ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଜବ ବ୍ୟବସ୍ଥା: ଚିକିତ୍ସା ଗୃହରେ ହେଉଛି ସଭା ସମିତି

ବଅଁରପାଳ, ୨୬।୧୨ (ଡି.ଏନ୍‌.ଏ.) – ଅନୁଗୋଳ ଜିଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଚିକିତ୍ସା। ଡାକ୍ତରଖାନାର ପୁରୁଣା ଘରଗୁଡ଼ିକ ଶୋଚନୀୟ ଅବସ୍ଥାରେ ଥିବାରୁ କାର୍ଯ୍ୟାଳୟ ଗୃହରେ ବର୍ଷା ଦିନେ ପାଣି ଗଳୁଛି। ସେହିପରି ଆବଶ୍ୟକ ଡାକ୍ତର ଓ କର୍ମଚାରୀ ଏଠାରେ ନ ଥିବା ବେଳେ ଇନ୍‌ଡୋର ଚିକିତ୍ସା ଗୃହରେ ଏବେ ସଭାସମିତି କରାଯାଉଥିବା ଅଭିଯୋଗ ହେଉଛି।
୫୫ ନମ୍ବର ଜାତୀୟ ରାଜପଥଠାରୁ ଅଳ୍ପ ଦୂରରେ ରହିଛି ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ବ୍ଲକବାସୀଙ୍କ ସହ ରାଜପଥରେ ଅନେକ ସମୟରେ ଘଟୁଥିବା ଦୁର୍ଘଟଣାର ଆହତମାନଙ୍କୁ ଏଠାରେ ଭର୍ତ୍ତି କରାଯାଇଥାଏ। ୬ ଶଯ୍ୟା ବିଶିଷ୍ଟ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବହିଃବିଭାଗ ଓ ଅନ୍ତଃବିଭାଗ ବ୍ୟବସ୍ଥା ରହିଛି। ତେବେ ଯେଉଁ କୋଠରିରେ ଅନ୍ତଃଚିକିତ୍ସା ବ୍ୟବସ୍ଥା ରହିଛି ଏବେ ସେଠାରେ କୌଣସି ଶଯ୍ୟା ନାହିଁ କି ଅନ୍ୟ କୌଣସି ଚିକିତ୍ସା ସୁବିଧା ମଧ୍ୟ ନାହିଁ। କୋଠରି ବାହାରେ ଅନ୍ତଃ ବିଭାଗୀୟ ଫଳକ ମରାଯାଇଥିଲେ ବି ସେଠାରେ ସଭା ସମିତି ଠାରୁ ଆରମ୍ଭ କରି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲୁଥିବା ଦେଖାଯାଉଛି। ଏ ସମ୍ପର୍କରେ ଜଣେ ଡାକ୍ତର କହିଛନ୍ତି, ବର୍ତ୍ତମାନ ପୁରୁଣା ଘର ଗୁଡ଼ିକର ମରାମତି କାର୍ଯ୍ୟ ଚାଲିଛି। ଅନ୍ୟ ଏକ କୋଠରିରେ ରୋଗୀଙ୍କ ଚିକିତ୍ସା କରାଯାଉଛି। ମରାମତି କାର୍ଯ୍ୟ ପରେ ସେହି ଘରେ ପୁନଶ୍ଚ ଅନ୍ତଃ ବିଭାଗ ଖୋଲିବ। ସେହିପରି ଏଠାରେ ସ୍ବତନ୍ତ୍ର ଭାବେ ସଭାଗୃହ ନ ଥିବାରୁ ବିଭିନ୍ନ ସମୟରେ ଏଠିସେଠି ସଭାସମିତିମାନ ହେଉଥିବାର ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ମୃତଚାଷୀଙ୍କ ସମ୍ପର୍କୀୟ

ଲୋଇସିଂହା,୩।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ (କ) ଗ୍ରାମର ଯୁବଚାଷୀ ବଳରାମ ପଧାନଙ୍କ ଧାନ ବିକ୍ରି ଟଙ୍କା କେରଳ ସ୍ଥିତ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା…

ଭୟଭୀତ ମମତା: ଦିଲ୍ଲୀରୁ ଡକାଇଲେ ସ୍ବତନ୍ତ୍ର ବାହିନୀ

କୋଲକାତା,୩।୨: ଦିଲ୍ଲୀ ପୋଲିସ ଦ୍ୱାରା ଲଗାଯାଇଥିବା କଡ଼ା ସୁରକ୍ଷା ବଳୟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରୁ ଦିଲ୍ଲୀକୁ ସ୍ବତନ୍ତ୍ର ବାହିନୀ ଡକାଇଛନ୍ତି। ବଙ୍ଗଳା ପୋଲିସର ଏକ…

ଆଜି ହେବନାହିଁ ଅନଲାଇନ ଡେଲିଭରି! ଧର୍ମଘଟକୁ ଓହ୍ଲାଇବେ ଗିଗ୍‌ କର୍ମଚାରୀ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୩।୨: ଅନଲାଇନ ଡେଲିଭରି ଆପ୍ସ ଏବଂ ଡିଜିଟାଲ ପ୍ଲାଟଫର୍ମ ସହିତ ଜଡିତ ଗିଗ କର୍ମଚାରୀମାନେ ସେମାନଙ୍କର ସମସ୍ୟାର ପ୍ରତିବାଦରେ ଫେବୃଆରୀ ୩ରେ ଦେଶବ୍ୟାପୀ ଧର୍ମଘଟ ଏବଂ କାର୍ଯ୍ୟ…

ଟି-୨୦ ବିଶ୍ୱକପ ଖେଳିବେନି ପ୍ୟାଟ୍ କମିନ୍ସ, କାରଣ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ODI  ଅଧିନାୟକ ପ୍ୟାଟ୍ କମିନ୍ସ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ଲମ୍ବା କ୍ୟାରିଅର ଏବଂ ୨୦୨୭ର…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ମା’ ଆଣିଲେ ସାଂଘାତିକ ଅଭିଯୋଗ

ଅମରପାଲି,୩।୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର(ଠେଙ୍ଗୋ ଡ୍ୟାମ)ଫାଣ୍ଡି ଅଞ୍ଚଳରେ ଜଣେ ହାଇସ୍କୁଲ ପଢୁଆ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା…

ଭାଜପା ନେତାଙ୍କ ଘର ଉପରକୁ ଆକ୍ରମଣ, ଘର ଭଙ୍ଗାରୁଜା କରି…

ମୋହନା,୩।୨( ମନ୍ମଥ ମିଶ୍ର ): ଗଜପତି ଜିଲା ଭାଜପା ନେତାଙ୍କ ବାସଭବନକୁ ସଂଘବଦ୍ଧ ଆକ୍ରମଣ । ପୂର୍ବତନ ଭାଜପା ଗଜପତି ଜିଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri