମେତ ଫରେଷ୍ଟର ଅକ୍ଷୟ ପ୍ରଧାନ, ରାକେଶ ଦଳାଇ, ରମାକାନ୍ତ ବଳବନ୍ତରାୟ, ଆଶିଷ ନାୟକ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?