ବକେୟା ପଡ଼ିଲାଣି ୭୦ ଲକ୍ଷ, ମଧ୍ୟାହ୍ନଭୋଜନରେ ଅଣ୍ଡା ବନ୍ଦ

ଜୟପୁର,୧୮।୧(ଡି.ଏନ୍‌.ଏ.) ଫୌଜଦାରୀ ମାମଲାରେ କୋରାପୁଟ ଜିଲା ଶିକ୍ଷାଧିକାରୀ ଗିରଫ ଓ ନିଲମ୍ବିତ ହେବା ପରେ ମଧ୍ୟାହ୍ନଭୋଜନ ଖର୍ଚ୍ଚ ବାବଦକୁ ଟଙ୍କା ଉଠାଣ ହୋଇପାରୁ ନାହିଁ। ଫଳରେ ପ୍ରଶାସନ ଉପରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରୁଥିବା କେନ୍ଦ୍ରୀୟ ରୋଷେଇ ପରିଚାଳନା ସଂସ୍ଥାର ୭୦ ଲକ୍ଷ ଟଙ୍କା ବକେୟା ପଡ଼ିଲାଣି। ଫଳରେ ଗତ ସପ୍ତାହରୁ ସ୍କୁଲରେ ପିଲାଙ୍କୁ ଆଉ ଅଣ୍ଡା ମିଳୁନି। ଏପରିକି ମଧ୍ୟାହ୍ନଭୋଜନ ଠିକ୍‌ଭାବେ ଦିଆଯାଉଛି କି ନା, ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି।
କୋରାପୁଟ ଜିଲାର ଜୟପୁର, କୋଟପାଡ଼, ସୁନାବେଡ଼ା, କୋରାପୁଟ ପୌରାଞ୍ଚଳ ଏବଂ ଜୟପୁର ବ୍ଲକର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟାହ୍ନଭୋଜନ ପ୍ରସ୍ତୁତ କରି ଯୋଗାଇଥାଏ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ କେନ୍ଦ୍ରିୟ ରୋଷେଇଶାଳା। କିନ୍ତୁ ଗତ ଏକ ମାସରୁ ଊର୍ଦ୍ଧ୍ୱ ହେଲାଣି କୋରାପୁଟ ଜିଲା ଶିକ୍ଷାଧିକାରୀଙ୍କ ଅନୁପସ୍ଥିତି ଓ ନୂତନ ଭାବେ କାହାକୁ ଦାୟିତ୍ୱ ଦିଆଯାଇ ନ ଥିବା ଯୋଗୁ ଉକ୍ତ କେନ୍ଦ୍ରିୟ ରୋଷେଇ ପରିଚାଳନା ସଂସ୍ଥାକୁ ଦୁଇ ମାସ ହେଲା ଟଙ୍କା ଦିଆଯାଇନାହିଁ। ଫଳରେ ଗତ ସପ୍ତାହରୁ ଜୟପୁର ବ୍ଲକର ବିଦ୍ୟାଳୟଗୁଡ଼ିକୁ ମଧ୍ୟାହ୍ନଭୋଜନରେ ଅଣ୍ଡା ଯୋଗାଣ ବନ୍ଦ କରାଯାଇଛି। ସେହିପରି ଶୁକ୍ରବାରଠାରୁ ପୌରାଞ୍ଚଳ ବିଦ୍ୟାଳୟରେ ଅଣ୍ଡା ବନ୍ଦ ହୋଇଥିବା ଜଣାପଡ଼ିଛି। ଜିଲା ଶିକ୍ଷାଧିକାରୀ ଏକ ଫୌଜଦାରୀ ମାମଲାରେ ଫେରାର ଥାଇ ପରେ ଗିରଫ ହୋଇଥିଲେ। ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ସରକାର ଏଠାରେ ନୂତନ ଜିଲା ଶିକ୍ଷାଧିକାରୀଙ୍କୁ ନିଯୁକ୍ତି ଦେଇନାହାନ୍ତି। କେବଳ କର୍ମଚାରୀଙ୍କ ଦରମା ଉଠାଣ ଦାୟିତ୍ୱ ଅତିରିକ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଦିଆଯାଇଛି। କିନ୍ତୁ ମଧ୍ୟାହ୍ନଭୋଜନର ଟଙ୍କା ଉଠାଣ କିମ୍ବା ପ୍ରଦାନ ଦାୟିତ୍ୱ କେଉଁ ଅଧିକାରୀଙ୍କୁ ମିଳିନାହିଁ। ତେଣୁ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ଓ ଯୋଗାଣ ବାବଦକୁ ଗତ ଡିସେମ୍ବର ଓ ଜାନୁୟାରୀ ମାସର ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ରହିଛି। ଏବେ ଅଣ୍ଡା ବନ୍ଦ ହୋଇଥିବା ବେଳେ ବକେୟା ଟଙ୍କା ନ ପାଇଲେ ମଧ୍ୟାହ୍ନଭୋଜନ ଯୋଗାଣରେ ମଧ୍ୟ ସମସ୍ୟା ଦେଖାଦେବ ବୋଲି କେନ୍ଦ୍ରିୟ ରୋଷେଇଶାଳର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଉଲ୍ଳେଖଯୋଗ୍ୟ, କେନ୍ଦ୍ରିୟ ରୋଷେଇଶାଳାରୁ ପ୍ରସ୍ତୁତ ମଧ୍ୟାହ୍ନଭୋଜନ ଜୟପୁର ବ୍ଲକର ୧୭୨, ଜୟପୁର ପୌରସଂସ୍ଥାର ୪୫, କୋରାପୁଟର ୪୬, କୋଟପାଡ଼ର ୨୦ ଓ ସୁନାବେଡ଼ାର ୩୦ଟି ବିଦ୍ୟାଳୟକୁ ଯୋଗାଣ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri