Posted inଖେଳ

ଫ୍ରାନ୍ସ ଯିବେ ଅନଓ୍ବାର ଅଲ୍ଲୀ ଜୁନିୟର

ମୁମ୍ବାଇ, ୧୯ା୧୦ (ପି.ଟି.)-: ହୃତ୍‌ପୀଣ୍ଡ ଜନିତ ସମସ୍ୟା ଯୋଗୁ ଡକ୍ତରୀ ପରାମର୍ଶ ଲାଗି ଉଦୀୟମାନ ଡିଫେଣ୍ଡର ଅନଓ୍ବାର ଅଲ୍ଲୀ (ଜୁନିୟର) ଫ୍ରାନ୍ସ ଯିବେ। ତାଙ୍କ କ୍ଲବ ମୁମ୍ବାଇ ସିଟି ଏଫ୍‌ସିର ଜଣେ ଅଫିସିଆଲ ସୂଚନା ଦେଇଛନ୍ତି। ଉଭୟ ମୁମ୍ବାଇ ସିଟି ଏଫ୍‌ସି ଏବଂ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଅଲ୍ଲୀଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି। ମୁମ୍ବାଇ ସିଟିରୁ ଲୋନ୍‌ ଭିତ୍ତିରେ ଅଲ୍ଲୀ ଗତ ଦୁଇ ସିଜନରେ ଏଆଇଏଫ୍‌ଏଫ୍‌ର ଡେଭ୍‌ଲପମେଣ୍ଟାଲ ଟିମ୍‌ ଇଣ୍ଡିଆନ ଏରୋଜ୍‌ ପାଇଁ ୩୪ଟି ଆଇ-ଲିଗ୍‌ ମ୍ୟାଚ ଖେଳିଛନ୍ତି। ୨୦୧୭ରେ ଦେଶ ଯେତେବେଳେ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଆୟୋଜନ କରିଥିଲା, ଅନଓ୍ବାର ଭାରତର ସମସ୍ତ ୩ଟି ଯାକ ଗ୍ରୁପ୍‌ ମ୍ୟାଚରେ ଖେଳିଥିଲେ। ଖବର ଅନୁସାରେ ଅଲ୍ଲୀ ମୁମ୍ବାଇ ସିଟି ଏଫ୍‌ସି ତରଫରୁ ପ୍ରଥମ କେତୋଟି ଆଇଏସଏଲ ମ୍ୟାଚ ଖେଳି ପାରିବେ ନାହିଁ। ଦଳ କେରଳ ବ୍ଲାଷ୍ଟର୍ସ ବିପକ୍ଷରେ ଏକ ‘ଆଓ୍ବେ ଗେମ୍‌’ ସହ ଏହାର ଅଭିଯାନ ଆରମ୍ଭ କରିବ। ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ଅଲ୍ଲୀଙ୍କୁ ଦଳର ଖେଳାଳି ତାଲିକାରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ବୋଲେରୋ ଜବତ, ୬ ଗୋରୁ ଉଦ୍ଧାର

ତିହିଡ଼ି,୧୨।୮ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ଏକ ବୋଲେରୋ ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୬ଟି ଗୋରୁଙ୍କୁ ଉଦ୍ଧାର…

ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି…କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୧୨।୮: ସଂସଦର ମୌସୁମୀ ଅଧିବେଶନରେ ଚାଲିଥିବା ଅଚଳାବସ୍ଥା ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।…

ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା: ଦକ୍ଷିଣକାଳୀ ମନ୍ଦିରରେ ହୁଣ୍ଡି ଭାଙ୍ଗି ନେଇଗଲେ…

ପୁରୁଷୋତ୍ତମପୁର,୧୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ଲୁଟେରାମାନେ ସକ୍ରିୟ ହୋଇ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି। ଗତ ୨୦୨୪ନଭେମ୍ବର ୬ ତାରିଖରେ ପ୍ରଶିଦ୍ଧ ଶକ୍ତିପୀଠ ମା’…

ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲା: ଅଦାଲତଙ୍କ ବିନାନୁମତିରେ ପ୍ରକାଶ ହେବନି ଫଳ

କଟକ/ମହାକାଳପଡ଼ା,୧୨ା୮(କାର୍ତ୍ତିକ ସାହୁ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ହାଇକୋର୍ଟ ବିଚାରପତି…

ମଣିଷଙ୍କ ମୁହଁ ଦେଖି ଆବେଗ ବୁଝିପାରନ୍ତି କୁକୁର

ବର୍ଲିନ,୧୨।୮(ରଏଟର୍ସ): କୁକୁର ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଇଥାଏ। ତେବେ ନିକଟରେ ୟୁନିଭର୍ସିଟି ଅଫ୍‌ ଭିଏନାର ଗବେଷକମାନେ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି, କୁକୁରମାନେ ଲୋକଙ୍କ ମୁହଁ…

ଇଲେକ୍ଟ୍ରିକ୍‌ ଗାଡ଼ି ଗ୍ରାହକଙ୍କୁ ବଡ଼ ଝଟ୍‌କା, ଅଧା ହୋଇଗଲା ସବସିଡି, ଏବେ ମିଳିବ ମାତ୍ର…

ନୂଆଦିଲ୍ଲୀ, ୧୨।୮: ଆପଣ ଏକ ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ସରକାରଙ୍କ ପିଏମ୍ ଇ-ଡ୍ରାଇଭ୍ (PM E-DRIVE) ଯୋଜନା ସହ ଜଡ଼ିତ…

ଶେଷରେ ନିଖୋଜ ଦାଦନ ଶ୍ରମିକଙ୍କ ମିଳିଲା ପତ୍ତା: କେରଳରେ…

ଥୁଆମୂଳ ରାମପୁର, ୧୨ା୮ (ଦୁର୍ଗା କୀର୍ତ୍ତି):ଶେଷରେ ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀ (୩୦)ଙ୍କୁ ନେଇ ସୃଷ୍ଟିହୋଇଥିବା ଆଶଙ୍କା ଦୂରହୋଇଛି। କେରଳରେ ଦିଗହରା ହୋଇ ବୁଲୁଥିବା କଳାହାଣ୍ଡି…

ଭିତରେ ବସିଥିଲେ ୨୨୪ ଯାତ୍ରୀ: ହଠାତ୍‌ ମଝି ଆକାଶରେ ଫେଲ ହେଲା ଇଣ୍ଡିଗୋ ଇଞ୍ଜିନ, ତା’ପରେ…

ନୂଆଦିଲ୍ଲୀ,୧୨।୮: ଏୟାର ଇଣ୍ଡିଆର ଫ୍ଲାଇଟରେ ଟରବୁଲେନ୍ସ ପରେ ଇଣ୍ଡିଗୋର ଫ୍ଲାଇଟ ଇଞ୍ଜିନ ଫେଲ ହେବାର ମାମଲା ସାମ୍ନାକୁ ଆସିଛି। ଉଭୟ ମାମଲାରେ ଫ୍ଲାଇଟ ଦୁର୍ଘଟଣାର ଶିକାର ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri