ବଜେଟ ପ୍ରସ୍ତୁତି କାମ ଆରମ୍ଭ;୧୦ରୁ ଅର୍ଥମନ୍ତ୍ରଣାଳୟରେ ବାହ୍ୟ ପ୍ରବେଶ ବନ୍ଦ

ନୂଆଦିଲ୍ଲୀ,୫-୬: ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଜୁଲାଇ ୫ରେ ଉପସ୍ଥାପିତ ହେବାକୁ ଯାଉଛି। ଏଭଳି ସ୍ଥିତିରେ ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୋମବାରଠାରୁ ଅର୍ଥ ମନ୍ତ୍ରଣାଳୟରେ ‘କ୍ୱାରେଣ୍ଟାଇନ’ଲାଗୁ ହୋଇଯିବ। ଅର୍ଥାତ ଅର୍ଥ ମନ୍ତ୍ରଣାଳୟ ମଧ୍ୟକୁ ବାହ୍ୟ ବ୍ୟକ୍ତିଙ୍କ ପ୍ରବେଶ ଉପରେ ଲାଗିବ କଟକଣା। ଏହା ଜୁଲାଇ ୫ ପର୍ଯ୍ୟନ୍ତ ଜାରି ରହିବ। ଏହି ଅବଧିରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀଙ୍କ ସହ ବାହ୍ୟ ସମ୍ପର୍କ ଚ୍ଛିନ୍ନ ହୋଇଯିବ।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଜୁନ ୧୦ରୁ ଅର୍ଥ ମନ୍ତ୍ରଣାଳୟ ମଧ୍ୟକୁ ମିଡିଆ ଏବଂ ଅନ୍ୟ ବାହ୍ୟ ଲୋକଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବ। ଏଥିସହିତ ନର୍ଥ ବ୍ଲକ୍‌ର ଅଧିକାରୀ,କର୍ମଚାରୀ ବ୍ୟକ୍ତିଗତ ଇ-ମେଲ୍‌,ଫୋନ ଆଦି ବ୍ୟବହାର କରିପାରିବେ ନାହିଁ। ସେହିପରି ଅର୍ଥ ମନ୍ତ୍ରଣାଳୟର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାରକୁ ସିଆଇଏସ୍‌ଏଫ୍‌, ଦିଲ୍ଲୀ ପୋଲିସ ଏବଂ ଗୋଇନ୍ଦା ବାହିନୀ ଜଗିବେ। ବଜେଟ ପ୍ରସ୍ତୁତିରେ ନିୟୋଜିତ ଅଧିକାରୀ,କର୍ମଚାରୀଙ୍କୁ ଭେଟୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ସେମାନଙ୍କ ନଜର ରହିବ।
୧୦ ଦିନ ପୂର୍ବରୁ ହୁଏ ହାଲ୍‌ଓ୍ବା ସେରିମନି
ବଜେଟ ଉପସ୍ଥାପନ ହେବାର ୧୦ ଦିନ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟର ବେସ୍‌ମେଣ୍ଟରେ ଥିବା ପ୍ରିଣ୍ଟି ପ୍ରେସ୍‌ରେ ବଜେଟ ପୁସ୍ତିକା ଛାପା କାର୍ଯ୍ୟ ଆରମ୍ଭ ହୋଇଥାଏ। ଛପା ଆରମ୍ଭ ହେବା ପୂର୍ବରୁ ଅର୍ଥ ମନ୍ତ୍ରଣାଳୟରେ ହାଲ୍‌ଓ୍ବା ସେରିମନି ପାଳନ କରାଯାଇଥାଏ। ଏଥିରେ ଅର୍ଥ ମନ୍ତ୍ରୀ ପ୍ରଥମେ ହାଲ୍‌ଓ୍ବା ଗ୍ରହଣ କରିଥାନ୍ତି। ସୂଚନାଥାଉ କି, ବଜେଟ ପୁସ୍ତିକା ଛାପିବା କାର୍ଯ୍ୟ ସମ୍ପୂର୍ଣ୍ଣ ଗୋପନୀୟ ହୋଇଥାଏ। ଏଥିସହିତ ଜଡ଼ିତ ଜଟିଳ ପ୍ରକ୍ରିୟାକୁ ହାଲ୍‌କା କରିବା ଲାଗି ଏହି ସେରିମନିର ଆୟୋଜନ କରାଯାଇଥାଏ। ବଜେଟ ଛାପା ସହିତ ଜଡ଼ିତ ୧୦୦ ଅଧିକାରୀ ଓ କର୍ମଚାରୀ ୧୦ ଦିନ ପର୍ଯ୍ୟନ୍ତ ସାରା ଦୁନିଆରୁ ବିଚ୍ଛିନ୍ନ ହୋଇଯାଆନ୍ତି। ଏପରିକି ସେମାନଙ୍କୁ ଘରକୁ ଯିବାର ଅନୁମତି ନ ଥାଏ।
ଡାକ୍ତରୀ ଦଳ ଉପସ୍ଥିତ ରହିବେ
ଅର୍ଥ ମନ୍ତ୍ରଣାଳୟରେ ୧୦ ଦିନ ଲାଗି ଏକ ଡାକ୍ତରୀ ଦଳ ଦିନ ରାତି ଉପସ୍ଥିତ ରହିବେ। ଯେକୌଣସି କର୍ମଚାରୀ ଅସୁସ୍ଥା ହେବା କ୍ଷେତ୍ରରେ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଏହାର ଉଦ୍ଦେଶ୍ୟ। ଅସୁସ୍ଥ କର୍ମଚାରୀ ଏହି ୧୦ ଦିନ ଭିତରେ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇପାରିବେ ନାହିଁ।
ଇଣ୍ଟରନେଟ ସଂଯୋଗ କାଟି ଦିଆଯାଏ
ସୁରକ୍ଷା ଦୃଷ୍ଟିକୋଣରୁ ଯେଉଁ କମ୍ପ୍ୟୁଟରଗୁଡ଼ିକରେ ବଜେଟ ଡକ୍ୟୁମେଣ୍ଟ ରହିଥାଏ, ସେଗୁଡ଼ିକର ଇଣ୍ଡରନେଟ ଓ ଏନ୍‌ଆଇସିର ସର୍ଭରକୁ ଡିଲିଙ୍କ କରିଦିଆଯାଏ। ଫଳରେ କୌଣସି ପ୍ରକାର ହ୍ୟାକିଂର ଭୟ ନ ଥାଏ। ଏହି କମ୍ପ୍ୟୁଟରଗୁଡ଼ିକୁ କେବଳ ପ୍ରିଣ୍ଟିଂ ମେଶିନ ସହ ସଂଯୋଗ ରହିଥାଏ। ପ୍ରିଣ୍ଟିଂ ପ୍ରେସ୍‌ ନିକଟରେ କେବଳ ବଛା ବଛା କେତେଜଣ ଅଧିକାରୀ ହିଁ ଯାଇପାରନ୍ତି।
ବଜେଟ ଟିମ୍‌ର ସଦସ୍ୟ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଛାଡ଼ିଦେଲେ ବଜେଟ ଟିମ୍‌ରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର, ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ, ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ, ବ୍ୟୟ ସଚିବ ଗିରୀଶ ଚନ୍ଦ୍ର ମୁର୍ମୁ, ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ, ଦୀପିମ ସଚିବ ଅତନୁ ଚକ୍ରବର୍ତ୍ତୀ ଏବଂ ଆର୍ଥିକ ସେବା ସଚିବ ରାଜୀବ କୁମାର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri