ବକେୟା ସ୍ପେକ୍ଟ୍ରମ ଫି ଦେବାରେ ଆର୍‌କମ୍‌ ପୁଣି ବିଫଳ

ନୂଆଦିଲ୍ଲୀ,୨୮-୪: ରିଲାଏନ୍ସ କମ୍ୟୁନିକେଶନ(ଆର୍‌କମ୍‌) ପୁଣି ଥରେ ଟେଲିକମ୍‌ ବିଭାଗ(ଡିଓଟି)କୁ ବକେୟା ୪୯୨ କୋଟି ଟଙ୍କା ଫି ଦେବାରେ ବିଫଳ ହୋଇଛି। ଜଣେ  ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଅନିଲ ଅମ୍ବାନୀଙ୍କ କମ୍ପାନୀ କ୍ରମାଗତ ତୃତୀୟଥର ବକେୟା ଦେବାରେ ଅସମର୍ଥ ହୋଇଛି। ଋଣରେ ବୁଡ଼ିଯିବା ପରେ ଦେବାଳିଆ ଅଦାଲତରେ ଆବେଦନ ଦେଇଥିବା ଆର୍‌କମ୍‌ ପକ୍ଷରୁ କୁହାଯାଇଛି ଯେ, ଏନ୍‌ସିଏଲ୍‌ଏଟିଙ୍କ ଏକ ନିର୍ଦ୍ଦେଶ କାରଣରୁ ଏହା ବକେୟା ଦେବ ନାହିଁ। ଡିଓଟି ଅଧିକାରୀ କହିଛନ୍ତି ଯେ, ଆର୍‌କମ୍‌କୁ କାରଣ ଦର୍ଶାଅ ନୋଟିସ ଜାରି ଅଥବା ଅପରେଟର ଠାରୁ ସ୍ପେକ୍ଟ୍ରମ ପ୍ରତ୍ୟାହାର କରିବା ପୂର୍ବରୁ ଟ୍ରିବ୍ୟୁନାଲଙ୍କ ଆଦେଶକୁ ଅପେକ୍ଷା କରାଯାଉଛି। ନ୍ୟାଶନାଲ କମ୍ପାନୀ ଲ’ ଆପେଲାଟ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି) ଆସନ୍ତା ୩୦ରେ ଏ ସଂକ୍ରାନ୍ତ ମାମଲାର ଶୁଣାଣି କରିବେ। ସେହି ଦିନ ଟ୍ରିବ୍ୟୁନାଲ ଆର୍‌କମ୍‌ ଦ୍ୱାରା ଆଗତ ଦେବାଳିଆ ଆବେଦନର ମଧ୍ୟ ଶୁଣାଣି କରିବେ। ସୂଚନାଥାଉ କି, ୪୯୨ କୋଟି ଟଙ୍କାର ବକେୟା ସ୍ପେକ୍ଟ୍ରମ ଫି ଦେବାକୁ ଆର୍‌କମ୍‌କୁ ଚଳିତ ମାସ ୧୯ତାରିଖ ଶେଷ ଦିନ ଥିଲା, ଯେଉଁଥିରେ ୧୦ ଦିନର ଗ୍ରେସ୍‌ ପିରିୟଡ ସାମିଲ କରାଯାଇଥିଲା। ପୂର୍ବରୁ ଆର୍‌କମ୍‌ ଏପ୍ରିଲ ୫ରେ ୨୮୧ କୋଟି ଟଙ୍କା ଏବଂ ୧୩ରେ ୨୧ କୋଟି ଟଙ୍କା ସ୍ପେକ୍ଟ୍ରମ ଫି ଦେବାରେ ବିଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri