Posted inଖେଳ

ବଜରଙ୍ଗଙ୍କୁ ମିଳିବ ଖେଳରତ୍ନ

ନୂଆଦିଲ୍ଲୀ,୧୬।୮(ପିଟି): ଏସିଆନ୍‌ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ବଜରଙ୍ଗ ପୁନିଆ ଶୁକ୍ରବାର ଦେଶରେ କ୍ରୀଡ଼ା ଜଗତର ସବୁଠୁ ବଡ଼ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ମନୋନୀତ ହୋଇଛନ୍ତି। କ୍ରୀଡ଼ା ମନ୍ତ୍ରଣାଳୟର ୧୨ ଜଣିଆ ଚୟନ କମିଟି ତାଙ୍କ ନାମ ଚୂଡ଼ାନ୍ତ କରିିଛି। ସମସ୍ତ ସମର୍ଥନ କ୍ରମେ କମିଟି ତା’ର ପ୍ରଥମ ଦିନରେ ଏହି ନିଷ୍ପତ୍ତି ନେଇଛି। କମିଟିରେ ଅବସରପ୍ରାପ୍ତ ଜଷ୍ଟିସ ମୁକୁନ୍ଦାକାମ ଶର୍ମା, ପୂର୍ବତନ ଫୁଟ୍‌ବଲ ଅଧିନାୟକ ବାଇଚୁଙ୍ଗ ଭୂତିଆ ଓ ୬ ଥର ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନ ଏମ୍‌. ସି. ମେରୀକମ୍‌ ରହିଛନ୍ତି। ଗତ ବର୍ଷ ଏସିଆନ ଓ କମନଓ୍ବେଲଥ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିବା ସତ୍ତ୍ୱେ ବଜରଙ୍ଗ ସମାନ ପୁରସ୍କାର ପାଇବାରୁ ବଞ୍ଚତ୍ତ ହୋଇଥିଲେ। ଏଥିନେଇ ତୁମ୍ବିତୋଫାନ କରିଥିଲେ। ଏପରି କି କ୍ରୀଡ଼ା ମନ୍ତ୍ରଣାଳୟକୁ କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ଧମକ ଦେଇଥିଲେ। କିନ୍ତୁ ଶୁକ୍ରବାର ପୁରସ୍କାର ପାଇବା ନିଶ୍ଚିତ ହେବା ପରେ ବଜରଙ୍ଗ କହିଛନ୍ତି, ମୁଁ ଏହି ସମ୍ମାନ ପାଇଁ ଯୋଗ୍ୟ। ମୋ କାର୍ଯ୍ୟ ହେଲା କଠିନ ଟ୍ରେନିଂ ଓ ମ୍ୟାଚ୍‌ରେ ଶେଷ ପର୍ଯ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତା କରିବା। ମୁଁ ପୁରସ୍କାରକୁ ନୁହେଁ, ମୋ ପ୍ରଦର୍ଶନକୁ ସର୍ବଦା ଗୁରୁତ୍ୱ ଦିଏ। ହେଲେ ଭଲ ପ୍ରଦର୍ଶନ କଲେ ସମ୍ମାନ ଆପେ ଆପେ ଆସେ। ସେ ଏବେ ବିଶ୍ୱ ଚାମ୍ପିୟନନଶିପ ଲାଗି ପ୍ରଶିକ୍ଷଣ ନେଉଛନ୍ତି। ତେବେ ସେ ଦେଶର ୪ର୍ଥ ରେସଲର ଭାବେ ରାଜୀବ ଗାନ୍ଧୀ ଖେଳରତ୍ନ ପାଇବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର, ଯୋଗେଶ୍ୱର ଦତ୍ତ ଓ ସାକ୍ଷୀ ମଲିକ ଖେଳରତ୍ନ ପାଇ ସାରିଛନ୍ତି। ଏହି ପୁରସ୍କାର ସହ ଆଥ୍‌ଲେଟଙ୍କୁ ଏକ ସ୍ନାତକପତ୍ର ଓ ସାଢ଼େ ୭ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବ। ଏହି ସମ୍ମାନ ଚଳିତ ମାସ ୨୯ ତାରିଖରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପ୍ରଦାନ କରିବେ। ଉଲ୍ଲେଖଥାଉ କି, ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ଜନ୍ମବାର୍ଷିକୀକୁ ଦେଶରେ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri