Posted inଖେଳ

ବଜରଙ୍ଗ ପୁନିଆ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨୭ା୧୧ (ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି (ନାଡା) ରେସଲର ବଜରଙ୍ଗ ପୁନିଆଙ୍କୁ ୪ବର୍ଷ ବାସନ୍ଦ କରିଛି। ମାର୍ଚ୍ଚ ୧୦ରେ ଜାତୀୟ ଦଳ ପାଇଁ ଚୟନ ବେଳେ ହୋଇଥିବା ଡୋପ୍‌ ଟେଷ୍ଟ ପାଇଁ ସେ ନମୁନା ଦେବାକୁ ମନା କରିଦେଇଥିଲେ। ଟୋକିଓ ଗେମ୍ସ ବ୍ରୋଞ୍ଜ ପଦକ ବିଜେତାଙ୍କୁ ନାଡା ପ୍ରଥମେ ଏପ୍ରିଲ ୨୩ରେ ସସ୍‌ପେଣ୍ଡ କରିଥିଲା। ଓ୍ବାଲର୍‌ଡ ଗଭର୍ନିଂ ବଡି ୟୁଡବ୍ଲ୍ୟୁଡବ୍ଲୁୃ୍ୟ ମଧ୍ୟ ତାଙ୍କୁ ତୁରନ୍ତ ସାମୟିକ ସସ୍‌ପେଣ୍ଡ କରିଥିଲା। ବଜରଙ୍ଗ ସାମୟିକ ସସ୍‌ପେଣ୍ଡ ବିରୋଧରେ ଅପିଲ କରିଥିଲେ। ନାଡାର ଆଣ୍ଟି ଡିସିପ୍ଲିନାରୀ ଡୋପିଙ୍ଗ୍‌ ପ୍ୟାନେଲ କିନ୍ତୁ ନାଡା ଆଗତ ଅଭିଯୋଗ ଉପରେ ନୋଟିସ ଜାରି କରିବା ପର୍ଯ୍ୟନ୍ତ ଅର୍ଥାତ ମେ ୧୧ ପର୍ଯ୍ୟନ୍ତ ଏହାର ରଦ୍ଦ କରିଥିଲା। ନାଡା ପରେ ଜୁନ୍‌ ୨୩ରେ ଏହି ରେସ୍‌ଲରଙ୍କ ବିରୋଧରେ ନୋଟିସ ଜାରି କରିଥିଲା। ବଜରଙ୍ଗ ପରେ ତାଙ୍କ ସାଥୀ ରେସଲର ଭିନେଶ ଫୋଗଟଙ୍କ ସହ ଇତିମଧ୍ୟରେ ସର୍ବଭାରତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କୁ ଅଲ୍‌ ଇଣ୍ଡିଆ କିଷାନ କଂଗ୍ରେସର ଦାୟିତ୍ୱ ପ୍ରଦାନ କରାଯାଇଛି। ବଜରଙ୍ଗ ତାଙ୍କ ବିରୋଧରେ ଆଗତ ଅଭିଯୋଗକୁ ନେଇ ଜୁଲାଇ ୧୧ରେ ଲିଖିତଭାବେ ଜବାବ ଉପସ୍ଥାପନ କରିଥିଲେ। ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ମାମଲାର ଶୁଣାଣି ହୋଇଥିଲା। ନାଡାର ଆଣ୍ଟି ଡୋପିଙ୍ଗ୍‌ ପ୍ୟାନେଲ ତାଙ୍କ ରାୟରେ କହିଥିଲେ ଯେ, ଆଥ୍‌ଲେଟ ଜଣକୁ ଅନୁଚ୍ଛେଦ ୧୦.୩.୧ ନିୟମର ଉଲ୍ଲଂଘନ କରିଛନ୍ତି। ତଦନ୍‌ୁସାରେ ତାଙ୍କୁ ୪ବର୍ଷ ପାଇଁ ସସ୍‌ପେଣ୍ଡ କରାଯାଇପାରିବ। ସସ୍‌ପେଣ୍ଡ ହେବା ଦ୍ୱାରା ବଜରଙ୍ଗ ପ୍ରତିଯୋଗିତାମୂଳକ ରେସ୍‌ଲିଂକୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ କିମ୍ବା ସେ ବିଦେଶରେ କୋଚିଂ ନିଯୁକ୍ତି ପାଇଁ ଆବେଦନ କରିପାରିବେ ନାହିଁ। ବଜରଙ୍ଗଙ୍କୁ ଯେବେ ନୋଟିସ ଜାରି କରାଯାଇଥିଲା ସେହିଦିନଠାରୁ ସସ୍‌ପେଣ୍ଡ ଆଦେଶ କାର୍ଯ୍ୟକାରୀ ହେବ। ସୂଚନାଯୋଗ୍ୟ, ବଜରଙ୍ଗ ତାଙ୍କ ଜବାବରେ ନିଜକୁ ନିର୍ଦ୍ଦୋଷ ବୋଲି ପୁନର୍ବାର ଦୋହରାଇଥିଲେ। ୨୦୨୩ ଡିସେମ୍ବରରେ ତାଙ୍କଠାରୁ ଏକ୍ସପାୟର କିଟ୍‌ରେ ମୂତ୍ର ନମୁନା ସଂଗ୍ରହକୁ ସେ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ...

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri